ଏଇ ଭାରତରେ

କୋଭିଡ୍‌ ମହାମାରୀର ମୁକାବିଲା କରିବାକୁ ମହାରାଷ୍ଟ୍ରରେ ଶିକ୍ଷକମାନଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ଅହମ୍ମଦ ନଗରର ଅକୋଲେ ଗାଁରେ ଜିଲା ପରିଷଦ ଶିକ୍ଷକମାନେ କରୋନା ମୃତ୍ୟୁ ରୋକିବା ଲାଗି ୩୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। କରୋନାର ଦ୍ୱିତୀୟ ଲହରରେ ଅକୋଲେ ଗାଁରେ ସେମାନେ ୨୫,୦୦୦ ଲୋକଙ୍କୁ ସବୁ ସୁବିଧା ଉପଲବ୍ଧ କରାଇ ପାରିଛନ୍ତି। ଏଠାରେ ଲୋକମାନେ ଚିକିତ୍ସା ସୁବିଧାରୁ ବଞ୍ଚତ୍ତ ରହନ୍ତି। ଏହି ବୃହତ୍‌ ଗାଁରେ ୩୦ ଶଯ୍ୟା ବିଶିଷ୍ଟ ମେଡିକାଲ ରହିଛି, ଯାହା ସଂକ୍ରମିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ନୁହେଁ। ଭଲ ଚିକିତ୍ସା ପାଇବାକୁ ହେଲେ ଗ୍ରାମବାସୀଙ୍କୁ ୭୦ କି.ମି ଦୂର ଚିକିତ୍ସାଳୟକୁ ଯିବାକୁ ପଡ଼େ। ଏଣୁ ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଶିକ୍ଷକମାନେ ୩୩ ଲକ୍ଷ ଟଙ୍କା ବ୍ୟୟରେ ୬୦ଟି ଅକ୍ସିଜେନ ବେଡ୍‌ର ସୁବିଧା କରିଛନ୍ତି। ଅକୋଲେଠାରୁ ୨ କି.ମି ଦୂର ସୁଗାନୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ସୁବିଧା କରାଯାଇଛି। ଶିକ୍ଷକମାନେ ସବୁ କାର୍ଯ୍ୟ ପରିଚାଳନା କରିବାକୁ ଏକ ହ୍ବାଟ୍ସଆପ ଗ୍ରୁପ୍‌ ଖୋଲିଛନ୍ତି। ୧,୧୦୦ଟି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ପ୍ରତ୍ୟେକ ୧,୦୦୦ ଟଙ୍କା ଦେଇ ୧୧ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟ ୧୨ ଲକ୍ଷ ଟଙ୍କା ଦେଇଛନ୍ତି। ଏହାବାଦ୍‌ ଘରୋଇ ଅନୁଷ୍ଠାନ ଏବଂ ଲୋକମାନେ ଆଉ ୧୦ ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି। ଏହି ଅଭିଯାନର ନେତୃତ୍ୱରେ ରହିଛନ୍ତି ପରଖତ୍‌ପୁର ଜିଲା ପରିଷଦ ସ୍କୁଲର ଶିକ୍ଷକ ରାଜେନ୍ଦ୍ର ସଦଗିର୍‌।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧାର ଜଗତର ଆଲୋକ

ଉପେନ୍ଦ୍ର ବିଶ୍ୱାଳ ଆଚ୍ଛନ୍ନ ଅନ୍ଧକାରରେ ଆକ୍ତାମାକ୍ତା ଦୁନିଆ। ଚାରିଆଡେ ଅରାଜକତା, ଆସୁରିକତାର ଭିଡ଼। ହତ୍ୟା, ଲୁଣ୍ଠନ, ଶୋଷଣ, କ୍ରୋଧ, ଲୋଭ, ଈର୍ଷା, ଅସୂୟା, ନିର୍ଯାତନା ଆଦି...

