ଏଇ ଭାରତରେ

ବର୍ଜ୍ୟବସ୍ତୁ ଉପଯୋଗ କରି ମହାରାଷ୍ଟ୍ରର ଜଣେ କୃଷକଙ୍କ ହାତଗଢ଼ା ମୁଲ୍‌ଚିଂ ମେଶିନର ଚାହିଦା ଏବେ କାହିଁରେ କ’ଣ। ଏହି କୃଷକ ଜଣକ ହେଉଛନ୍ତି ନାସିକ ଜିଲାର ନୀତିନ ଘୁଲେ। ମାଟିରୁ ଘାସ ଦୂର କରି ସମାନ କରିବା ଓ ମାଟିକୁ ମୁଲ୍‌ଚିଂ ପେପରରେ ଘୋଡ଼ାଇବା କାର୍ଯ୍ୟରେ ଏହି ମେଶିନ ଉପଯୋଗ ହୋଇପାରୁଛି। ମେଶିନ ପାଇଁ ସେ ଏବେ ୧୦୦ ଅର୍ଡର ପାଇସାରିଲେଣି। କୃଷି ଶ୍ରମିକ ଅଭାବରେ କିିଭଳି ଚାଷ କରାଯାଇପାରିବ ସେଥିପାଇଁ ସେ ଏହି ମେଶିନ ନିର୍ମାଣ କରିଛନ୍ତି। ନୀତିନଙ୍କ ବୟସ ୨୮। ବର୍ଷାଦିନେ ପ୍ରବଳ ବର୍ଷାରୁ ମାଟି, ଚାରା ଓ ଫସଲକୁ ସୁରକ୍ଷିତ ରଖିତ୍ତ୍ବା ଲାଗି ଏହି ମେଶିନ ବ୍ୟବହାର ହେଉଛି। ମୁଖ୍ୟତଃ ବର୍ଷାଦିନଆ ଗେଣ୍ଡୁଫୁଲ, ଟମାଟୋ ଓ ଲଙ୍କା ଚାଷ ପାଇଁ ଏହା ଦରକାର ହେଉଛି। ନୀତିନ ମାତ୍ର ୧୫ ଦିନରେ ଏହି ବର୍ଜ୍ୟବସ୍ତୁ ଉପଯୋଗ କରି ମେଶିନ ନିର୍ମାଣ କରିଛନ୍ତି ଓ ଲୋକଙ୍କ ଅର୍ଡର ପାଇବା ପରେ ଏବେ ଏକ ଓ୍ବାର୍କଶପ୍‌ରେ ଏହି ମେଶିନ ନିର୍ମାଣ ଆରମ୍ଭ କରିଛନ୍ତି। ଏହାର ମୂଲ୍ୟ ରଖିଛନ୍ତି ୧୦,୦୦୦ ଟଙ୍କା। ମେଶିନକୁ ଫୋଲ୍ଡ କରି କମ୍‌ ଜାଗାରେ ରଖାଯାଇ ପାରୁଛି। ଏହାକୁ ଚଳାଇବା ଲାଗି ଦୁଇଜଣ ଦରକାର। ମାତ୍ର ୮ ଘଣ୍ଟାରେ ଏହା ୧ ଏକର ଜମିରେ ମୁଲ୍‌ଚିଂ ପେପର ବିଛାଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳାରେ ବିବିଧତା

ଚୀନ ଗ୍ରୀସ୍‌ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍‌ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ,…

ପ୍ରତିଶୋଧର ଖଡ୍ଗ

ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ…

ଅସରପା ଆଉ ଅଟୋକ୍ରାସି

କକ୍‌ରୋଚ୍‌ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri