ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ମାଗଣାରେ ଆମ୍ବୁଲାନ୍ସ ସେବା ଯୋଗାଇଦେବାର ଅନେକ ଉଦାହରଣ ସାମ୍ନାକୁ ଆସିଛି। କିନ୍ତୁ ଦୀର୍ଘ ୨୦ ବର୍ଷ ଧରି ମାଗଣାରେ ଏକ ଦମ୍ପତି ୮୦,୦୦୦ ରୋଗୀଙ୍କୁ ନେବା ଆଣିବା କରି ତ୍ୟାଗର ଏକ ଦୃଷ୍ଟାନ୍ତ ପ୍ରତିଷ୍ଠା କରିଛନ୍ତି। ଏହି ଦମ୍ପତିି ହେଲେ ଦିଲ୍ଲୀର ହିମାଂଶୁ କଲିଆ ଏବଂ ତାଙ୍କ ସ୍ତ୍ରୀ ଟ୍ବିଙ୍କିଲ । ଆମ୍ବୁଲାନ୍ସ ବିଳମ୍ବ ଯୋଗୁ ହିମାଂଶୁଙ୍କ ପିତାଙ୍କ ମୃତ୍ୟୁ ଘଟିବା ପରେ ସେ ଏହି ସେବା ଆରମ୍ଭ କରିଛନ୍ତି। ଟ୍ବିଙ୍କିଲ ନିଜେ ଆମ୍ବୁଲାନ୍ସ ଚଳାଉଛନ୍ତି। ୨୦୦୨ରେ ହିମାଂଶୁ ଓ ଟ୍ବିଙ୍କିଲ୍‌ଙ୍କ ବିବାହ ସମୟରେ ତାଙ୍କୁ ପରିବାର ତରଫରୁ ଏକ ଆମ୍ବୁଲାନ୍ସ ଉପହାର ମିଳିଥିଲା। ଏଭଳି ନିଆରା ଉପହାର ପଛରେ ରହିଥିତ୍ଲା ଏକ ପ୍ରେରଣା, ଯାହାକୁ ନେଇ ଆଗେଇ ଚାଲିଛନ୍ତି କଲିଆ ଦମ୍ପତି। ଦିନରାତି ଯେତେବେଳେ କଲ୍‌ ଆସେ ସେମାନେ ରୋଗୀକୁ ମାଗଣାରେ ହସ୍ପିଟାଲରେ ପହଞ୍ଚାଉଛନ୍ତି। ଶହୀଦ ଭଗତ ସିଂ ହେଲ୍ପ ଆଣ୍ଡ୍‌ କେୟାର ଫର୍‌ ସୋସାଇଟି ଟ୍ରଷ୍ଟ୍‌ ମାଧ୍ୟମରେ ଏହି ସେବା କରୁଛନ୍ତି। ୨୦୦୨ରେ ଗୋଟିଏ ଆମ୍ବୁଲାନ୍ସରୁ ଆରମ୍ଭ କରି ଏବେ ୧୪ଟି ଆମ୍ବୁଲାନ୍ସ ଓ ୧୦ ଜଣ ଡ୍ରାଇଭରଙ୍କୁ ନେଇ ସେବା ଚାଲିଛି। ଯେଉଁ ମୃତଦେହକୁ ପରିବାର ଲୋକେ ଛାଡ଼ି ଚାଲିଯାଆନ୍ତି କଲିଆ ଦମ୍ପତି ତାହାର ଅନ୍ତିମ ସଂସ୍କାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri