ଏଇ ଭାରତରେ

ପିଢ଼ି ପରେ ପିଢ଼ି ୧୦୩ ବର୍ଷ ହେବ ସୁରୁଖୁରୁରେ ଚାଲିଥିବା ଏକ ଭୋଜନାଳୟ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ଭୋଜନାଳୟ ରହିଛି କୋଲକାତାର କଲେଜ ଷ୍ଟ୍ରିଟ୍‌ରେ। ଏହାକୁ ୧୯୧୮ରେ ସ୍ବାଧୀନତା ସଂଗ୍ରାମୀ ନୀହାର ରଞ୍ଜନ ମଜୁମ୍‌ଦାର ଆରମ୍ଭ କରିଥିଲେ। ଏହାର ନାମ ‘ଦାମ ସର୍ବତ’। ଏହାକୁ ବର୍ତ୍ତମାନ ତାଙ୍କ ନାତି ପାର୍ଥ ପ୍ରତୀମ ମଜୁମ୍‌ଦାର ଚଳାଉଛନ୍ତି। ଏଠାରେ ସ୍ବାଧୀନତା ସଂଗ୍ରାମୀମାନେ ରହି ବୈଠକ କରିବା ସହ ସୁସ୍ବାଦୁ ପାନୀୟ ପିଉଥିଲେ ଓ ଖାଉଥିଲେ। ଏହା ମଧ୍ୟ ଥିତ୍ଲା ସଂଗ୍ରାମୀମାନଙ୍କର ଗୁପ୍ତସ୍ଥାନ। ଏବେ ସୁଦ୍ଧା ଭୋଜନାଳୟ ପଛରେ ବୈଠକର ଗୁପ୍ତ କୋଠରି ରହିଛି। ଅଦ୍ୟାବଧି ଭୋଜନାଳୟ ଲୋକମାନଙ୍କୁ ସୁସ୍ବାଦୁ ବ୍ୟଞ୍ଜନ ପରଷି ଆସୁଛି। କିନ୍ତୁ ଏଠାର ଆକର୍ଷଣ ହେଉଛି ବିଭିନ୍ନ ପ୍ରକାର ପାନୀୟ ବା ସର୍ବତ। ପ୍ରାୟ ୩୦ ପ୍ରକାର ପାନୀୟ ପ୍ରସ୍ତୁତ କରାଯାଉଛି। ଏହାବାଦ୍‌ ବିଭିନ୍ନ ଦୁଗ୍ଧଜାତୀୟ ଖାଦ୍ୟ ମଧ୍ୟ ମିଳୁଛି। ଖାଦ୍ୟ ଓ ପାନୀୟ ପାଇଁ ଲୋକମାନେ ଧାଡ଼ି ଲଗାଉଛନ୍ତି। ଏଠାକୁ ସୁଭାଷ ଚନ୍ଦ୍ର ବୋଷ ଓ ରବୀନ୍ଦ୍ରନାଥ ଠାକୁର ଆସିଥିଲେ । ଏହା ବ୍ୟତୀତ ସୁଚିତ୍ରା ସେନ୍‌, ପିସି ସରକାର, ସତ୍ୟଜିତ୍‌ ରାୟ,ଏସ୍‌.ଡି. ବର୍ମନଙ୍କ ପାଦ ମଧ୍ୟ ଏହି ଭୋଜନାଳୟରେ ପଡ଼ିଛି। ସେତେବେଳେ ଏହା ଯେମିତି ଥିତ୍ଲା ଏବେ ସେମିତି ରଖିବାକୁ ଚେଷ୍ଟା କରିଛନ୍ତି ପାର୍ଥ। ଭୋଜନାଳୟରେ ୧୦୦ ବର୍ଷ ତଳର ଚେୟାର ଓ ଟେବୁଲ ଶୋଭାପାଉଛି ଓ କାନ୍ଥରେ ପୁରୁଣା ଫଟୋଗୁଡ଼ିକ ବି ଝୁଲୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri