ଏଇ ଭାରତରେ

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବାତ୍ୟା ସମୟରେ ବିଭିନ୍ନ ସୂଚନା ଜାରି କଲେ ମଧ୍ୟ ଅନେକ ସମୟରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିବା ଲକ୍ଷ୍ୟ କରାଯାଏ। ଇଂଲିଶ, ହିନ୍ଦୀ କିମ୍ବା ଆଞ୍ଚଳିକ ଭାଷାରେ ଏହାକୁ ପ୍ରସାରଣ କରାଯାଉଥିବା ବେଳେ ବହୁ ମତ୍ସ୍ୟଜୀବୀ ଟେକ୍‌ନିକାଲ୍‌ ଟର୍ମ ବୁଝିବାକୁ ସକ୍ଷମ ହୁଅନ୍ତି ନାହିଁ। ଏହି ସମସ୍ୟା ଦୂର କରିବାକୁ କେରଳର ଥ୍ରିଶୂର୍‌ରେ ୫ ଜଣ ଗବେଷକ ଆରମ୍ଭ କରିଛନ୍ତି ଏକ କମ୍ୟୁନିଟି ରେଡିଓ ‘ରେଡିଓ ମନ୍‌ସୁନ’। ସେମାନେ ପରିସ୍ଥିତିକୁ ଭଲଭାବେ ବୁଝିପାରିବା ଲାଗି ସ୍ଥାନୀୟ ଭାଷାରେ ପ୍ରତିଦିନ ପାଣିପାଗ ସମ୍ପର୍କିତ ସୂଚନା ପ୍ରଦାନ କରୁଛନ୍ତି। ନିୟମିତ ଜଳବାୟୁ ସମ୍ପର୍କିତ ତଥ୍ୟ ପ୍ରଦାନ କରୁଥିବା ଦେଶର ବିଭିନ୍ନ ସଂସ୍ଥାର ସୂଚନା ଆଧାରରେ ସେମାନେ ଏହାକୁ ଚଳାଉଛନ୍ତି। ମତ୍ସ୍ୟଜୀବୀଙ୍କ ପ୍ରତିକ୍ରିୟା ମଧ୍ୟ ସମୁଦ୍ରରୁ ସଂଗ୍ରହ କରି ସେମାନଙ୍କ ଅଭାବ ଅସୁବିଧା ପୂରଣ କରୁଛନ୍ତି। ରେଡିଓ କମ୍ୟୁନିଟ୍‌ ଚଳାଉଥିବା ୫ ଜଣ ଗବେଷକ ହେଲେ ମ୍ୟାକ୍ମିମିଲନ ମାର୍ଟିନ, ଏ. ଗୋମେଜ, ସଜନ, ସିନ୍ଧୁ ଏମ୍‌. ନେପୋଲିୟନ୍‌ ଏବଂ କେ. କ୍ଲିମେଣ୍ଟ। ଏହି ରେଡିଓ ଷ୍ଟେଶନ କରୁମ୍‌କୁଲମ ଗାଁରେ ପ୍ରତିଷ୍ଠା କରାଯାଇଛି। ସେମାନେ ସୂଚନା ମୋବାଇଲ ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ଟୁଇଟର ମାଧ୍ୟମରେ ପ୍ରଦାନ କରୁଛନ୍ତି। ଏସବୁ ସୋସିଆଲ ମିଡିଆ ହ୍ୟାଣ୍ଡେଲ କରିବା ଲାଗି ମତ୍ସ୍ୟଜୀବୀଙ୍କୁ ପ୍ରଶିକ୍ଷଣ ବି ଦେଇଛନ୍ତି। ପ୍ରତିଦିନ ଉପକୂଳ ଅଞ୍ଚଳ ଗାଁଗୁଡ଼ିକରେ ରେଡିଓ ମନ୍‌ସୁନ୍‌ର ସଦସ୍ୟ ଓ ସ୍ବେଚ୍ଛାସେବୀ ମାଇକ୍‌ରେ ପ୍ରଚାର କରୁଛନ୍ତି। କେବଳ ବାତ୍ୟା ସମୟରେ ନୁହେଁ ବର୍ଷର ସବୁ ସମୟରେ ପ୍ରତିଦିନର ପାଣିପାଗ ବିବରଣୀ ପ୍ରଦାନ କରୁଛନ୍ତି ଏମାନେ। ଏଭଳି ଅଭିଯାନ ମାଧ୍ୟମରେ ଏବେସୁଦ୍ଧା ୧,୦୦୦ ମତ୍ସ୍ୟଜୀବୀଙ୍କ ଜୀବନ ବଞ୍ଚାଇ ସାରିଲେଣି। ସମୁଦ୍ରକୁ ମାଛ ମାରିବାକୁ ଯିବା ସମୟରେ ଅର୍ଥାତ୍‌ ଦିନ ୧ଟାରୁ ୨ଟା ମଧ୍ୟରେ ପ୍ରଥମେ ସେମାନଙ୍କୁ ସୂଚନା ଦିଆଯାଏ। ପରେ ପ୍ରତିଦିନ ସମୁଦ୍ରରୁ ମତ୍ସ୍ୟଜୀବୀଙ୍କୁ ରେଡିଓ ମନସୁନ୍‌ ପାଖାପାଖି ୪୦୦ କଲ୍‌ କରେ। ବାତ୍ୟା ସମୟରେ ଏହା ବଢ଼ିଯାଏ। ଏହି ରେଡିଓର ସୀମା ୧୦ରୁ ୧୨ କିମି। ତେବେ ସମୁଦ୍ରରେ ସିଗ୍‌ନାଲ୍‌ ୭୦ କିମି ଯାଏ ପହଞ୍ଚି ପାରୁଛି। ବନ୍ୟା ସମୟରେ ବି ଏହା ଲୋକଙ୍କୁ ସୂଚନା ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri