ଏଇ ଭାରତରେ

ଝାଡୁଦାର ଭାବେ କାମ କରୁଥିବା ଜଣେ ମହିଳା ରାଜସ୍ଥାନ ପ୍ରଶାସନିକ ସେବା (ଆର୍‌ଏଏସ୍‌)ରେ କୃତକାର୍ଯ୍ୟ ହେବା କିଛି କମ୍‌ କଥା ନୁହେଁ। ଏହି ମହିଳା ଜଣକ ହେଉଛନ୍ତି ଆଶା କନ୍ଦରା। ସେ ଏବେ ଯୋଧପୁରରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ। ଏହାପୂର୍ବରୁ ଆଶା ଯୋଧପୁର ନଗର ନିଗମ (ଉତ୍ତର)ରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରିଥିଲେ। ଏବେ ସେ ଯୋଧପୁର ନଗର ନିଗମର ଏହି କାର୍ଯ୍ୟ ତଦାରଖ କରିବା ସହ ଅନ୍ୟ ବିକାଶମୂଳକ କାର୍ଯ୍ୟ କରିବାର ଦାୟିତ୍ୱ କାନ୍ଧକୁ ନେଇଛନ୍ତି। ଆଶା ଜଣେ ସିଙ୍ଗଲ୍‌ ମଦର। ତାଙ୍କର ଗୋଟିଏ ପୁଅ ଓ ଝିଅଟିଏ ଅଛି। ବିବାହର ୫ ବର୍ଷ ପରେ ସେ ସ୍ବାମୀଙ୍କଠାରୁ ଅଲଗା ହୋଇ ପିଲାଙ୍କୁ ମଣିଷ କରିବା ଲାଗି ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଦିନରେ ହାତରେ ଝାଡୁ ଧରୁଥିଲେ ଓ ରାତିରେ ଆର୍‌ଏଏସ୍‌ ଲାଗି ପ୍ରସ୍ତୁତ ହୁଅନ୍ତି। କଠୋର ପରିଶ୍ରମ ଓ ନିଷ୍ଠା ବଳରେ ସେ ଆର୍‌ଏଏସ୍‌ରେ ୭୨୮ତମ ର଼୍ୟାଙ୍କ ପାଇ ଜଣେ ଅଧିକାରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ପାଇଁ ବୟସ ବାଧକ ହେବାରୁ ସେ ଏଥିରୁ ଓହରି ଯାଇ ଆର୍‌ଏଏସ୍‌ ପରୀକ୍ଷା ଦେଇଥିଲେ। ଲକ୍ଷ୍ୟ ହାସଲ କରିବାକୁ ଆତ୍ମବିଶ୍ୱାସ ରହିଲେ ତାହା ସହଜରେ ପ୍ରାପ୍ତ ହୁଏ ବୋଲି କହିଛନ୍ତି ଆଶା। ଆଶାଙ୍କ ସଫଳତା ତାଙ୍କ ସମ୍ପ୍ରଦାୟର ମହିଳାମାନଙ୍କ ପାଇଁ ଏକ ପ୍ରେରଣା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri