ଏଇ ଭାରତରେ

ଗୋଟିଏ ପାଖରେ ଚାକିରିର ଗୁରୁଦାୟିତ୍ୱ ଓ ଅନ୍ୟପଟେ ଅସହାୟଙ୍କ ସେବା ମଧ୍ୟରେ ସମନ୍ବୟ ରକ୍ଷା କରି ଆଗକୁ ବଢ଼ୁଛନ୍ତି ହରିୟାଣାର ଆଇପିଏସ୍‌ ଅଧିକାରୀ ଶ୍ରୀକାନ୍ତ ଯାଦବ। ପ୍ରତିଦିନ ଅପରାହ୍ନରେ ପାଖାପାଖି ୨,୦୦୦ ଫୁଡ୍‌ ପ୍ୟାକେଟ୍‌ ହରିୟାଣାର ୫ଟି ଜିଲାରେ ନିର୍ମାଣ ଶ୍ରମିକ, ରାସ୍ତାରେ ବୁଲୁଥିବା ଅସହାୟ ବ୍ୟକ୍ତି ଏବଂ ଦିନକୁ ଗୋଟିଏ ବେଳା ଖାଦ୍ୟ ଯୋଗାଡ଼ କରି ପାରୁ ନ ଥିତ୍ବା ଲୋକମାନଙ୍କୁ ଏହି ପ୍ୟାକେଟ୍‌ ବାଣ୍ଟୁଛନ୍ତି। ପ୍ରାୟ ୩,୦୦୦ ପୋଲିସ୍‌ ଅଧିତ୍କାରୀ ଏଥିପାଇଁ ଟଙ୍କା ଦେଉଛନ୍ତି ଓ ପ୍ରତିଦିନ ଅସହାୟମାନଙ୍କୁ ଖାଦ୍ୟପୁଡ଼ିଆ ବାଣ୍ଟିବାରେ ସକ୍ରିୟ ଭୂମିକା ନେଉଛନ୍ତି। ଏହି ଅଭିଯାନ ସେ ୨୦୧୭ରେ ମଧୁବନରେ ଆରମ୍ଭ କରିଥିଲେ। ଏବେ ଏହାକୁ କର୍ନଲ, ରିଓ୍ବାରି, ଗୁରୁଗ୍ରାମ, କୁରୁକ୍ଷେତ୍ର ଏବଂ ଫରିଦାବାଦକୁ ସମ୍ପ୍ରସାରିତ ହୋଇପାରିଛି। ଏହି ଅଭିଯାନର ନାମ ରଖାଯାଇଛି ‘ରୋଟି ବ୍ୟାଙ୍କ’। ହରିୟାଣା ପୋଲିସର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଥିବା ସମୟରେ ଶ୍ରୀକାନ୍ତ ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ପ୍ରଥମେ ଘରୁ ୪୦ଟି ଖାଦ୍ୟ ପୁଡ଼ିଆ ଆଣି ବାଣ୍ଟିଥିଲେ, କିନ୍ତୁ ସେଠାରେ ୧୦୦ ଜଣ ପିଲା ପହଞ୍ଚତ୍ ଯାଇଥିଲେ। ପରେ ପ୍ରତ୍ୟେକ ଅଧିକାରୀ ଘରୁ ଅଧିତ୍କ ଦୁଇଟି ରୁଟି ଆଣି ପୋଲିସ କ୍ୟାଣ୍ଟିନ୍‌ରେ ତରକାରି କରି ପିଲାମାନଙ୍କୁ ଖାଦ୍ୟ ଯୋଗାଇଥିତ୍ଲେ। ଏହି ଅଭିଯାନ ସମ୍ପର୍କରେ ପାଖ ଜିଲାରେ ପ୍ରଚାର ହୋଇଯିବା ପରେ ଆଇପିଏସ୍‌ ଏବଂ ଆଇଏଏସ୍‌ କ୍ୟାଡରରୁ ବହୁ ଅଧିକାରୀ ଏଥିରେ ଯୋଗ ଦେଇଥିଲେ। ଏବେ ପ୍ରତ୍ୟେକ କ୍ୟାଡର୍‌ରେ ସ୍ବତନ୍ତ୍ର ବ୍ୟାଙ୍କ୍‌ ଆକାଉଣ୍ଟ ଓ ଖାଦ୍ୟ ତିଆରି ଲାଗି ସ୍ବତନ୍ତ୍ର ରୋଷେଇଘର ରହିଛି। ଏହି ଅଭିଯାନକୁ ରାଜ୍ୟର ସବୁ ଜିଲାରେ ଚଳାଇବାର ଯୋଜନା ରହିଛି ଓ ଦେଶର ସବୁଆଡ଼େ ଚଳାଇଲେ ଅସହାୟମାନେ ବହୁ ଉପକୃତ ହୋଇପାରନ୍ତେ ବୋଲି କହନ୍ତି ଶ୍ରୀକାନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri