ପୁଣି ମୁହାଁମୁହିଁ ଆମେରିକା-ଚାଇନା

ଲଳିତେନ୍ଦୁ ପଲାଉରୀ

ଭିଡ୍‌-୧୯ ମହାମାରୀର ପ୍ରକୋପ ଯେମିତି ସମ୍ପୂର୍ଣ୍ଣ ମାନବ ସଭ୍ୟତାକୁ ଧ୍ବଂସର ଜ୍ବାଳାମୁଖୀ ଭିତରକୁ ଟାଣି ନେଇ ଚାଲିଛି। ଆଉ ଏସବୁ ଆଲୋଚନା କଲାବେଳେ ଚାଇନା ହିଁ ସନ୍ଦେହର ସବୁଠୁ ଆଗରେ ରହିଛି। କାରଣ ୨୦୧୯ ଶେଷ ଭାଗରେ କରୋନା ମହାମାରୀର ଉତ୍ପତ୍ତି ସ୍ଥଳ ହିଁ ଚାଇନାର ଉହାନ୍‌ ସହରରୁ ହୋଇଥିଲା। ଆଉ ଚାଇନାରୁ ହିଁ ବିଶ୍ବକୁ ମହାମାରୀ ବ୍ୟାପିଗଲା। ଏବେ ଆଉ ଚାଇନାରେ କରୋନା ବ୍ୟାପୁନି କି, ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚାଇନାରେ କରୋନା ସଂକ୍ରମଣ ନେଇ ଚର୍ଚ୍ଚା ବି ହେଉନି। ତେଣୁ ଏହି ଭୂତାଣୁ ଯେମିତି ଚାଇନାର ରିମୋଟ୍‌ କଣ୍ଟ୍ରୋଲରେ ନିୟନ୍ତ୍ରିତ ହେବାଭଳି ମନେ ହେଉଛି। ଆମେରିକାର ବାଇଡେନ ପ୍ରଶାସନ ମଧ୍ୟ ତାଙ୍କର ପ୍ରମୁଖ ତଦନ୍ତକାରୀ ସଂସ୍ଥାକୁ ଆଉଥରେ କରୋନାର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ଖୋଳତାଡ଼ କରି ୯୦ଦିନ ମଧ୍ୟରେ ଚୂଡାନ୍ତ ରିପୋର୍ଟ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଚାଇନା ଏନେଇ ସହଯୋଗ ନ କଲେ ପରିଣାମ ଭୋଗିବ ବୋଲି ବାଇଡେନ ପରୋକ୍ଷରେ କହିସାରିଲେଣି। ପୂର୍ବରୁ ଆମେରିକାର ରିପବ୍ଲିକାନ ଦଳର ସଦସ୍ୟମାନେ ଚାଇନା ହିଁ କରୋନା ଭୂତାଣୁର ମାଷ୍ଟରମାଇଣ୍ଡ ବୋଲି ଦୃଢ଼ତାର ସହ କହିଥିଲେ। କାରଣ ଚାଇନାର ବିସ୍ତାରବାଦ ଚିନ୍ତାଧାରାକୁ ସାକାର କରିବାକୁ ଏଭଳି ଭୂତାଣୁକୁ ଜାଣିଶୁଣି ଚାଇନା ଜୈବିକ ଅସ୍ତ୍ର ଭାବେ ପ୍ରୟୋଗ କରି ବିଶ୍ବକୁ ବିପଦ ମୁହଁକୁ ଠେଲି ଦେଇଛି। ତେବେ ଏହି ଭୂତାଣୁ ପ୍ରକୃତରେ ମାନବ ତିଆରି ଜୈବିକ ଅସ୍ତ୍ର କି ନୁହେଁ ଏହା ଏଯାଏ ସମ୍ପୂର୍ଣ୍ଣ ଭାବେ ଷ୍ପଷ୍ଟ ହୋଇ ନ ଥିବା ବେଳେ କିନ୍ତୁ ଅଧିକାଂଶ ଦେଶର ସନ୍ଦେହରେ ହିଁ ଚାଇନା ରହିଛି।
ବିଶ୍ବର ଅଭିଜ୍ଞ ବୈଜ୍ଞାନିକ, ଭୂତାଣୁ ବିଜ୍ଞାନୀ, ଡାକ୍ତର କେହି ବି ଏନେଇ ଠିକ୍‌ ତଥ୍ୟରେ ଉପନୀତ ହୋଇପାରୁ ନାହାନ୍ତି ଯେ ପ୍ରକୃତ ଏହି ଭୂତାଣୁର ଗୂଢ଼ ରହସ୍ୟ କ’ଣ। ବେସରକାରୀ ଭାବେ ବିଶ୍ବରେ ପ୍ରାୟ ଅଧ କୋଟି ଲୋକଙ୍କ ଜୀବନ ନେଇ ସାରିଲାଣି ଏହି ମହାମାରୀ ଭୂତାଣୁ। ଆମ ଦେଶରେ କରୋନାର ଦ୍ବିତୀୟ ଲହର ସାଂଘାତିତ ସ୍ଥିତି ସୃଷ୍ଟି କରିଛି। ଏନେଇ କେତେକ ବିଶେଷଜ୍ଞ କହିଛନ୍ତି, ଭାରତର ଅର୍ଥନୀତିକୁ ଧ୍ୱଂସ କରିବାକୁ ଏହା ଚାଇନାର ଗେମ୍‌ ପ୍ଲାନ ବା ଏଭଳି ଭୂତାଣୁ ଚାଇନା ପ୍ରେରିତ ଜୈବିକ ଅସ୍ତ୍ର ବୋଲି ସନ୍ଦେହ କରୁଛନ୍ତି। ଏହାପୁଣି ସେତିକି ବେଳେ ଘଟିଛି ଯେତେବେଳେ ଅଷ୍ଟ୍ରେଲିଆ, ଆମେରିକା ଜାପାନ ଭଳି ଦେଶ ଦ୍ବାରା ଗଠିତ କ୍ବାଡା ସଂଗଠନ ଏସିଆରେ ଚାଇନାର ଆଧିପତ୍ୟ ହ୍ରାସ ପାଇଁ ଭାରତକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ସେହିଭଳି ଭାରତୀୟ ଭେଷଜ ଓ ଟିକା ଗବେଷଣାକୁ ଅନ୍ତର୍ଜାତୀୟ ଗୁରୁତ୍ୱ ମିଳିବା ଚାଇନାର ଦେହରେ ଯାଉନି। କରୋନା ଭୂତାଣୁ ଚାଇନାର ଉହାନ୍‌ ସହରୁ ଚିହ୍ନଟ ପରେ ଏହା ବିଶ୍ବରେ ଏକ ପ୍ରକାର ଏକ ଘରିଆ ସ୍ଥିତିରେ ରହିଛି ସତ, କିନ୍ତୁ ଚାରିଆଡୁ ଚାଇନା ଉପରେ କଟକଣା ଓ ପ୍ରତିବନ୍ଧକ ପରେ ବି ଚାଇନାକୁ କିଛି ଫରକ ପଡୁନି। ଆମେରିକା ମଧ୍ୟ ଚାଇନାକୁ ଯୁଦ୍ଧ ଚେତାବନୀ ଦେଇଛି। ଭାରତୀୟମାନେ ନିଜ ଇଚ୍ଛାରେ ଚାଇନା ସାମଗ୍ରୀକୁ ତିରସ୍କାର କରିଛନ୍ତି। ଏକ ସର୍ଭେରୁ ଜଣାପଡ଼ିଛି କରୋନା ଯୋଗୁ ବିଶ୍ବର ପ୍ରମୁଖ ଦେଶର ଅର୍ଥନୀତି ନିମ୍ନଗାମୀ ହୋଇଥିବା ବେଳେ ଚାଇନାର ଅର୍ଥନୈତିକ ଅଭିବୃଦ୍ଧି ହୋଇ ଚାଲିଛି। କୌଣସି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଉ ଚାଇନାରେ କରୋନା ସଂକ୍ରମଣ ଖବର ପ୍ରସାରଣ ହେଉନି। ସେଠାରେ ଜୀବନ ଜୀବିକା ସ୍ବାଭାବିକ ହୋଇଛି।
ତେବେ ପ୍ରଶ୍ନ ଉଠୁଛି ପ୍ରକୃତରେ କ’ଣ ଚାଇନା କରୋନା ଭୂତାଣୁ ପ୍ରୟୋଗ କରି ବିଶ୍ବବାସୀଙ୍କୁ ଏଭଳି ହଇରାଣ କରୁଛି? କାରଣ ଆଷ୍ଟ୍ରେଲିଆ ଓ ଆମେରିକାରୁ ପ୍ରକାଶିତ କିଛି ତଥ୍ୟଭିତ୍ତିକ ଲେଖା ଏଭଳି ସନ୍ଦେହକୁ ଅଧିକ ବିଶ୍ବାସକୁ ନେଇଛି। ତଥ୍ୟରେ କୁହାଯାଇଛି କି ୨୦୧୫ରୁ ତୃତୀୟ ବିଶ୍ବଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଥିଲା ଚାଇନା। ଯୁଦ୍ଧ ଲଢ଼ିବାକୁ ଚାଇନା ତା’ର ପିପୁଲ ଲିବରେଶନ ଆର୍ମି ବା ପିଏଲଏ ପାଇଁ ଯୁଦ୍ଧାସ୍ତ୍ର ଗବେଷଣାଗାରରେ ଜୈବିକ ଅସ୍ତ୍ର ତିଆରିକୁ ହିଁ ଅଧିକ ଗୁରୁତ୍ୱ ଦେଉଥିଲା। ଆଉ ଏହି କରୋନା ଭୂତାଣୁ ହେଉଛି ଚାଇନା ମିଲିଟାରୀ ଗବେଷଣାଗାରରୁ ଲିକ୍‌ ହୋଇଥିବା ଜୈବିକ ଅସ୍ତ୍ରର ଅଂଶ। ଅଷ୍ଟ୍ରେଲିଆରୁ ପ୍ରକାଶିତ ୱିକେଣ୍ଡ ଅଷ୍ଟ୍ରେଲିଆନର ଏମିତି କିଛି ତଥ୍ୟ ଛାତି ଥରାଇ ଦେବା ଭଳି ସୂଚନା ଦେଇଛି। ସେହିଭଳି ଆମେରିକା ଗୋଇନ୍ଦା ସଂସ୍ଥା ହାତରେ ଲାଗିଥିବା ଚାଇନାର କିଛି ଗୁପ୍ତ ତଥ୍ୟ ମଧ୍ୟ ସମାନ କଥା କହିଛି; ଯେଉଁଥିରେ କରୋନା ଭାଇରସକୁ ଜୈବଯୁଦ୍ଧାସ୍ତ୍ର ଭାବେ ବ୍ୟବହାର କରିବା ପାଇଁ ଚାଇନା ପରୀକ୍ଷା ନିରୀକ୍ଷା କରୁଥିବା ଗବେଷଣାଗାରରୁ ହିଁ ଏଭଳି ଭୂତାଣୁ ଆସିଛି। ଦ ଅନ୍‌ନାଚୁରାଲ ଅରିଜିନ ଅଫ୍‌ ସାର୍ସ ଆଣ୍ଡ୍‌ ନ୍ୟୁ ସ୍ପେସିସ୍‌ ଅଫ୍‌ ମ୍ୟାନମେଡ ଭାଇରସ ନାଁରେ ପ୍ରକାଶିତ ଲେଖାରେ ଜେନଟିକ ବାୟୋ ୱିପନ୍ସ ବିଷୟରେ ଉଲ୍ଲେଖ କରାଯାଇଛି। ଏହି ତଥ୍ୟରେ କୁହାଯାଇଛି, ଯଦି ତୃତୀୟ ବିଶ୍ବଯୁଦ୍ଧ ହୁଏ ତେବେ ଚାଇନା ଏହାକୁ ଜୈବିକ ଅସ୍ତ୍ର ମାଧ୍ୟମରେ ଲଢ଼ିବାକୁ ପୂର୍ବ ଯୋଜନା ପ୍ରସ୍ତୁତ କରିଥିଲା। ଆମେରିକାରେ ପ୍ରସିଦ୍ଧ ମିଲିଟାରୀ ବିଶେଷଜ୍ଞ ଡ. ଲରନ୍ସେ ଷ୍ଟେଲିନିକ୍ସ ଲ୍ୟୁଡ ମିଡିଆରେ ଲେଖିଛନ୍ତି ଯେ, ଚାଇନା ଦୀର୍ଘ ବର୍ଷ ଧରି ବିଶ୍ବର ବିଭିନ୍ନ ଭାଗରେ ଦେଖା ଦେଇଥିବା ଭୂତାଣୁଙ୍କୁ ଏକାଠି କରି ମିଲିଟାରୀ ଗବେଷଣା ଚଳାଉଥିଲା। ଏହି ମିଲିଟାରୀ ଗବେଷଣା ପଛରେ ଚାଇନା ଜୈବିକ ଅସ୍ତ୍ର ପ୍ରସ୍ତୁତି ହିଁ ପ୍ରକୃତ ଉଦ୍ଦେଶ୍ୟ ଥିବା ସନ୍ଦେହ କରାଯାଉଛି। ଏଭଳି ଜୈବାସ୍ତ୍ର ମାଧ୍ୟମରେ ଶତ୍ରୁ ଦେଶର ମେଡିକାଲ ସିଷ୍ଟମକୁ ସମ୍ପୂର୍ଣ୍ଣ ଠପ କରିବା, ଭୂତାଣୁକୁ ସହଜରେ ଚିହ୍ନି ନ ହେବା ଓ ଖୁବ୍‌ଶୀଘ୍ର ଏହା କିପରି ସଂକ୍ରମିତ ହେବ ସେ ନେଇ ଯୋଜନା ହୋଇଥିଲା। ଆଉ ଏଥିପାଇଁ ସାର୍ସ କୋଭ୍‌ ଭୂତାଣୁ ଉପରେ ହିଁ ଅଧିକ ଗବେଷଣାର ଫୋକସ କରିଥିଲା
ଜାତିସଂଘ ଭଳି ବିଶ୍ବର ବହୁ ନିରପେକ୍ଷ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚାଇନା ଅଧିକାରୀଙ୍କ ଗୁରୁତ୍ୱ ଥିବାରୁ ଚାଇନା ସେମାନଙ୍କୁ ଢାଲ କରି ତା’ର ଜୈବିକ ଅସ୍ତ୍ର ପ୍ରସ୍ତୁତି ଓ ଗବେଷଣାକୁ ଅଧିକ ତ୍ୱରାନ୍ବିତ କରିଥିବା ଚର୍ଚ୍ଚା ହେଉଛି। କରୋନା ମହାମାରୀ ଯେବେ ଉହାନ୍‌ରେ ବ୍ୟାପିଥିଲା ଏହାର ମୂଳ ରହସ୍ୟ ଜାଣିବାକୁ ବିଶ୍ବର ବିଭିନ୍ନ ସଂଗଠନ ଚାହିଁଥିଲେ ମଧ୍ୟ ଚାଇନା ସେମାନଙ୍କୁ ଅନୁମତି ଦେଇ ନ ଥିଲା। ପରେ ଅନ୍ତର୍ଜାତୀୟ ଚାପରେ କେତେକ ବିଶେଷଜ୍ଞମାନେ ଉହାନ୍‌ର ସେହି ବିବାଦୀୟ ଗବେଷଣାଗାର ଯାଞ୍ଚ କରି ଫେରିବା ପରେ ସେମିତି କିଛି ଖାସ ତଥ୍ୟ ପାଇ ନ ଥିଲେ। ଏପରି କି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚାଇନା ବିରୋଧରେ ମଧ୍ୟ କୌଣସି ଆଖି ଦୃଶିଆ ପଦକ୍ଷେପ ନ ନେଇ ଚୁପ୍‌ ରହିଥିଲା। ଜେନେଭାସ୍ଥିତ ମହାମାରୀ ପ୍ରସ୍ତୁତି ଓ ମୁକାବିଲା ସମ୍ପର୍କିତ ଏକ ସଂସ୍ଥା ଆଇପିପିପିଆର ମଧ୍ୟ କହିଛି କି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ନିଆଯାଇଥିବା କେତେକ ଭୁଲ୍‌ ନିଷ୍ପତ୍ତି ଯୋଗୁ ସମଗ୍ର ବିଶ୍ବରେ ବେସରକାରୀ ଭାବେ ପ୍ରାୟ ୫୦ ଲକ୍ଷ ଲୋକଙ୍କର ଜୀବନ ନେଇ ସାରିଲାଣି କରୋନା ମହାମାରୀ। ତଣୁ ଏଭଳି ସ୍ଥିତିରେ ଆମେରିକା ପୁଣି କରୋନାର ଉତ୍ପତ୍ତିି ସ୍ଥଳକୁ ନେଇ ଅନୁସନ୍ଧାନକୁ କଡ଼ାକଡ଼ି କରି ୯୦ଦିନରେ ରିପୋର୍ଟ ଦେବାକୁ ତା’ର ବିଶ୍ବସ୍ତ ଏଜେନ୍ସିଙ୍କୁ ନିର୍ଦ୍ଦେଶଦେବା ପରେ ଏହା ଚାଇନାକୁ ଚେତାବନୀ ସଦୃଶ ହେବା ସହ ଟାର୍ଗେଟ ହିଁ ପୁଣି ଚାଇନା ଆଡକୁ ମୁହାଁଉଛି ।
ବାଲିପନ୍ତାଳ, ନଗର, ଅସ୍ତରଙ୍ଗ, ପୁରୀ
ମୋ-୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri