ଏଇ ଭାରତରେ

ଗୋଟିଏ ପାଖରେ ଚାକିରିର ଗୁରୁଦାୟିତ୍ୱ ଓ ଅନ୍ୟପଟେ ଅସହାୟଙ୍କ ସେବା ମଧ୍ୟରେ ସମନ୍ବୟ ରକ୍ଷା କରି ଆଗକୁ ବଢ଼ୁଛନ୍ତି ହରିୟାଣାର ଆଇପିଏସ୍‌ ଅଧିକାରୀ ଶ୍ରୀକାନ୍ତ ଯାଦବ। ପ୍ରତିଦିନ ଅପରାହ୍ନରେ ପାଖାପାଖି ୨,୦୦୦ ଫୁଡ୍‌ ପ୍ୟାକେଟ୍‌ ହରିୟାଣାର ୫ଟି ଜିଲାରେ ନିର୍ମାଣ ଶ୍ରମିକ, ରାସ୍ତାରେ ବୁଲୁଥିବା ଅସହାୟ ବ୍ୟକ୍ତି ଏବଂ ଦିନକୁ ଗୋଟିଏ ବେଳା ଖାଦ୍ୟ ଯୋଗାଡ଼ କରି ପାରୁ ନ ଥିତ୍ବା ଲୋକମାନଙ୍କୁ ଏହି ପ୍ୟାକେଟ୍‌ ବାଣ୍ଟୁଛନ୍ତି। ପ୍ରାୟ ୩,୦୦୦ ପୋଲିସ୍‌ ଅଧିତ୍କାରୀ ଏଥିପାଇଁ ଟଙ୍କା ଦେଉଛନ୍ତି ଓ ପ୍ରତିଦିନ ଅସହାୟମାନଙ୍କୁ ଖାଦ୍ୟପୁଡ଼ିଆ ବାଣ୍ଟିବାରେ ସକ୍ରିୟ ଭୂମିକା ନେଉଛନ୍ତି। ଏହି ଅଭିଯାନ ସେ ୨୦୧୭ରେ ମଧୁବନରେ ଆରମ୍ଭ କରିଥିଲେ। ଏବେ ଏହାକୁ କର୍ନଲ, ରିଓ୍ବାରି, ଗୁରୁଗ୍ରାମ, କୁରୁକ୍ଷେତ୍ର ଏବଂ ଫରିଦାବାଦକୁ ସମ୍ପ୍ରସାରିତ ହୋଇପାରିଛି। ଏହି ଅଭିଯାନର ନାମ ରଖାଯାଇଛି ‘ରୋଟି ବ୍ୟାଙ୍କ’। ହରିୟାଣା ପୋଲିସର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଥିବା ସମୟରେ ଶ୍ରୀକାନ୍ତ ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ପ୍ରଥମେ ଘରୁ ୪୦ଟି ଖାଦ୍ୟ ପୁଡ଼ିଆ ଆଣି ବାଣ୍ଟିଥିଲେ, କିନ୍ତୁ ସେଠାରେ ୧୦୦ ଜଣ ପିଲା ପହଞ୍ଚତ୍ ଯାଇଥିଲେ। ପରେ ପ୍ରତ୍ୟେକ ଅଧିକାରୀ ଘରୁ ଅଧିତ୍କ ଦୁଇଟି ରୁଟି ଆଣି ପୋଲିସ କ୍ୟାଣ୍ଟିନ୍‌ରେ ତରକାରି କରି ପିଲାମାନଙ୍କୁ ଖାଦ୍ୟ ଯୋଗାଇଥିତ୍ଲେ। ଏହି ଅଭିଯାନ ସମ୍ପର୍କରେ ପାଖ ଜିଲାରେ ପ୍ରଚାର ହୋଇଯିବା ପରେ ଆଇପିଏସ୍‌ ଏବଂ ଆଇଏଏସ୍‌ କ୍ୟାଡରରୁ ବହୁ ଅଧିକାରୀ ଏଥିରେ ଯୋଗ ଦେଇଥିଲେ। ଏବେ ପ୍ରତ୍ୟେକ କ୍ୟାଡର୍‌ରେ ସ୍ବତନ୍ତ୍ର ବ୍ୟାଙ୍କ୍‌ ଆକାଉଣ୍ଟ ଓ ଖାଦ୍ୟ ତିଆରି ଲାଗି ସ୍ବତନ୍ତ୍ର ରୋଷେଇଘର ରହିଛି। ଏହି ଅଭିଯାନକୁ ରାଜ୍ୟର ସବୁ ଜିଲାରେ ଚଳାଇବାର ଯୋଜନା ରହିଛି ଓ ଦେଶର ସବୁଆଡ଼େ ଚଳାଇଲେ ଅସହାୟମାନେ ବହୁ ଉପକୃତ ହୋଇପାରନ୍ତେ ବୋଲି କହନ୍ତି ଶ୍ରୀକାନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାର ଲେଉଟାଣି

ଡା. ଉମେଶ ଚନ୍ଦ୍ର ପାତ୍ର ପରିବର୍ତ୍ତିତ କରୋନା ଭୂତାଣୁର ବ୍ରିଟେନ ପ୍ରଜାତି ପରେ ଏବେ ଭାରତରେ ଦକ୍ଷିଣ ଆଫ୍ରିକୀୟ ଓ ବ୍ରାଜିଲ ପ୍ରଜାତିର ଭୂତାଣୁ ପ୍ରବେଶ...

କ୍ଷେତ୍ରାଧିକାର ଚିନ୍ତା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମୋଦି ସରକାରରେ କେବଳ ଆଇଏଏସ୍‌ ଅଫିସରମାନେ ଯେ ସେମାନଙ୍କ କ୍ଷେତ୍ରାଧିକାର ସଂକୀର୍ଣ୍ଣ ହେଉଥିବାର ଅନୁଭବ କରୁଛନ୍ତି ତାହା ନୁହେଁ। ଆଇପିଏସ୍‌...

ଏଇ ଭାରତରେ

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଟ୍ରାଫିକ ପୋଲିସ ଅଫିସରଙ୍କ ସାଧାରଣ ଦାୟିତ୍ୱ। ମାତ୍ର ତେଲେଙ୍ଗାନାରେ ଏମିତି ଜଣେ ପୋଲିସ ଅଫିସର ଅଛନ୍ତି ଯିଏ କି ରାସ୍ତା...

କୃତଜ୍ଞତାର ଚମତ୍କାରିତା

ଛନ୍ଦା ମିଶ୍ର ଖାଇବା ପୂର୍ବରୁ ହାତରେ ଥିବା ଭାତଗୁଣ୍ଡାଟିକୁ କରନ୍ତୁ ନିରୀକ୍ଷଣ। ଏଇ ଭାତ ମୁଠାକ, ଆପଣଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଯେଉଁ ମନୁଷ୍ୟମାନଙ୍କ ଶ୍ରମ...

ବିପର୍ଯ୍ୟୟର ବିଭୀଷିକା: ବଜ୍ରପାତ

ଉମାଶଙ୍କର ଦାସ ଜଳବାୟୁ ପରିବତ୍ତର୍ର୍ନ ପାଣିପାଗ ସମ୍ପର୍କିତ ବିପର୍ଯ୍ୟୟର ମୁଖ୍ୟ ଉତ୍ସ ବୋଲି ୨୦୦୬ରେ ସାଇନ୍ସ ପତ୍ରିକାରେ ପ୍ରକାଶ ପାଇଥିଲା। ବରିଷ୍ଠ ବୈଜ୍ଞାନିକ ତଥା ପାଣିପାଗବିତ୍‌...

ସୋସିଆଲ ମିଡିଆ : ଭଲ ଭିତରେ ଭେଲ

ଶୁଭସ୍ମିତା ନାୟକ ବିଶ୍ୱବାସୀଙ୍କୁ ବନ୍ଧୁତ୍ୱ ସୂତ୍ରରେ ବାନ୍ଧି ରଖିଥିବା ସୋସିଆଲ ମିଡ଼ିଆରେ ଅନେକଙ୍କର ଦିନର ଅଧିକାଂଶ ସମୟ କଟିଯାଉଛି। ଏହାଦ୍ୱାରା ନିଜ ଅଜାଣତରେ ନିଜର କ୍ଷତି...

ସହରୀ ବନ୍ୟା

ଡ. ଦେବାନନ୍ଦ ବେଉରା ସହରରେ ବନ୍ୟା ସୃଷ୍ଟି ଏକ ନିୟମିତ ପ୍ରକ୍ରିୟାରେ ପରିଣତ ହୋଇଗଲାଣି। ଖାଲି ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ପ୍ରାୟତଃ ଊଣା ଅଧିକେ,...

ଶ୍ରୀଫଳରୁ ଶ୍ରୀ

ରଞ୍ଜନ କୁମାର ଦାସ   ନିକଟରେ ନିର୍ବାଚନ କାର୍ଯ୍ୟରେ ପର୍ଯ୍ୟବେକ୍ଷକ ଭାବେ କେରଳ ଯିବାର ସୁଯୋଗ ଆସିଥିଲା। କେରଳକୁ ଭଗବାନଙ୍କ ନିଜ ରାଜ୍ୟ ରୂପେ ଚିତ୍ରିତ...

Advertisement
Archives

Model This Week