ଏଇ ଭାରତରେ

ଜନସେବା କରିବାର ତରିକା ସମାଜସେବୀ ମାତିୟୁର ରହମାନଙ୍କ କ୍ଷେତ୍ରରେ ନିଶ୍ଚିତ ଭିନ୍ନ। ସେ ବିଦେଶରୁ ମୃତଦେହ ଆଣିବାରେ ଗରିବ ଲୋକମାନଙ୍କୁ ସହଯୋଗ କରୁଛନ୍ତି । ସବୁ କାଗଜପତ୍ର ଯୋଗାଡ଼ କରି ବିଦେଶରୁ ମୃତଦେହ ଆଣିବାରେ ବହୁ ଆଇନଗତ ପଦ୍ଧତି ରହିଥିବା ଯୋଗୁ ଗରିବ ଲୋକମାନଙ୍କ ପକ୍ଷରେ ଏହା ସହଜ ହୋଇ ନ ଥାଏ। ଏଣୁ ରହମାନ ସେମାନଙ୍କ ପାଖରେ ରହି ସବୁ କାର୍ଯ୍ୟ କରନ୍ତି ଓ ଏଥିତ୍ପାଇଁ ଲୋକଙ୍କଠାରୁ କୌଣସି ଦେୟ ମଧ୍ୟ ନିଅନ୍ତି ନାହିଁ। କେବଳ ଏତିକି ନୁହେଁ ବିଦେଶରେ କୌଣସି କାରଣରୁ ଜେଲ କିମ୍ବା ଡିଟେନ୍‌ଶନ କ୍ୟାମ୍ପରୁ ଲୋକଙ୍କୁ ମୁକ୍ତ କରିବାରେ ସାହାଯ୍ୟ କରୁଛନ୍ତି। ସେ ଖବର ପାଇବା କ୍ଷଣି ଆମ ଦେଶର ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ) ଓ ସାଉଦିଆରବ ରାଷ୍ଟ୍ରଗୁଡ଼ିକରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗରେ ଲାଗିପଡ଼ନ୍ତି। ଇ-ମେଲ୍‌ ଓ ଟୁଇଟର ମାଧ୍ୟମରେ ସେ ଏହା କରିଥାଆନ୍ତି। ଏହି କାର୍ଯ୍ୟ କରିବା ଲାଗି ସେ ୨୦୦୬ରେ କର୍ଣ୍ଣ ସୁବର୍ଣ୍ଣ ଓ୍ବେଲଫେୟାର ସୋସାଇଟି ଗଠନ କରିଛନ୍ତି। ଏବେ ସୁଦ୍ଧା ସେ ୩୭ ମୃତଦେହ ସାଉଦିଆରବ, ୟୁଏଇ, କୁଏଟ୍‌ ଏବଂ ମାଲେସିଆରୁ ଆଣିବାରେ ଲୋକଙ୍କୁ ସାହାଯ୍ୟ କରିସାରିଛନ୍ତି। ଏବେ ଏହି ସବୁ ଦେଶରେ ଡିଟେନ୍‌ଶନ କ୍ୟାମ୍ପ ଓ ଜେଲରେ ରହିଥିବା ପ୍ରାୟ ୮ ଜଣ ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ସେମାନଙ୍କ ସମ୍ପର୍କୀୟଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri