ଏଇ ଭାରତରେ

ଆଇଟି ଚାକିରି ଛାଡ଼ି ପାର୍ଥସାରଥୀ ନାରା ନିଜ ଅଞ୍ଚଳରେ କମ୍ୟୁନିଟି ଫାର୍ମିଂ ବା ଗୋଷ୍ଠୀଗତ କୃଷିର ବିକାଶ କରୁଛନ୍ତି। ନିଜର ୨୦ ଏକର ଫାର୍ମରୁ ବର୍ଷକୁ ସେ ୧ କୋଟି ଟଙ୍କା ବ୍ୟବସାୟ କରି ୧୨ ଲକ୍ଷ ଟଙ୍କା ପାଖାପାଖି ଲାଭ ପାଉଛନ୍ତି। ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲା ଉପନେସିନାପଲ୍ଲୀ ଗାଁରେ ପାର୍ଥସାରଥିଙ୍କ ଘର। ୨୦୦୧ରେ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କରିବା ପରେ ଚାଷ ଆରମ୍ଭ କରିଦେଇଥିଲେ। କିନ୍ତୁ ତା’ ଭିତରେ ତାଙ୍କୁ ଆମେରିକାରେ ଚାକିରି ମିଳିଥିଲା। ୨୦୦୮ରେ ଭାରତ ଫେରି ପୁଣି ଚାଷ ଆରମ୍ଭ କରିଥିଲେ। ସେ ତାଙ୍କ ଗାଁ ଆଖପାଖରେ ଋଣରେ ବୁଡ଼ିଥିବା ଚାଷୀମାନଙ୍କୁ ଉଦ୍ଧାର କରିବାକୁ କମ୍ୟୁନିଟି ଫାର୍ମିଂ ପଦ୍ଧତି ଆପଣାଇଛନ୍ତି। ୧୫୦ କୃଷକଙ୍କୁ ସେ ତାଙ୍କ ନେଟଓ୍ବର୍କରେ ଯୋଡ଼ି ସାରିଛନ୍ତି। ସେମାନଙ୍କୁ ସବୁପ୍ରକାର ସାହାଯ୍ୟ ଯୋଗାଉଛନ୍ତି ପାର୍ଥସାରଥି। ତାଙ୍କ ଗାଁର ୪୦ କି.ମି. ଭିତରେ କୃଷକମାନଙ୍କ ସଂଗଠିତ କରି ଉପତ୍ାଦ ବିକ୍ରିର ବ୍ୟବସ୍ଥା କରୁଛନ୍ତି। ଏବେ ତାଙ୍କ ମାର୍କେଟକୁ ବେଙ୍ଗାଲୁରକୁ ସମ୍ପ୍ରସାରଣ କରିଛନ୍ତି। ଏହାଦ୍ୱାରା ପାର୍ଥସାରଥିଙ୍କ ସମେତ ସବୁ ଚାଷୀ ଲକ୍ଷାଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇ ସେମାନେ ଋଣମୁକ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri