ଦୃଢ଼ ଇଚ୍ଛାଶକ୍ତି ଓ ନିରନ୍ତର ପ୍ରୟାସ ଦ୍ୱାରା ସବୁ ସମ୍ଭବ। ଯାହା ପ୍ରମାଣିତ ହୋଇଛି ଋତ୍ୱିକ ଭଟ୍ଟାଚାର୍ଯ୍ୟଙ୍କ କ୍ଷେତ୍ରରେ। ଜଣେ ପ୍ରତିଷ୍ଠିତ ସ୍କ୍ବାଶ୍ ଖେଳାଳି ଭାବେ ବହୁ ଖ୍ୟାତି ଅର୍ଜନ କରିବା ପରେ ଆଦିବାସୀ ପିଲାମାନଙ୍କୁ ଏହି ଖେଳ ପ୍ରତି ଆକୃଷ୍ଟ କରିବାକୁ ଉଦ୍ୟମ କରିଛନ୍ତି ା ସେ ମହାରାଷ୍ଟ୍ରର ରାୟଗଡ ବ୍ଲକର କାଲୋଟେ-ମୋକ୍ଷୀ ଗାଁରେ ଏକ ଏକାଡେମୀ ଗଠନ କରି ସେଠାକାର ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏହି ଗଁାର ଲୋକ ସଂଖ୍ୟା ୨୦୦୦। ଗଁା ପିଲାମାନଙ୍କର ଆଗ୍ରହ ଦେଖି ଆଖପାଖ ଅଞ୍ଚଳର ପିଲାମାନେ ବି ଏଠାରେ ପ୍ରଶିକ୍ଷଣ ନେଉଛନ୍ତି। ମୋଟ ପ୍ରଶିକ୍ଷଣ ନେଉଥିବା ୨୦୦ ପିଲାଙ୍କ ମଧ୍ୟରୁ କାଲୋଟେ-ମୋକ୍ଷୀର ୧୦୦ ଜଣ ଅଛନ୍ତି। ପଢିବା ସମୟକୁ ଛାଡିଦେଲେ ଯେ କୌଣସି ସମୟରେ ପିଲାମାନେ ଏଠାକୁ ଆସୁଛନ୍ତି। ଭୋର ୩ଟାରୁ ରାତି ୧୧ଟା ଯାଏ ଏହା ଖୋଲା ରହୁଛି ା ଗରିବ ପିଲାଙ୍କୁ ଏଥିପାଇଁ କୌଣସି ଦେୟ ଦେବାକୁ ପଡୁନି ା କେବଳ ସ୍କ୍ବାଶ୍ ନୁହେଁ ଫୁଟବଲ ଓ ଅନ୍ୟ ଖେଳ ଉପରେ ମଧ୍ୟ ପ୍ରଶିକ୍ଷଣ ଦେବା ଲାଗି ଋତ୍ୱିକ ବ୍ୟବସ୍ଥା କରିଛନ୍ତି ା ଏହି ସବୁ ଖେଳରେ ତାଙ୍କ ଏକାଡେମୀ ପିଲାମାନେ ରାଜ୍ୟ ଓ ଜାତୀୟ ସ୍ତରରେ ଖୁବ୍ ଭଲ ପ୍ରଦର୍ଶନ କରୁଛନ୍ତି। ଏବେ କାଲୋଟ-ମୋକ୍ଷୀ ଗଁା କ୍ୱାଶ କ୍ୟାପିଟାଲ ପାଲଟିଯାଇଛି। ଋତ୍ୱିକ ମଧ୍ୟ ଆଦିବାସୀମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଲାଗି କାର୍ଯ୍ୟ କରୁଛନ୍ତି। ତାଙ୍କ ଏକାଡେମୀର ନାମ ରଖିଛନ୍ତି ସ୍କ୍ବାଶ ଟେମ୍ପଲ ଆଣ୍ଡ ରୟାଲ ଟ୍ରେନିଂ ଏକାଡେମୀ। ବାସ୍ତବରେ ଏହି ଏକାଡେମୀ ଗରିବ ଆଦିବାସୀ ପିଲାଙ୍କ ପାଇଁ ଏକ ମନ୍ଦିର ହୋଇଯାଇଛି। ଏବେ ସୁଦ୍ଧା ଏଠାରୁ ବିଭିନ୍ନ ଖେଳରେ ୪୦ରୁ ଊର୍ଦ୍ଧ୍ୱ ପିଲା ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିସାରିଲେଣି। ମୁଖ୍ୟତଃ ସ୍କ୍ବାଶରୁ ଅଧିକ ପିଲା ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଛନ୍ତି।
ଏଇ ଭାରତରେ
ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...
ସତରେ ଆମେ କ’ଣ ମଣିଷ
ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...
ଭାରତର ସାଗରକେନ୍ଦ୍ର
ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...
ଓଟ ଉପରେ ବରଫ
ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...
ଏଇ ଭାରତରେ
ସଶସ୍ତ୍ର ସୀମା ବଳ(ଏସ୍ଏସ୍ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...
ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା
କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...
ସଙ୍କଟରେ ପକ୍ଷୀକୁଳ
ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...
ଉଦ୍ଦେଶ୍ୟ ଓ ଉଦାସୀନତା
ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...
Archives


