ପୁଣି ମୁହାଁମୁହିଁ ଆମେରିକା-ଚାଇନା

ଲଳିତେନ୍ଦୁ ପଲାଉରୀ

ଭିଡ୍‌-୧୯ ମହାମାରୀର ପ୍ରକୋପ ଯେମିତି ସମ୍ପୂର୍ଣ୍ଣ ମାନବ ସଭ୍ୟତାକୁ ଧ୍ବଂସର ଜ୍ବାଳାମୁଖୀ ଭିତରକୁ ଟାଣି ନେଇ ଚାଲିଛି। ଆଉ ଏସବୁ ଆଲୋଚନା କଲାବେଳେ ଚାଇନା ହିଁ ସନ୍ଦେହର ସବୁଠୁ ଆଗରେ ରହିଛି। କାରଣ ୨୦୧୯ ଶେଷ ଭାଗରେ କରୋନା ମହାମାରୀର ଉତ୍ପତ୍ତି ସ୍ଥଳ ହିଁ ଚାଇନାର ଉହାନ୍‌ ସହରରୁ ହୋଇଥିଲା। ଆଉ ଚାଇନାରୁ ହିଁ ବିଶ୍ବକୁ ମହାମାରୀ ବ୍ୟାପିଗଲା। ଏବେ ଆଉ ଚାଇନାରେ କରୋନା ବ୍ୟାପୁନି କି, ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚାଇନାରେ କରୋନା ସଂକ୍ରମଣ ନେଇ ଚର୍ଚ୍ଚା ବି ହେଉନି। ତେଣୁ ଏହି ଭୂତାଣୁ ଯେମିତି ଚାଇନାର ରିମୋଟ୍‌ କଣ୍ଟ୍ରୋଲରେ ନିୟନ୍ତ୍ରିତ ହେବାଭଳି ମନେ ହେଉଛି। ଆମେରିକାର ବାଇଡେନ ପ୍ରଶାସନ ମଧ୍ୟ ତାଙ୍କର ପ୍ରମୁଖ ତଦନ୍ତକାରୀ ସଂସ୍ଥାକୁ ଆଉଥରେ କରୋନାର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ଖୋଳତାଡ଼ କରି ୯୦ଦିନ ମଧ୍ୟରେ ଚୂଡାନ୍ତ ରିପୋର୍ଟ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଚାଇନା ଏନେଇ ସହଯୋଗ ନ କଲେ ପରିଣାମ ଭୋଗିବ ବୋଲି ବାଇଡେନ ପରୋକ୍ଷରେ କହିସାରିଲେଣି। ପୂର୍ବରୁ ଆମେରିକାର ରିପବ୍ଲିକାନ ଦଳର ସଦସ୍ୟମାନେ ଚାଇନା ହିଁ କରୋନା ଭୂତାଣୁର ମାଷ୍ଟରମାଇଣ୍ଡ ବୋଲି ଦୃଢ଼ତାର ସହ କହିଥିଲେ। କାରଣ ଚାଇନାର ବିସ୍ତାରବାଦ ଚିନ୍ତାଧାରାକୁ ସାକାର କରିବାକୁ ଏଭଳି ଭୂତାଣୁକୁ ଜାଣିଶୁଣି ଚାଇନା ଜୈବିକ ଅସ୍ତ୍ର ଭାବେ ପ୍ରୟୋଗ କରି ବିଶ୍ବକୁ ବିପଦ ମୁହଁକୁ ଠେଲି ଦେଇଛି। ତେବେ ଏହି ଭୂତାଣୁ ପ୍ରକୃତରେ ମାନବ ତିଆରି ଜୈବିକ ଅସ୍ତ୍ର କି ନୁହେଁ ଏହା ଏଯାଏ ସମ୍ପୂର୍ଣ୍ଣ ଭାବେ ଷ୍ପଷ୍ଟ ହୋଇ ନ ଥିବା ବେଳେ କିନ୍ତୁ ଅଧିକାଂଶ ଦେଶର ସନ୍ଦେହରେ ହିଁ ଚାଇନା ରହିଛି।
ବିଶ୍ବର ଅଭିଜ୍ଞ ବୈଜ୍ଞାନିକ, ଭୂତାଣୁ ବିଜ୍ଞାନୀ, ଡାକ୍ତର କେହି ବି ଏନେଇ ଠିକ୍‌ ତଥ୍ୟରେ ଉପନୀତ ହୋଇପାରୁ ନାହାନ୍ତି ଯେ ପ୍ରକୃତ ଏହି ଭୂତାଣୁର ଗୂଢ଼ ରହସ୍ୟ କ’ଣ। ବେସରକାରୀ ଭାବେ ବିଶ୍ବରେ ପ୍ରାୟ ଅଧ କୋଟି ଲୋକଙ୍କ ଜୀବନ ନେଇ ସାରିଲାଣି ଏହି ମହାମାରୀ ଭୂତାଣୁ। ଆମ ଦେଶରେ କରୋନାର ଦ୍ବିତୀୟ ଲହର ସାଂଘାତିତ ସ୍ଥିତି ସୃଷ୍ଟି କରିଛି। ଏନେଇ କେତେକ ବିଶେଷଜ୍ଞ କହିଛନ୍ତି, ଭାରତର ଅର୍ଥନୀତିକୁ ଧ୍ୱଂସ କରିବାକୁ ଏହା ଚାଇନାର ଗେମ୍‌ ପ୍ଲାନ ବା ଏଭଳି ଭୂତାଣୁ ଚାଇନା ପ୍ରେରିତ ଜୈବିକ ଅସ୍ତ୍ର ବୋଲି ସନ୍ଦେହ କରୁଛନ୍ତି। ଏହାପୁଣି ସେତିକି ବେଳେ ଘଟିଛି ଯେତେବେଳେ ଅଷ୍ଟ୍ରେଲିଆ, ଆମେରିକା ଜାପାନ ଭଳି ଦେଶ ଦ୍ବାରା ଗଠିତ କ୍ବାଡା ସଂଗଠନ ଏସିଆରେ ଚାଇନାର ଆଧିପତ୍ୟ ହ୍ରାସ ପାଇଁ ଭାରତକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ସେହିଭଳି ଭାରତୀୟ ଭେଷଜ ଓ ଟିକା ଗବେଷଣାକୁ ଅନ୍ତର୍ଜାତୀୟ ଗୁରୁତ୍ୱ ମିଳିବା ଚାଇନାର ଦେହରେ ଯାଉନି। କରୋନା ଭୂତାଣୁ ଚାଇନାର ଉହାନ୍‌ ସହରୁ ଚିହ୍ନଟ ପରେ ଏହା ବିଶ୍ବରେ ଏକ ପ୍ରକାର ଏକ ଘରିଆ ସ୍ଥିତିରେ ରହିଛି ସତ, କିନ୍ତୁ ଚାରିଆଡୁ ଚାଇନା ଉପରେ କଟକଣା ଓ ପ୍ରତିବନ୍ଧକ ପରେ ବି ଚାଇନାକୁ କିଛି ଫରକ ପଡୁନି। ଆମେରିକା ମଧ୍ୟ ଚାଇନାକୁ ଯୁଦ୍ଧ ଚେତାବନୀ ଦେଇଛି। ଭାରତୀୟମାନେ ନିଜ ଇଚ୍ଛାରେ ଚାଇନା ସାମଗ୍ରୀକୁ ତିରସ୍କାର କରିଛନ୍ତି। ଏକ ସର୍ଭେରୁ ଜଣାପଡ଼ିଛି କରୋନା ଯୋଗୁ ବିଶ୍ବର ପ୍ରମୁଖ ଦେଶର ଅର୍ଥନୀତି ନିମ୍ନଗାମୀ ହୋଇଥିବା ବେଳେ ଚାଇନାର ଅର୍ଥନୈତିକ ଅଭିବୃଦ୍ଧି ହୋଇ ଚାଲିଛି। କୌଣସି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଉ ଚାଇନାରେ କରୋନା ସଂକ୍ରମଣ ଖବର ପ୍ରସାରଣ ହେଉନି। ସେଠାରେ ଜୀବନ ଜୀବିକା ସ୍ବାଭାବିକ ହୋଇଛି।
ତେବେ ପ୍ରଶ୍ନ ଉଠୁଛି ପ୍ରକୃତରେ କ’ଣ ଚାଇନା କରୋନା ଭୂତାଣୁ ପ୍ରୟୋଗ କରି ବିଶ୍ବବାସୀଙ୍କୁ ଏଭଳି ହଇରାଣ କରୁଛି? କାରଣ ଆଷ୍ଟ୍ରେଲିଆ ଓ ଆମେରିକାରୁ ପ୍ରକାଶିତ କିଛି ତଥ୍ୟଭିତ୍ତିକ ଲେଖା ଏଭଳି ସନ୍ଦେହକୁ ଅଧିକ ବିଶ୍ବାସକୁ ନେଇଛି। ତଥ୍ୟରେ କୁହାଯାଇଛି କି ୨୦୧୫ରୁ ତୃତୀୟ ବିଶ୍ବଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଥିଲା ଚାଇନା। ଯୁଦ୍ଧ ଲଢ଼ିବାକୁ ଚାଇନା ତା’ର ପିପୁଲ ଲିବରେଶନ ଆର୍ମି ବା ପିଏଲଏ ପାଇଁ ଯୁଦ୍ଧାସ୍ତ୍ର ଗବେଷଣାଗାରରେ ଜୈବିକ ଅସ୍ତ୍ର ତିଆରିକୁ ହିଁ ଅଧିକ ଗୁରୁତ୍ୱ ଦେଉଥିଲା। ଆଉ ଏହି କରୋନା ଭୂତାଣୁ ହେଉଛି ଚାଇନା ମିଲିଟାରୀ ଗବେଷଣାଗାରରୁ ଲିକ୍‌ ହୋଇଥିବା ଜୈବିକ ଅସ୍ତ୍ରର ଅଂଶ। ଅଷ୍ଟ୍ରେଲିଆରୁ ପ୍ରକାଶିତ ୱିକେଣ୍ଡ ଅଷ୍ଟ୍ରେଲିଆନର ଏମିତି କିଛି ତଥ୍ୟ ଛାତି ଥରାଇ ଦେବା ଭଳି ସୂଚନା ଦେଇଛି। ସେହିଭଳି ଆମେରିକା ଗୋଇନ୍ଦା ସଂସ୍ଥା ହାତରେ ଲାଗିଥିବା ଚାଇନାର କିଛି ଗୁପ୍ତ ତଥ୍ୟ ମଧ୍ୟ ସମାନ କଥା କହିଛି; ଯେଉଁଥିରେ କରୋନା ଭାଇରସକୁ ଜୈବଯୁଦ୍ଧାସ୍ତ୍ର ଭାବେ ବ୍ୟବହାର କରିବା ପାଇଁ ଚାଇନା ପରୀକ୍ଷା ନିରୀକ୍ଷା କରୁଥିବା ଗବେଷଣାଗାରରୁ ହିଁ ଏଭଳି ଭୂତାଣୁ ଆସିଛି। ଦ ଅନ୍‌ନାଚୁରାଲ ଅରିଜିନ ଅଫ୍‌ ସାର୍ସ ଆଣ୍ଡ୍‌ ନ୍ୟୁ ସ୍ପେସିସ୍‌ ଅଫ୍‌ ମ୍ୟାନମେଡ ଭାଇରସ ନାଁରେ ପ୍ରକାଶିତ ଲେଖାରେ ଜେନଟିକ ବାୟୋ ୱିପନ୍ସ ବିଷୟରେ ଉଲ୍ଲେଖ କରାଯାଇଛି। ଏହି ତଥ୍ୟରେ କୁହାଯାଇଛି, ଯଦି ତୃତୀୟ ବିଶ୍ବଯୁଦ୍ଧ ହୁଏ ତେବେ ଚାଇନା ଏହାକୁ ଜୈବିକ ଅସ୍ତ୍ର ମାଧ୍ୟମରେ ଲଢ଼ିବାକୁ ପୂର୍ବ ଯୋଜନା ପ୍ରସ୍ତୁତ କରିଥିଲା। ଆମେରିକାରେ ପ୍ରସିଦ୍ଧ ମିଲିଟାରୀ ବିଶେଷଜ୍ଞ ଡ. ଲରନ୍ସେ ଷ୍ଟେଲିନିକ୍ସ ଲ୍ୟୁଡ ମିଡିଆରେ ଲେଖିଛନ୍ତି ଯେ, ଚାଇନା ଦୀର୍ଘ ବର୍ଷ ଧରି ବିଶ୍ବର ବିଭିନ୍ନ ଭାଗରେ ଦେଖା ଦେଇଥିବା ଭୂତାଣୁଙ୍କୁ ଏକାଠି କରି ମିଲିଟାରୀ ଗବେଷଣା ଚଳାଉଥିଲା। ଏହି ମିଲିଟାରୀ ଗବେଷଣା ପଛରେ ଚାଇନା ଜୈବିକ ଅସ୍ତ୍ର ପ୍ରସ୍ତୁତି ହିଁ ପ୍ରକୃତ ଉଦ୍ଦେଶ୍ୟ ଥିବା ସନ୍ଦେହ କରାଯାଉଛି। ଏଭଳି ଜୈବାସ୍ତ୍ର ମାଧ୍ୟମରେ ଶତ୍ରୁ ଦେଶର ମେଡିକାଲ ସିଷ୍ଟମକୁ ସମ୍ପୂର୍ଣ୍ଣ ଠପ କରିବା, ଭୂତାଣୁକୁ ସହଜରେ ଚିହ୍ନି ନ ହେବା ଓ ଖୁବ୍‌ଶୀଘ୍ର ଏହା କିପରି ସଂକ୍ରମିତ ହେବ ସେ ନେଇ ଯୋଜନା ହୋଇଥିଲା। ଆଉ ଏଥିପାଇଁ ସାର୍ସ କୋଭ୍‌ ଭୂତାଣୁ ଉପରେ ହିଁ ଅଧିକ ଗବେଷଣାର ଫୋକସ କରିଥିଲା
ଜାତିସଂଘ ଭଳି ବିଶ୍ବର ବହୁ ନିରପେକ୍ଷ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚାଇନା ଅଧିକାରୀଙ୍କ ଗୁରୁତ୍ୱ ଥିବାରୁ ଚାଇନା ସେମାନଙ୍କୁ ଢାଲ କରି ତା’ର ଜୈବିକ ଅସ୍ତ୍ର ପ୍ରସ୍ତୁତି ଓ ଗବେଷଣାକୁ ଅଧିକ ତ୍ୱରାନ୍ବିତ କରିଥିବା ଚର୍ଚ୍ଚା ହେଉଛି। କରୋନା ମହାମାରୀ ଯେବେ ଉହାନ୍‌ରେ ବ୍ୟାପିଥିଲା ଏହାର ମୂଳ ରହସ୍ୟ ଜାଣିବାକୁ ବିଶ୍ବର ବିଭିନ୍ନ ସଂଗଠନ ଚାହିଁଥିଲେ ମଧ୍ୟ ଚାଇନା ସେମାନଙ୍କୁ ଅନୁମତି ଦେଇ ନ ଥିଲା। ପରେ ଅନ୍ତର୍ଜାତୀୟ ଚାପରେ କେତେକ ବିଶେଷଜ୍ଞମାନେ ଉହାନ୍‌ର ସେହି ବିବାଦୀୟ ଗବେଷଣାଗାର ଯାଞ୍ଚ କରି ଫେରିବା ପରେ ସେମିତି କିଛି ଖାସ ତଥ୍ୟ ପାଇ ନ ଥିଲେ। ଏପରି କି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚାଇନା ବିରୋଧରେ ମଧ୍ୟ କୌଣସି ଆଖି ଦୃଶିଆ ପଦକ୍ଷେପ ନ ନେଇ ଚୁପ୍‌ ରହିଥିଲା। ଜେନେଭାସ୍ଥିତ ମହାମାରୀ ପ୍ରସ୍ତୁତି ଓ ମୁକାବିଲା ସମ୍ପର୍କିତ ଏକ ସଂସ୍ଥା ଆଇପିପିପିଆର ମଧ୍ୟ କହିଛି କି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ନିଆଯାଇଥିବା କେତେକ ଭୁଲ୍‌ ନିଷ୍ପତ୍ତି ଯୋଗୁ ସମଗ୍ର ବିଶ୍ବରେ ବେସରକାରୀ ଭାବେ ପ୍ରାୟ ୫୦ ଲକ୍ଷ ଲୋକଙ୍କର ଜୀବନ ନେଇ ସାରିଲାଣି କରୋନା ମହାମାରୀ। ତଣୁ ଏଭଳି ସ୍ଥିତିରେ ଆମେରିକା ପୁଣି କରୋନାର ଉତ୍ପତ୍ତିି ସ୍ଥଳକୁ ନେଇ ଅନୁସନ୍ଧାନକୁ କଡ଼ାକଡ଼ି କରି ୯୦ଦିନରେ ରିପୋର୍ଟ ଦେବାକୁ ତା’ର ବିଶ୍ବସ୍ତ ଏଜେନ୍ସିଙ୍କୁ ନିର୍ଦ୍ଦେଶଦେବା ପରେ ଏହା ଚାଇନାକୁ ଚେତାବନୀ ସଦୃଶ ହେବା ସହ ଟାର୍ଗେଟ ହିଁ ପୁଣି ଚାଇନା ଆଡକୁ ମୁହାଁଉଛି ।
ବାଲିପନ୍ତାଳ, ନଗର, ଅସ୍ତରଙ୍ଗ, ପୁରୀ
ମୋ-୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?