କୃଷି ପାଇଁ ଶୁଷ୍କ ଅଞ୍ଚଳ ବଡ଼ ସମସ୍ୟା। ତେବେ ଏହାକୁ କିଭଳି ଦୂର କରାଯାଇ ପାରିବ ତାହାର ଏକ ମଡେଲ ସାମ୍ନାକୁ ଆଣିଛି ମହାରାଷ୍ଟ୍ରର ଏକ ଗାଁ। ଏହି ଗାଁର ନାଁ କଡ଼ଓ୍ବାଞ୍ଚି। ମରୁଡିପ୍ରବଣ ମରାଠାଓ୍ବାଡ଼ାର ୧ ହଜାରରୁ ଊର୍ଦ୍ଧ୍ୱ ଲୋକ ବାସକରୁଥିବା ଏହି ଗାଁ ଏବେ ଜଳ ସଂରକ୍ଷଣ ଓ କୃଷିର ନିଆରା ଉଦାହରଣ ସୃଷ୍ଟି କରିଛି। ଗ୍ରାମବାସୀ କୃଷିରୁ ବର୍ଷକୁ ପାଖାପାଖି ୭୨ କୋଟି ଟଙ୍କା ରୋଜଗାର କରୁଛନ୍ତି। ପ୍ରତିବର୍ଷ ମରୁଡି ଯୋଗୁ ଲୋକମାନେ କାମ ଅନ୍ବେଷଣରେ ଗାଁ ଛାଡି ସହରକୁ ଚାଲିଯାଉଥିଲେ। ତେବେ ସେମାନଙ୍କ ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି ୧୯୦୦ ଦଶକର ମଧ୍ୟଭାଗରୁ ଚାଷକୁ ମୁଖ୍ୟ ପେସା ଭାବେ ଗ୍ରହଣ କରିବାକୁ ଗ୍ରାମବାସୀ ମନସ୍ଥ କରିଥିଲେ। ପାଣି ସମସ୍ୟା ଦୂର କରିବା ଲାଗି ସେମାନେ ପୋଖରୀ ଖୋଳିବା ଆରମ୍ଭ କରିଥିଲେ। ପୋଖରୀରେ ପାଣି ସଂରକ୍ଷିତ ହୋଇ ରହିବା ଦ୍ୱାରା ଧୀରେ ଧୀରେ ଭୂତଳ ଜଳସ୍ତର ବୃଦ୍ଧି ଘଟି କୂଅ ଓ ନଳକୂଅରେ ପ୍ରଚୁର ପାଣି ଉପଲବ୍ଧ ହେଲା। ଏଥିଯୋଗୁ ଗ୍ରାମବାସୀ ସେମାନଙ୍କ ଚାଷ ଆଗକୁ ବଢ଼ାଇବାରେ ଲାଗିଲେ। ଏବେସୁଦ୍ଧା ଗାଁରେ ସେମାନେ ମିଳିତ ଭାବେ ୬୫୦ଟି ପୋଖରୀ ଖୋଳିସାରିଲେଣି ଓ ୧,୫୦୦ ଏକର ଜମିରେ ଅଙ୍ଗୁର ଚାଷ କରିପାରୁଛନ୍ତି। ଏହା ବାଦ୍ ସେମାନେ ଡାଳିମ୍ବ ଓ ବିଭିନ୍ନ ପନିପରିବା ଚାଷ କରି ରୋଜାଗାର ବଢ଼ାଇ ପାରିଛନ୍ତି। ଶୁଖିଲା ଜମିକୁ ଶସ୍ୟ ଶ୍ୟାମଳା କରିବା ପାଇଁ ଗ୍ରାମବାସୀଙ୍କ ଉଦ୍ୟମ ଏବେ ଗାଁକୁ ସମ୍ପୂର୍ଣ୍ଣ ମରୁଡ଼ିମୁକ୍ତ କରିପାରିଛି। ପ୍ରଚୁର ଅଙ୍ଗୁର ଉପତ୍ାଦନ ହେଉଥିବାରୁ କୃଷକମାନେ ବିଦେଶକୁ ଅଙ୍ଗୁର ରପ୍ତାନି କରିବାକୁ ଯୋଜନା କରିଛନ୍ତି। ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ୨୦୦ ଏକର ଜମିରେ ଜଙ୍ଗଲ ମଧ୍ୟ କରାଯାଇଛି।
ଏଇ ଭାରତରେ
ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...
ଉତ୍ସବ ଓ ଭାଷଣ
ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...
ପେନ୍ସନ୍ଭୋଗୀଙ୍କ ଆଶଙ୍କା
ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍ସନଭୋଗୀଙ୍କ ପେନ୍ସନ୍ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...
ନୀରବ ଘାତକ
ବାୟୁ ପ୍ରଦୂଷଣ କୋଭିଡ୍ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...
ଏଇ ଭାରତରେ
ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...
ସତରେ ଆମେ କ’ଣ ମଣିଷ
ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...
ଭାରତର ସାଗରକେନ୍ଦ୍ର
ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...
ଓଟ ଉପରେ ବରଫ
ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...
Archives


