ଏଇ ଭାରତରେ

ଦେଶରେ ବାଛବିଚାରର ଶିକାର ହେଉଥିବା ଟ୍ରାନ୍ସ ଓମେନଙ୍କୁ ଲୋକମାନେ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତି ଦେବା ଲାଗି ଅମଙ୍ଗ ହେଉଥିବାବେଳେ କେରଳରେ ଏମାନେ ଏକ କ୍ୟାଣ୍ଟିନ କରି ଆମତ୍ ନିଯୁକ୍ତିର ବାର୍ତ୍ତା ଦେଇଛନ୍ତି। ୧୦ ଜଣ ଟ୍ରାନ୍ସ ଓମେନ ଲାକ୍କଡରେ ଓରୁମା କ୍ୟାଣ୍ଟିନକୁ ଚଳାଉଛନ୍ତି। ୨୦୧୯ ଡିସେମ୍ବରରେ ସେମାନେ ଏହି କ୍ୟାଣ୍ଟିନ ଆରମ୍ଭ କରିଥିଲେ। କରୋନା ମହାମାରୀ ଯୋଗୁ କ୍ଷତି ସହି ମଧ୍ୟ ଏହାକୁ ଏବେ ଚଳାଉଛନ୍ତି। ସକାଳ ୧୦ଟାରେ ସେମାନେ କାମ ଆରମ୍ଭ କରୁଛନ୍ତି। କ୍ୟାଣ୍ଟିନ ବନ୍ଦ କରୁଛନ୍ତି ସନ୍ଧ୍ୟା ୬ଟାରେ। ବ୍ରେକ୍‌ଫାଷ୍ଟ, ଲଞ୍ଚ ଓ ସ୍ନାକ୍ସ ପ୍ରସ୍ତୁତ କରୁଛନ୍ତି। ସେମାନେ ଏହି କ୍ୟାଣ୍ଟିନକୁ ଓପନ ଷ୍ଟାଇଲ୍‌ରେ ନିର୍ମାଣ କରିଛନ୍ତି, ଯାହା ଫଳରେ ଗ୍ରାହକମାନେ ସେମାନଙ୍କ ଖାଦ୍ୟ ପ୍ରସ୍ତୁତିର ପ୍ରଣାଳୀ ଦେଖିବା ସହ ଖାଦ୍ୟରେ ଯାହା ଉପଯୋଗ କରୁଛନ୍ତି ତାହା ମଧ୍ୟ ଜାଣିପାରୁଛନ୍ତି। ଖାଦ୍ୟ ପାଇଁ ଆବଶ୍ୟକ ମସଲା ଓ ଅନ୍ୟ ଉପକରଣ ବାହାରୁ ନ କିଣି ସେମାନେ ନିଜେ ପ୍ରସ୍ତୁତ କରୁଛନ୍ତି। ଏହାଦ୍ୱାରା ସେମାନଙ୍କ ଖାଦ୍ୟର ଚାହିଦା ଭଲ ରହିଛି। ଏହି ୧୦ ଜଣ ଟ୍ରାନ୍ସ ଓମେନ କେରଳ ସରକାରଙ୍କ ଦାରଦ୍ର୍ୟ ଦୂରୀକରଣ ଯୋଜନା କୁଡୁମ୍ବଶ୍ରୀ ଅଧୀନରେ ପ୍ରଶିକ୍ଷଣ ନେଇଛନ୍ତି। କ୍ୟାଣ୍ଟିନ କରିବା ଲାଗି ପାଲାକ୍କଡ ଜିଲା ପ୍ରଶାସନ ସେମାନଙ୍କୁ ଜାଗା ବି ଦେଇଛି। ଏବେ ପ୍ରତିଦିନ ୯,୦୦୦ରୁ ୧୦,୦୦୦ ଟଙ୍କାର ଖାଦ୍ୟ ବିକ୍ରି କରୁଛନ୍ତି ବୋଲି କହିଛନ୍ତି କ୍ୟାଣ୍ଟିନର ମୁଖ୍ୟ ମୀରା।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri