ଏଇ ଭାରତରେ

କଳା ଓ ସଂସ୍କୃତି ସୁରକ୍ଷା ପାଇଁ ଜଣେ ଫଟୋଗ୍ରାଫରଙ୍କ ପ୍ରୟାସ ବାସ୍ତବରେ ପ୍ରଶଂସନୀୟ। ମୁମ୍ବାଇର ଏହି ଫଟୋଗ୍ରାଫର ହେଉଛନ୍ତି ୫୩ ବର୍ଷୀୟ ହେମନ୍ତ ଚତୁର୍ବେଦୀ। ସେ ଲୋପ ପାଇଯାଉଥିବା ସିଙ୍ଗଲ ସ୍କ୍ରିନ ସିନେମାର ଧାରା ଓ ହଲ୍‌କୁ ବଞ୍ଚାଇ ରଖିବା ଲାଗି ଏବେ ସୁଦ୍ଧା ଦେଶର ୧୧ଟି ରାଜ୍ୟରେ ୫୦୦ ସହରକୁ ଯାଇଛନ୍ତି। ମୋଟରେ ଏଥିପାଇଁ ତାଙ୍କୁ ଟ୍ରାଭେଲିଂ କରି ୩୨,୦୦୦ କି.ମି. ଯିବାକୁ ପଡ଼ିଛି। ୧୭ ବର୍ଷ ହେବ ସେ ଏହି ଅଭିଯାନ ଚଳାଇଛନ୍ତି। ସେ ତାଙ୍କ ଜିପ୍‌ରେ ହିଁ ଏହିସବୁ ସହରକୁ ଯାଉଛନ୍ତି। କେବଳ ଏତିକି ନୁହେଁ ସେ ଦେଶର ବହୁ ଦୁର୍ଗମ ଅଞ୍ଚଳରୁ ସିନେମା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାରେ ମଧ୍ୟ ଲାଗିପଡ଼ିଛନ୍ତି। ଦେଶରେ ସିଙ୍ଗଲ୍‌ ସ୍କ୍ରିନ ସିନେମା ଥିଏଟରଗୁଡ଼ିକର ଅବସ୍ଥା ଏଭଳି ରହିଛି ଯେ ତାହାକୁ ସୁଧାରିବା ଅତ୍ୟନ୍ତ କଷ୍ଟକର ବୋଲି କହନ୍ତି ହେମନ୍ତ। କେବଳ ୨୦୦୦ରୁ ୨୦୧୯ ମଧ୍ୟରେ ଦେଶରେ ୧୨,୦୦୦ ସିଙ୍ଗଲ ସ୍କ୍ରିନ ସିନେମା ବନ୍ଦ ହୋଇଛି ଓ ସିନେମା ଘରକୁ ଧ୍ୱଂସ କରାଯାଇଛି। ଏସବୁକୁ ଉଦ୍ଧାର କରିବା ଲାଗି ସେ ୨୦୧୯ରେ ସିଙ୍ଗଲ ସ୍କ୍ରିନ ସିନେମା ପ୍ରୋଜେକ୍ଟ ମଧ୍ୟ ଆରମ୍ଭ କରିଛନ୍ତି। ଧ୍ୱଂସ ପଥରେ ଏବେ ୬୫୦ ସିନେମା ହଲ ରହିଥିବା ସେ କହିଛନ୍ତି।
ହେମନ୍ତ ମଧ୍ୟ ରଙ୍ଗମଞ୍ଚ ସୁରକ୍ଷାରେ ସମୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରୋକ୍ଷ ଉକ୍ତି

ଅଲେଖ ଚନ୍ଦ୍ର ମିଶ୍ର ପୁରୁଣା କଥାଟିଏ। ଜଣେ ରାଜା ଥିଲେ।ସେ ଜ୍ଞାନୀ, ଗୁଣୀ ଓ ପଣ୍ଡିତମାନଙ୍କୁ ଖୁବ୍‌ ଆଦର କରୁଥିଲେ। ତେଣୁ ତାଙ୍କ ସଭାରେ ଅନେକ...

ଏଇ ଭାରତରେ

ନିଜର ଡ୍ୟୁଟି ସମ୍ପାଦନ କରିବା ସହ ବଳକା ସମୟରେ ସାଲାଡ ବିକ୍ରି କରି ମାସକୁ ୧.୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ପୁଣେର ମେଘା ବଫନ୍ନା।...

ହସ୍ପିଟାଲକୁ ଡରିଲେ କ’ଣ କରୋନା ଯିବ

ସହଦେବ ସାହୁ ମହିନ୍ଦ୍ରା ବୋଲେରୋ ୬ ନମ୍ବର ହସ୍ପିଟାଲ୍‌ ସାମ୍‌ନାରେ ଅଟକିଗଲା, ଧଁ ସଁ ହେଉଥିବା ଗୋବିନ୍ଦ ଭଣ୍ଡାରିକୁ ଦୁଆର ମୁହଁରେ ଭୂଇଁରେ ଥୋଇ ଦେଲା।...

ଏଇ ଭାରତରେ

ଚାଷୀମାନେ ବହୁ ସମୟରେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ରାସ୍ତାରେ ପରିବା ପିଙ୍ଗି ଦେଉଥିତ୍ବା ଦୃଶ୍ୟ ଦେଖିବାକୁ ମିଳେ। ତେବେ ଏହି ସମସ୍ୟା ଦୂର କରିବା...

ଆଜିର ଅର୍ଥନୀତି/ ଭଣ୍ଡାର ନୀତି ସୁଧାର

ଖାଦ୍ୟଶସ୍ୟ ଭଣ୍ଡାରଘରେ ସାଇତି ରଖିବା ଏକ ଖର୍ଚ୍ଚବହୁଳ ଓ କଷ୍ଟକର କାର୍ଯ୍ୟ। ପ୍ରତି କୁଇଣ୍ଟାଲ ଗହମ ଓ ଚାଉଳକୁ ସାଇତି ରଖିବା ପାଇଁ କେନ୍ଦ୍ର ସରକାର...

ଆମେରିକାର ଅର୍ଥନୈତିକ ଉତ୍ଥାନ ପତନ

ଡ. ଚିତ୍ତରଞ୍ଜନ ମିଶ୍ର କୋଭିଡ୍‌-୧୯ ଟିକା କାର୍ଯ୍ୟକ୍ରମରେ ଅହେତୁକ ସଫଳତା ଏବଂ ଏଥିପାଇଁ ସରକାରଙ୍କ ପ୍ରୋତ୍ସାହନ ଦ୍ୱାରା ଏ ବର୍ଷ ଆମେରିକାର ଅର୍ଥନୀତି ୭ ପ୍ରତିଶତ...

ଜଳାଭାବର ପଦଧ୍ୱନି

ଶେଖ୍‌ ଫରିଦ୍‌ଉଦ୍ଦିନ ନିଦାଘ ଗ୍ରୀଷ୍ମର ପ୍ରକୋପ କ୍ରମଶଃ ବଢ଼ିବାରେ ଲାଗିଛି। ତାପମାତ୍ରା ଏବେ ଊର୍ଦ୍ଧ୍ୱମୁଖୀ। ରାଜ୍ୟର ଅନେକ ସ୍ଥାନରେ ପାରଦ ଚାଳିଶ ଡିଗ୍ରୀ ସେଲ୍‌ସିୟସ ଡେଇଁ...

ଅସତ୍ୟକୁ ହାମ୍ବୁଡୁଛି

ସମଗ୍ର ପୃଥିବୀକୁ ଦେଖିଲେ କରୋନା ମହାମାରୀ ବିଭିନ୍ନ ଦିଗରୁ ଅନେକ କିଛି ଉଜାଡ଼ି ଦେଇଛି। ଏହାର ଦ୍ୱିତୀୟ ଲହରରେ ଭାରତ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଅସଂଖ୍ୟ...

Advertisement
Archives

Model This Week