ଏଇ ଭାରତରେ

ଗାଁଗୁଡ଼ିକୁ ସ୍ମାର୍ଟ ସେବା ଓ ଇ-ବ୍ୟବସାୟ ସୁବିଧା ଯୋଗାଇ ଦେବା ଲାଗି ଦୁଇ ଛାତ୍ର ସୋଲାର ଇଲେକ୍ଟ୍ରିକ ଟ୍ରାଇସାଇକେଲ ବା ସୌର ବିଦ୍ୟୁତ୍‌ ଚାଳିତ ଟ୍ରଲି ନିର୍ମାଣ କରିଛନ୍ତି। ନିଖିଲ ମୁକ୍କାର ଏବଂ ହୋ ଜିଙ୍ଗ ଏନ୍‌ ଟ୍ରଲିିରେ ସ୍ମାର୍ଟ ସିଷ୍ଟମର ସୁବିଧା ରଖିଛନ୍ତି। ନିଖିଲଙ୍କ ଘର ଆନ୍ଧ୍ରପ୍ରଦେଶରେ। ସେ ସିଙ୍ଗାପୁରର ନାୟଙ୍ଗ ଟେକ୍‌ନୋଲୋଜି ୟୁନିଭର୍ସିଟିରେ ପଢ଼ିବା ସମୟରେ ହୋ ଜିଙ୍ଗଙ୍କ ସହ ଏହି ଟେକ୍‌ନୋଲୋଜି ବିକାଶ କରିଥିଲେ। ସ୍ମାର୍ଟ ଟ୍ରଲିିିକୁ ସେ ତାଙ୍କ ଗାଁ ଅନୁମପଲ୍ଲୀରେ ରଖିଛନ୍ତି। ଏଥିପାଇଁ ସେମାନେ ୯୫,୦୦୦ ଟଙ୍କା ଖର୍ଚ୍ଚ କରିଛନ୍ତି। ଏଥିତ୍ରେ ଉଭୟ ପେଡାଲ ଓ ମୋଟର ବ୍ୟବସ୍ଥା ରହିଛି ଓ ଏହାକୁ ସହଜରେ ବିଭିନ୍ନ ଗାଁକୁ ନିଆଯାଇପାରୁଛି। ଥରେ ମୋଟର ଚାର୍ଜ ହେଲେ ଏହା ୩୫ କି.ମି. ଯାଇପାରୁଛି । ପ୍ରତିମାସରେ ଦୁର୍ଗମ ଗାଁଗୁଡ଼ିକରୁ ପାଖାପାଖି ୮୦୦ ଲୋକ ଏହାଦ୍ୱାରା ଉପକୃତ ହେଉଛନ୍ତି। ସ୍ମାର୍ଟ ଟ୍ରଲିକୁ ସେମାନେ ବିଭିନ୍ନ ଗାଁକୁ ନେଉଛନ୍ତି। ଏଥିରୁ ଲୋକମାନେ ସରକାରୀ ଯୋଜନା ସମ୍ପର୍କରେ ଜାଣିପାରୁଛନ୍ତି। ସେମାନେ ଟଙ୍କା ଉଠାଇବା ଓ ଦେବା କାର୍ଯ୍ୟ ସୁରୁଖୁରୁରେ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri