ଏଇ ଭାରତରେ

ସହରରେ ରହି ଘରେ ସୁନ୍ଦର ବଗିଚା କରିଛନ୍ତି, ଅଥଚ ଛୁଟିରେ ବାହାରକୁ ଚାଲିଗଲେ ଗଛ ଚିନ୍ତା ଘାରୁଛି। ଏବେ ଆଉ ଏମିତି ଚିନ୍ତା କରିବାକୁ ପଡ଼ିବନି, କାରଣ ଏଥିପାଇଁ ସମାଧାନର ପନ୍ଥା ସାମ୍ନାକୁ ଆଣିଛନ୍ତି ପାର୍ଥ ଶାହା। ଗୁଜରାଟର ଅନନ୍ତ ନ୍ୟାଶନାଲ ୟୁନିଭର୍ସିଟିରେ ଶାହା ସହକାରୀ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରନ୍ତି। ଶାହାଙ୍କ ବୟସ ୩୦। ସେ ବଗିଚାର ଦେଖାରଖା କରିବା ଲାଗି ଏକ ସ୍ମାର୍ଟ କ୍ଲାଇମେଟ୍‌ କଣ୍ଟ୍ରୋଲ୍‌ ସିଷ୍ଟମ୍‌ ବିକାଶ କରିଛନ୍ତି। ଦୂରରେ ରହି ଏହି ସିଷ୍ଟମ୍‌ ମାଧ୍ୟମରେ ମାଟିର ଆର୍ଦ୍ରତା ବଜାୟ ରଖାଯାଇପାରିବ। ମାଟିର ଆର୍ଦ୍ରତା, ତାପମାତ୍ରା ଆଦି ସମୀକ୍ଷା କରି ଏ ସମ୍ପର୍କିତ ତଥ୍ୟ ଜଣାଇବା ଲାଗି ସେ ଇଣ୍ଟରନେଟ ଅଫ୍‌ ଥିଙ୍ଗସ୍‌ ଓ ସେନ୍‌ସର ଉପଯୋଗ କରିଛନ୍ତି। ଏକ ଆଣ୍ଡ୍ରଏଡ୍‌ ଆପ୍‌ ଦ୍ୱାରା ମାଟିର ଆର୍ଦ୍ରତା ସମ୍ପର୍କରେ ସେନ୍‌ସର ପଠାଉଥିତ୍ବା ତଥ୍ୟକୁ ସ୍ମାର୍ଟ ଫୋନ୍‌ରୁ ଜାଣି ହେଉଛି। ମାଟିର ଆର୍ଦ୍ରତା ୧୦ ପ୍ରତିଶତରୁ କମ୍‌ ହେଲେ ସେନ୍‌ସର ସ୍ମାର୍ଟଫୋନ୍‌କୁ ସତର୍କ ସୂଚନା ଦେଉଛି। ପରେ ଆପ୍‌ ଆପଣାଛାଏଁ ପାଣି ପମ୍ପର୍‌ ସୁଇଚ ଅନ୍‌ହେବାର ସଙ୍କେତ ଦେଉଛି ଓ ଗଛରେ ପାଣି ଦିଆଯାଇପାରୁଛି। ଏହି ପଦ୍ଧତିରେ ମାଟିର ଆର୍ଦ୍ରତା ଠିକ୍‌ ରହିବା ଦ୍ୱାରା ଗଛ ଆଉ ମରୁନାହିଁ। ୨୦ ଦିନରେ ପାର୍ଥ ଏହି ସିଷ୍ଟମ୍‌ ୧,୧୦୦ ଟଙ୍କା ବ୍ୟୟରେ ବିକାଶ କରିଛନ୍ତି। ଏବେ ଏହାର ବ୍ୟବସାୟିକ ଦିଗ ଉପରେ ସେ ଗୁରୁତ୍ୱ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri