ଏଇ ଭାରତରେ

ଗୋଟିଏ ପାଖରେ ଚାକିରିର ଗୁରୁଦାୟିତ୍ୱ ଓ ଅନ୍ୟପଟେ ଅସହାୟଙ୍କ ସେବା ମଧ୍ୟରେ ସମନ୍ବୟ ରକ୍ଷା କରି ଆଗକୁ ବଢ଼ୁଛନ୍ତି ହରିୟାଣାର ଆଇପିଏସ୍‌ ଅଧିକାରୀ ଶ୍ରୀକାନ୍ତ ଯାଦବ। ପ୍ରତିଦିନ ଅପରାହ୍ନରେ ପାଖାପାଖି ୨,୦୦୦ ଫୁଡ୍‌ ପ୍ୟାକେଟ୍‌ ହରିୟାଣାର ୫ଟି ଜିଲାରେ ନିର୍ମାଣ ଶ୍ରମିକ, ରାସ୍ତାରେ ବୁଲୁଥିବା ଅସହାୟ ବ୍ୟକ୍ତି ଏବଂ ଦିନକୁ ଗୋଟିଏ ବେଳା ଖାଦ୍ୟ ଯୋଗାଡ଼ କରି ପାରୁ ନ ଥିତ୍ବା ଲୋକମାନଙ୍କୁ ଏହି ପ୍ୟାକେଟ୍‌ ବାଣ୍ଟୁଛନ୍ତି। ପ୍ରାୟ ୩,୦୦୦ ପୋଲିସ୍‌ ଅଧିତ୍କାରୀ ଏଥିପାଇଁ ଟଙ୍କା ଦେଉଛନ୍ତି ଓ ପ୍ରତିଦିନ ଅସହାୟମାନଙ୍କୁ ଖାଦ୍ୟପୁଡ଼ିଆ ବାଣ୍ଟିବାରେ ସକ୍ରିୟ ଭୂମିକା ନେଉଛନ୍ତି। ଏହି ଅଭିଯାନ ସେ ୨୦୧୭ରେ ମଧୁବନରେ ଆରମ୍ଭ କରିଥିଲେ। ଏବେ ଏହାକୁ କର୍ନଲ, ରିଓ୍ବାରି, ଗୁରୁଗ୍ରାମ, କୁରୁକ୍ଷେତ୍ର ଏବଂ ଫରିଦାବାଦକୁ ସମ୍ପ୍ରସାରିତ ହୋଇପାରିଛି। ଏହି ଅଭିଯାନର ନାମ ରଖାଯାଇଛି ‘ରୋଟି ବ୍ୟାଙ୍କ’। ହରିୟାଣା ପୋଲିସର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଥିବା ସମୟରେ ଶ୍ରୀକାନ୍ତ ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ପ୍ରଥମେ ଘରୁ ୪୦ଟି ଖାଦ୍ୟ ପୁଡ଼ିଆ ଆଣି ବାଣ୍ଟିଥିଲେ, କିନ୍ତୁ ସେଠାରେ ୧୦୦ ଜଣ ପିଲା ପହଞ୍ଚତ୍ ଯାଇଥିଲେ। ପରେ ପ୍ରତ୍ୟେକ ଅଧିକାରୀ ଘରୁ ଅଧିତ୍କ ଦୁଇଟି ରୁଟି ଆଣି ପୋଲିସ କ୍ୟାଣ୍ଟିନ୍‌ରେ ତରକାରି କରି ପିଲାମାନଙ୍କୁ ଖାଦ୍ୟ ଯୋଗାଇଥିତ୍ଲେ। ଏହି ଅଭିଯାନ ସମ୍ପର୍କରେ ପାଖ ଜିଲାରେ ପ୍ରଚାର ହୋଇଯିବା ପରେ ଆଇପିଏସ୍‌ ଏବଂ ଆଇଏଏସ୍‌ କ୍ୟାଡରରୁ ବହୁ ଅଧିକାରୀ ଏଥିରେ ଯୋଗ ଦେଇଥିଲେ। ଏବେ ପ୍ରତ୍ୟେକ କ୍ୟାଡର୍‌ରେ ସ୍ବତନ୍ତ୍ର ବ୍ୟାଙ୍କ୍‌ ଆକାଉଣ୍ଟ ଓ ଖାଦ୍ୟ ତିଆରି ଲାଗି ସ୍ବତନ୍ତ୍ର ରୋଷେଇଘର ରହିଛି। ଏହି ଅଭିଯାନକୁ ରାଜ୍ୟର ସବୁ ଜିଲାରେ ଚଳାଇବାର ଯୋଜନା ରହିଛି ଓ ଦେଶର ସବୁଆଡ଼େ ଚଳାଇଲେ ଅସହାୟମାନେ ବହୁ ଉପକୃତ ହୋଇପାରନ୍ତେ ବୋଲି କହନ୍ତି ଶ୍ରୀକାନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri