କୃଷି ପାଇଁ ଶୁଷ୍କ ଅଞ୍ଚଳ ବଡ଼ ସମସ୍ୟା। ତେବେ ଏହାକୁ କିଭଳି ଦୂର କରାଯାଇ ପାରିବ ତାହାର ଏକ ମଡେଲ ସାମ୍ନାକୁ ଆଣିଛି ମହାରାଷ୍ଟ୍ରର ଏକ ଗାଁ। ଏହି ଗାଁର ନାଁ କଡ଼ଓ୍ବାଞ୍ଚି। ମରୁଡିପ୍ରବଣ ମରାଠାଓ୍ବାଡ଼ାର ୧ ହଜାରରୁ ଊର୍ଦ୍ଧ୍ୱ ଲୋକ ବାସକରୁଥିବା ଏହି ଗାଁ ଏବେ ଜଳ ସଂରକ୍ଷଣ ଓ କୃଷିର ନିଆରା ଉଦାହରଣ ସୃଷ୍ଟି କରିଛି। ଗ୍ରାମବାସୀ କୃଷିରୁ ବର୍ଷକୁ ପାଖାପାଖି ୭୨ କୋଟି ଟଙ୍କା ରୋଜଗାର କରୁଛନ୍ତି। ପ୍ରତିବର୍ଷ ମରୁଡି ଯୋଗୁ ଲୋକମାନେ କାମ ଅନ୍ବେଷଣରେ ଗାଁ ଛାଡି ସହରକୁ ଚାଲିଯାଉଥିଲେ। ତେବେ ସେମାନଙ୍କ ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି ୧୯୦୦ ଦଶକର ମଧ୍ୟଭାଗରୁ ଚାଷକୁ ମୁଖ୍ୟ ପେସା ଭାବେ ଗ୍ରହଣ କରିବାକୁ ଗ୍ରାମବାସୀ ମନସ୍ଥ କରିଥିଲେ। ପାଣି ସମସ୍ୟା ଦୂର କରିବା ଲାଗି ସେମାନେ ପୋଖରୀ ଖୋଳିବା ଆରମ୍ଭ କରିଥିଲେ। ପୋଖରୀରେ ପାଣି ସଂରକ୍ଷିତ ହୋଇ ରହିବା ଦ୍ୱାରା ଧୀରେ ଧୀରେ ଭୂତଳ ଜଳସ୍ତର ବୃଦ୍ଧି ଘଟି କୂଅ ଓ ନଳକୂଅରେ ପ୍ରଚୁର ପାଣି ଉପଲବ୍ଧ ହେଲା। ଏଥିଯୋଗୁ ଗ୍ରାମବାସୀ ସେମାନଙ୍କ ଚାଷ ଆଗକୁ ବଢ଼ାଇବାରେ ଲାଗିଲେ। ଏବେସୁଦ୍ଧା ଗାଁରେ ସେମାନେ ମିଳିତ ଭାବେ ୬୫୦ଟି ପୋଖରୀ ଖୋଳିସାରିଲେଣି ଓ ୧,୫୦୦ ଏକର ଜମିରେ ଅଙ୍ଗୁର ଚାଷ କରିପାରୁଛନ୍ତି। ଏହା ବାଦ୍ ସେମାନେ ଡାଳିମ୍ବ ଓ ବିଭିନ୍ନ ପନିପରିବା ଚାଷ କରି ରୋଜାଗାର ବଢ଼ାଇ ପାରିଛନ୍ତି। ଶୁଖିଲା ଜମିକୁ ଶସ୍ୟ ଶ୍ୟାମଳା କରିବା ପାଇଁ ଗ୍ରାମବାସୀଙ୍କ ଉଦ୍ୟମ ଏବେ ଗାଁକୁ ସମ୍ପୂର୍ଣ୍ଣ ମରୁଡ଼ିମୁକ୍ତ କରିପାରିଛି। ପ୍ରଚୁର ଅଙ୍ଗୁର ଉପତ୍ାଦନ ହେଉଥିବାରୁ କୃଷକମାନେ ବିଦେଶକୁ ଅଙ୍ଗୁର ରପ୍ତାନି କରିବାକୁ ଯୋଜନା କରିଛନ୍ତି। ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ୨୦୦ ଏକର ଜମିରେ ଜଙ୍ଗଲ ମଧ୍ୟ କରାଯାଇଛି।
ଏଇ ଭାରତରେ
ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍…
ନୀରବତା ଏକ ମୃଗତୃଷ୍ଣା
ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍…
ସର୍ଜନଶୀଳ ଓଡ଼ିଶା
ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…
ଅନେକ ମେରୁ
ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…
ଏଇ ଭାରତରେ
ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…
ପିତୃ ଶବ୍ଦର ମହାନତା
ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍, ଡେ’ ଏହିପରି ଏକାର୍ଥବୋଧକ ଯେତେ…
ମଣିମା ଶୁଣିମା ହେଉ
ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…
କେବଳ ଦର୍ଶକ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…
Archives

