ଏଇ ଭାରତରେ

ମୃତ୍ୟୁ ଧମକକୁ ଖାତିର ନ କରି ସୁମିତା ବାନାର୍ଜୀ କୋଲକାତାର ରବୀନ୍ଦ୍ର ସରୋବର ସୁରକ୍ଷା ଲାଗି ଯେଉଁଭଳି ସଂଗ୍ରାମ କରୁଛନ୍ତି ତାହା ବାସ୍ତବିକ ପ୍ରେରଣାଦାୟୀ। ପଶ୍ଚିମବଙ୍ଗ ଦୁର୍ଗାପୁର ନିବାସୀ ସୁମିତା ୧୯୯୦ରେ କୋଲକାତା ଆସି କଳାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ସେଠାରେ ଏକ ସ୍କୁଲରେ ଶିକ୍ଷକ ରହିଥିଲେ। ପରେ ଚାକିରି ଛାଡ଼ି ସେ ରବୀନ୍ଦ୍ର ସରୋବର ସୁରକ୍ଷାରେ ଲାଗି ଯାଇଥିଲେ। ସୁମିତ୍ରା ସକାଳେ ଚାଲିବା ସମୟରେ ଲୋକଙ୍କ ଦସ୍ତଖତ ସଂଗ୍ରହ କରି ଏହାର ସୁରକ୍ଷା ଲାଗି ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ସଫଳତା ପାଇବା ପରେ ତାଙ୍କ କାର୍ଯ୍ୟ ଆରମ୍ଭ କରିଥିତ୍ଲେ। ସେ ଲୋକଙ୍କଠାରୁ ପାଣ୍ଠି ଯୋଗାଡ଼ କରି ୧୯୨ ଏକର ବିଶିଷ୍ଟ ହ୍ରଦର ସୁରକ୍ଷା କରିପାରିଛନ୍ତି। ପ୍ରଶାସନ ମଧ୍ୟ ତାଙ୍କୁ ସହଯୋଗ ଜାରି ରଖିଛି। ଏକୁଟିଆ ଏହି କାର୍ଯ୍ୟ ସମ୍ପାଦନ କରୁଥିବାରୁ ଜବରଦଖଲକାରୀମାନେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ତେବେ ସେ ସବୁକୁ ଖାତିର ନ କରି ସୁମିତ୍ରା ପ୍ରତିଦିନ ଘରଠାରୁ ୨ କି.ମି. ଚାଲି ଚାଲି ଯାଇ ସକାଳ ସାଢ଼େ ୭ଟା ସୁଦ୍ଧା ହ୍ରଦ ନିକଟରେ ପହଞ୍ଚିଯାଆନ୍ତି। ଦିନସାରା ହ୍ରଦ ନିକଟରେ ରହି ଲୋକଙ୍କୁ ଅଳିଆ ପକାଇବାକୁ ବାରଣ କରନ୍ତି। ଏହାସହ ଏହାର ସ୍ବଚ୍ଛତା ଓ ପରିଚାଳନାରେ ସରକାରୀ ସଫେଇ କର୍ମଚାରୀଙ୍କୁ ସହଯୋଗ କରିଥାଆନ୍ତି। ଅପରାହ୍ନ ୩ଟାରେ ଘରକୁ ଫେରନ୍ତି। ଦିନେ ଦିନେ ଫେରିବାକୁ ସନ୍ଧ୍ୟା ହୋଇଯାଏ। କେବଳ ଏତିକି ନୁହେଁ ତାଙ୍କ ତତ୍ତ୍ୱାବଧାନରେ ରବୀନ୍ଦ୍ର ସରୋବର ଚତୁଃପାର୍ଶ୍ୱରେ ବୃକ୍ଷ ରୋପଣ କରାଯିବା ସହ ଜୈବବିବିଧତା ବୃଦ୍ଧି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri