ଏଇ ଭାରତରେ

ଜନସେବା କରିବାର ତରିକା ସମାଜସେବୀ ମାତିୟୁର ରହମାନଙ୍କ କ୍ଷେତ୍ରରେ ନିଶ୍ଚିତ ଭିନ୍ନ। ସେ ବିଦେଶରୁ ମୃତଦେହ ଆଣିବାରେ ଗରିବ ଲୋକମାନଙ୍କୁ ସହଯୋଗ କରୁଛନ୍ତି । ସବୁ କାଗଜପତ୍ର ଯୋଗାଡ଼ କରି ବିଦେଶରୁ ମୃତଦେହ ଆଣିବାରେ ବହୁ ଆଇନଗତ ପଦ୍ଧତି ରହିଥିବା ଯୋଗୁ ଗରିବ ଲୋକମାନଙ୍କ ପକ୍ଷରେ ଏହା ସହଜ ହୋଇ ନ ଥାଏ। ଏଣୁ ରହମାନ ସେମାନଙ୍କ ପାଖରେ ରହି ସବୁ କାର୍ଯ୍ୟ କରନ୍ତି ଓ ଏଥିତ୍ପାଇଁ ଲୋକଙ୍କଠାରୁ କୌଣସି ଦେୟ ମଧ୍ୟ ନିଅନ୍ତି ନାହିଁ। କେବଳ ଏତିକି ନୁହେଁ ବିଦେଶରେ କୌଣସି କାରଣରୁ ଜେଲ କିମ୍ବା ଡିଟେନ୍‌ଶନ କ୍ୟାମ୍ପରୁ ଲୋକଙ୍କୁ ମୁକ୍ତ କରିବାରେ ସାହାଯ୍ୟ କରୁଛନ୍ତି। ସେ ଖବର ପାଇବା କ୍ଷଣି ଆମ ଦେଶର ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ) ଓ ସାଉଦିଆରବ ରାଷ୍ଟ୍ରଗୁଡ଼ିକରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗରେ ଲାଗିପଡ଼ନ୍ତି। ଇ-ମେଲ୍‌ ଓ ଟୁଇଟର ମାଧ୍ୟମରେ ସେ ଏହା କରିଥାଆନ୍ତି। ଏହି କାର୍ଯ୍ୟ କରିବା ଲାଗି ସେ ୨୦୦୬ରେ କର୍ଣ୍ଣ ସୁବର୍ଣ୍ଣ ଓ୍ବେଲଫେୟାର ସୋସାଇଟି ଗଠନ କରିଛନ୍ତି। ଏବେ ସୁଦ୍ଧା ସେ ୩୭ ମୃତଦେହ ସାଉଦିଆରବ, ୟୁଏଇ, କୁଏଟ୍‌ ଏବଂ ମାଲେସିଆରୁ ଆଣିବାରେ ଲୋକଙ୍କୁ ସାହାଯ୍ୟ କରିସାରିଛନ୍ତି। ଏବେ ଏହି ସବୁ ଦେଶରେ ଡିଟେନ୍‌ଶନ କ୍ୟାମ୍ପ ଓ ଜେଲରେ ରହିଥିବା ପ୍ରାୟ ୮ ଜଣ ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ସେମାନଙ୍କ ସମ୍ପର୍କୀୟଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri