ଏଇ ଭାରତରେ

”ଆମ ପୃଥିବୀ ଅତି ସୁନ୍ଦର, ଆକର୍ଷଣୀୟ। ଆମେ ତାଙ୍କୁ ଭଲ ପାଇବା, ତା’ପାଇଁ ପ୍ରତିଦିନ କିଛି ସମୟ ଦେବା ଓ ତା’ର ଯତ୍ନ ନେବା ଦରକାର। କାରଣ ଆମ ପାଖରେ ଆଉ ଗୋଟିଏ ପୃଥିବୀ ନାହିଁ“- ଏ ହେଉଛି କ୍ରିଷ୍ଣକୁମାରଙ୍କ ମନର କଥା। କଲେଜ ବେଳୁ ୬ ଜଣ ସାଥୀଙ୍କୁ ନେଇ ସବୁଜ ପରିବେଶ ସୃଷ୍ଟି କରିବାର ନେଇଥିବା ସଂକଳ୍ପକୁ ଏବେ ସାକାର କରିଛନ୍ତି କ୍ରିଷ୍ଣକୁମାର ଏସ୍‌। ସେ ରହୁଛନ୍ତି ଚେନ୍ନାଇରେ। ସେ ଏବେ ସୁଦ୍ଧା ସହର ବା ତା’ ଆଖପାଖ ଅଞ୍ଚଳରେ ୨୫ଟି ମୟାଓ୍ବାକି ଜଙ୍ଗଲ ସୃଷ୍ଟି କରିସାରିଲେଣି। ଜାପାନିଜ୍‌ ଉଦ୍ଭିଦବିଜ୍ଞାନୀ ଅକିରା ମିୟାଓ୍ବାର୍କଙ୍କ ନାମାନୁସାରେ କରାଯାଇଥିବା ମିୟାଓ୍ବାକି ପଦ୍ଧତିରେ କ୍ରିଷ୍ଣକୁମାର ପାଖାପାଖି ୧୦ ଏକର ଜମିରେ ୨୫ଟି କ୍ଷୁଦ୍ର ଜଙ୍ଗଲରେ ୬୫,୦୦୦ ଗଛ ଲଗାଇଛନ୍ତି। ଏହି ପଦ୍ଧତିରେ ସେ ଦେଶୀ ବୁଦାଜାତୀୟ ଲତା ଲଗାଇ କିଛି ମାସ ମଧ୍ୟରେ ଘଞ୍ଚ ଜଙ୍ଗଲ କରିପାରୁଛନ୍ତି। ଏଥିପାଇଁ ସେ ‘ଥୁବାକ୍କମ୍‌’ ସଂସ୍ଥା ଗଠନ କରି ତା’ମାଧ୍ୟମରେ ଅଭିଯାନ ଚଳାଇଛନ୍ତି। ଏଯାବତ୍‌ ତାଙ୍କ ସହ ୧,୮୦୦ ସ୍ବେଚ୍ଛାକର୍ମୀ ଯୋଗ ଦେଇସାରିଲେଣି। ସେମାନଙ୍କୁ କ୍ରିଷ୍ଣକୁମାର ୧୪ଟି ଗ୍ରୁପ୍‌ରେ ବିଭକ୍ତ କରି ବୃକ୍ଷରୋପଣ ଓ ତା’ର ରକ୍ଷଣାବେକ୍ଷଣ ଆଦି କାର୍ଯ୍ୟ ସଂଚାଳନ କରୁଛନ୍ତି। ୬ କଲେଜ ସାଙ୍ଗଙ୍କ ମଧ୍ୟରୁ ଆଉ ତିନିଜଣ ଏବେ ତାଙ୍କ ସହ ରହିଛନ୍ତି। ଅବ୍ୟବହୃତ ତଥା ବର୍ଜ୍ୟବସ୍ତୁ ଜମା ହେଉଥିବା ସ୍ଥାନଗୁଡ଼ିକୁ ସେମାନେ ଜଙ୍ଗଲ କରିବା ଦ୍ୱାରା ବହୁ ପ୍ରଜାତିର ପକ୍ଷୀ ବାସ କରିବା ଆରମ୍ଭ କରିଛନ୍ତି। ତାଙ୍କ ଅଭିଯାନରେ ବହୁ ସ୍କୁଲ ଓ କଲେଜ କ୍ୟାମ୍ପସରେ ଜଙ୍ଗଲ କରାଯାଇଛି। ସ୍କୁଲ, କଲେଜ ଓ ବିଭିନ୍ନ ଅଞ୍ଚଳରେ କ୍ରିଷ୍ଣକୁମାର ଓ ତାଙ୍କ ସାଥୀମାନେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଚଳାଇଛନ୍ତି। ଜଙ୍ଗଲ ସୃଷ୍ଟି କରିବାରେ ସ୍ଥାନୀୟ ପ୍ରଶାସନ ଓ ଜଙ୍ଗଲ ବିଭାଗ ତାଙ୍କୁ ସହଯୋଗ କରୁଛନ୍ତି। ଚେନ୍ନାଇ ଓ ତା’ ଆଖପାଖ ବ୍ୟତୀତ ଏବେ ଏହି ଅଭିଯାନକୁ ତାମିଲନାଡୁର ଅନ୍ୟ ସହର ଓ ଗ୍ରାମକୁ ସମ୍ପ୍ରସାରିତ କରିଛନ୍ତି କ୍ରିଷ୍ଣକୁମାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…

ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…

ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ

କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍‌ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ…

ହିମାଳୟକୁ ଜଗ

ଗୋଟେ ଧାରଣା ଥିଲା ଯେ, ପାହାଡ଼ କିମ୍ବା ପର୍ବତ ଅତ୍ୟନ୍ତ ମଜଭୁତ ଓ ଝୁଙ୍କିବା ଲାଗି ଅନେକ ଶହ ବର୍ଷ ଲାଗେ। ତିବ୍ବତ ସୀମାନ୍ତ କେନ୍ଦ୍ରୀୟ ନେପାଳର…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri