ଏଇ ଭାରତରେ

ପ୍ରତିଦିନ ରାସ୍ତାରେ ବୁଲା ଷଣ୍ଢ ଓ ଅସହାୟ ଅବସ୍ଥାରେ ରହିଥିତ୍ବା ଗୋରୁଙ୍କୁ ଖାଇବାକୁ ଦେବା ଲାଗି ଅଭିଯାନ ଚଳାଇଛନ୍ତି ଗାଜିଆବାଦର ମୟଙ୍କ ଚୌଧୁରୀ। ଏଥିତ୍ପାଇଁ ସେ କେତେ ଜଣ ଯୁବକଙ୍କୁ ନେଇ ଏକ ଟିମ୍‌ ଗଠନ କରିଛନ୍ତି। ଏହି ଅଭିଯାନର ନାମ ରଖିଛନ୍ତି ‘ଚାରା କାର’। ୨୦୨୦ ଜାନୁୟାରୀରୁ ଏହା ଆରମ୍ଭ କରିଥିତ୍ଲେ। ଆରମ୍ଭ କରିବାର ମାତ୍ର ୫ ଦିନ ମଧ୍ୟରେ ସେ ୧ ଲକ୍ଷ ୨୦ ହଜାର ଟଙ୍କା ଲୋକଙ୍କଠାରୁ ଦାନ ଆକାରରେ ପାଇ ପ୍ରଥମେ ଏକ ବିଦ୍ୟୁତ୍‌ଚାଳିତ କାର୍‌ କିଣିଥିଲେ। ଏଥିରେ ସେ ଘରକୁ ଘର ବୁଲି ଗ୍ରୀନ୍‌ ଓ୍ବେଷ୍ଟ (ପନିପରିବା ବର୍ଜ୍ୟ)ସଂଗ୍ରହ କରି ବୁଲା ଷଣ୍ଢ ଓ ରାସ୍ତାକଡ଼ର ରୋଗଗ୍ରସ୍ତ ଗୋରୁଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ। ପରେ ଲୋକଙ୍କଠାରୁ ପାଣ୍ଠି ଯୋଗାଡ଼ କରି ଆଉ ଦୁଇଟି କାର୍‌ କିଣିଛନ୍ତି। ମୋଟରେ ୩ଟି ‘ଚାରା କାର’ରେ ସେ ଏବେ ପାଖାପାଖି ୧୦,୦୦୦ ଘରୁ ହଜାର ହଜାର କେ.ଜି. ଗ୍ରୀନ୍‌ ଓ୍ବେଷ୍ଟ୍‌ ସଂଗ୍ରହ କରିପାରୁଛନ୍ତି। ପ୍ରତିଦିନ ସେମାନେ ଦୁଇ ହଜାରରୁ ଊର୍ଦ୍ଧ୍ୱ ଗୋରୁଙ୍କ ନିକଟରେ ଖାଦ୍ୟ ପହଞ୍ଚାଉନ୍ତି। ‘ଚାରା କାର’ ଘର ନିକଟରେ ପହଞ୍ଚିବା କ୍ଷଣି ଲୋକମାନେ ସେଥିରେ ଗ୍ରୀନ୍‌ ଓ୍ବେଷ୍ଟ ରଖିଦେଉଛନ୍ତି। ରେସ୍ତୋରାଁ ଓ ବଜାରରୁ ବି ସେମାନେ ଏହା ସଂଗ୍ରହ କରୁଛନ୍ତି। ଲକ୍‌ଡାଉନ ସମୟରେ କିଛି ମାସ ‘ଚାରା କାର’ ବନ୍ଦ ରହିଥିତ୍ଲା। ଏହି ସମୟରେ ମୟଙ୍କ ଓ ତାଙ୍କ ଟିମ୍‌ ଅକ୍ସିଜେନ ସିଲିଣ୍ଡର ସହ କୋଭିଡ୍‌ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଉଥିତ୍ଲେ। ଆଗାମୀ ଦିନରେ ଦିଲ୍ଲୀ ଓ ଅନ୍ୟ ସହରରେ ‘ଚାରା କାର’ ଚଳାଇବାର ଯୋଜନା ରଖିଛନ୍ତି ମୟଙ୍କ।


Enter your email to get our daily news in your inbox.

All Right Reserved By Dharitri.Com

ବାଲ୍ୟ ବିବାହମୁକ୍ତ ଓଡ଼ିଶା କେତେ ସମ୍ଭବ

ଘାସିରାମ ପଣ୍ଡା ସୁବର୍ଣ୍ଣପୁର ଜିଲାର ରୁଗୁଡ଼ିପାଲି ରାଜ୍ୟର ପ୍ରଥମ ବାଲ୍ୟ ବିବାହମୁକ୍ତ ଗ୍ରାମ ଭାବରେ ୨୦୧୯ରେ ପ୍ରଶାସନ ଦ୍ୱାରା ସ୍ବୀକୃତି ପାଇଥିଲା। ବାଲ୍ୟ ବିବାହର ନିରାକରଣ...

ସମ୍ପାଦକୀୟ/କୋଚିରୁ ଶିକ୍ଷା

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେରଳର କୋଚିସ୍ଥିତ ୪ଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟକୁ ଏବେ ମାଟିରେ ମିଶାଇ ଦିଆଯାଇଛି। ମାରାଡୁ ମ୍ୟୁନିସିପାଲିଟିରେ ଥିବା ଏହିସବୁ ଉଚ୍ଚ ଅଟ୍ଟାଳିକା କୋଷ୍ଟାଲ ରେଗୁଲେଶନ...

କିଏ ସତ, କିଏ ମିଛ

ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ବିଧାନସଭାରେ ୨୦୧୮ରେ ଏକ ସଂକଳ୍ପ ଗୃହୀତ ହୋଇଥିଲା। ଏହା ପରେ ତାହାକୁ ଲୋକ ସଭା ଓ ରାଜ୍ୟ...

ଏଇ ଭାରତରେ

ଜମ୍ମୁ-କଶ୍ମୀରର ସାହସିନୀ ମହିଳା ଆଲିଆ ମୀର। ସେ ଶିକ୍ଷକତା ଛାଡ଼ି ପ୍ରାଣୀ ସୁରକ୍ଷାରେ ଲାଗିଛନ୍ତି। ରହନ୍ତି ଶ୍ରୀନଗରରେ। ଗଣିତରେ ସ୍ନାତକୋତ୍ତର ଡିଗ୍ରୀ ଓ ବି.ଏଡ୍‌. ଶେଷ...

ୟୁକ୍ରେନ୍‌ର ଉପନିବେଶୀକରଣ

ସାଲ୍‌ଭୋଜ ଜିଜେକ୍‌ ୟୁକ୍ରେନ୍‌ର ପ୍ରକୃତ ରାଷ୍ଟ୍ରପତି ହେବା ପୂର୍ବରୁ ଭୋଲୋଡ୍‌ମିର ଜେଲେନ୍‌ସ୍କି ଟେଲିଭିଜନ ଧାରାବାହିକ ‘ସର୍ଭାଣ୍ଟ ଅଫ୍‌ ଦି ପିପୁଲ’ରେ ରାଷ୍ଟ୍ରପତି ଭୂମିକାରେ ଅଭିନୟ କରିଥିବା...

ଆର୍ଥିକ ବୈଷମ୍ୟ ଓ ସାମାଜିକ ଚିତ୍ର

ପ୍ରଭାତ କୁମାର ଦାସ ଲେଖାଟି ଆରମ୍ଭ କରୁଛି, ନିଜ ବ୍ୟକ୍ତିଗତ ଅନୁଭବରୁ। ପଞ୍ଚଷଠି ମସିହାରେ ମୁଁ ଏକ ସରକାରୀ ଶିଳ୍ପ ଉଦ୍ୟୋଗରେ ଉତ୍ପାଦନ ବିଭାଗରେ ବୈଷୟିକ...

ବିପଦରେ ସେଲ୍‌ଫି ଫଟୋମାନିଆ

ଦିଲ୍ଲୀପ କୁମାର ମହାରଣା ଏବେ ଏକ ନୂଆ ପ୍ରକାର ଦୁର୍ଘଟଣାର ସଂଖ୍ୟାରେ ଭାରତ ପୃଥିବୀରେ ଏକ ନମ୍ବର ସ୍ଥାନ ଅଧିକାର କରିଛି। ତାହା ହେଲା ସେଲ୍‌ଫି...

ପ୍ରତିବାଦରେ ଦେଶପ୍ରେମ

ଗୋଟେ ରାଷ୍ଟ୍ର ପ୍ରତି ଦେଶପ୍ରେମ କେବଳ ସରକାରଙ୍କୁ ସମର୍ଥନ ବା ପ୍ରଶଂସା କରିବାରେ ନ ଥାଏ। ଯେତେବେଳେ କୌଣସି ଶାସନ ବ୍ୟବସ୍ଥା ନାଗରିକଙ୍କ ଅଧିକାରକୁ ଛଡ଼ାଇନେବା...

Advertisement
Archives

Model This Week