ମରିସସ୍‌ର ପ୍ରଧାନମନ୍ତ୍ରୀ

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ ଆଫ୍ରିକାର ଏକ ସ୍ଥାୟୀ ଗଣତନ୍ତ୍ର ଭାବେ ମରିସସ୍‌ ଜଣାଶୁଣା। ୧୯୬୮ରେ ବ୍ରିଟେନରୁ ଏହା ସ୍ବାଧୀନତା ପାଇଥିଲା। ଭାରତ ଭଳି ଏହାର...

କିଏ ପଚାରେ

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟ୍‌ସ (ସିଜିଏ)ରୁ ମିଳିଥିବା ତଥ୍ୟ ଅନୁଯାୟୀ ସରକାର ପ୍ରାକ୍‌-କୋଭିଡ୍‌ ସମୟଠାରୁ ପେଟ୍ରୋଲିୟମ୍‌ ସାମଗ୍ରୀ ଉପରେ...

ପ୍ରକୃତିକୁ ଭଲ ପାଅ

ବ୍ରଜକିଶୋର ଦାଶ ମାନବ ପ୍ରକୃତିର ସନ୍ତାନ। ପ୍ରକୃତିର କୋଳରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ହୁଏ ଲାଳିତ ପାଳିତ। ସଞ୍ଜ ସକାଳେ ଆକାଶର ବିଭିନ୍ନ ଦୃଶ୍ୟ ତାକୁ...

କୂପମଣ୍ଡୁକ

ନୂପୁର ଶର୍ମା ଏବେ ଅନ୍ତର୍ଜାତୀୟ ସ୍ତରକୁ ଚାଲିଗଲେଣି। ହାତଗଣତି କେତେକ ନିର୍ବୁଦ୍ଧିଆଙ୍କ କାର୍ଯ୍ୟକଳାପ ଯୋଗୁ ଭାରତର ଭାବମୂର୍ତ୍ତି ବିଶ୍ୱସ୍ତରରେ କ୍ଷୁଣ୍ଣ ହେଉଛି। ବୋକାଙ୍କ ବୁଦ୍ଧିରେ କାର୍ଯ୍ୟ...

ଏଇ ଭାରତରେ

ସମୀର ବର୍ଦ୍ଦୋଲୋଇ ଯୁବକମାନଙ୍କୁ ନେଇ ଗଠନ କରିଛନ୍ତିି ସବୁଜ ସେନା। ଏହି ସେନାରେ ରହିଛନ୍ତି ୩୨୬ ଜଣ ଗ୍ରୀନ ବା ସବୁଜ କମାଣ୍ଡୋ। ଏହି କମାଣ୍ଡୋମାନେ...

ଅଲୌକିକ ଦେବତା

ଡ. ତ୍ରିନାଥ ପଟ୍ଟନାୟକ ଓଡ଼ିଆ ଜାତି ଓ ଉତ୍କଳୀୟ ସଂସ୍କୃତିର ଚିର ନମସ୍ୟ ଶ୍ରୀଜଗନ୍ନାଥ। କଳିଙ୍ଗ ସାଗର ଉପକୂଳରେ ଅବସ୍ଥିତ ନୀଳଶୈଳ ଉପରେ ଶ୍ରୀଜଗନ୍ନାଥଙ୍କ ସୁଦୃଶ୍ୟ...

ସମାଜବାଦୀ ଆନ୍ଦୋଳନର ଅନ୍ୟତମ ପୁରୋଧା

ତୁଷାରକାନ୍ତ ଗାନ୍ଧିଜୀଙ୍କର ଯଥାର୍ଥ ଅନୁଗାମୀ, ସ୍ବାଧୀନତା ସଂଗ୍ରାମୀ, ଗଡ଼ଜାତ ଆନ୍ଦୋଳନର ଅନ୍ୟତମ କାଣ୍ଡାରି, ସମାଜବାଦୀ ଆନ୍ଦୋଳନର ଅନ୍ୟତମ ପୁରୋଧା ଗୌରାଙ୍ଗ ଚରଣ ଦାସଙ୍କର ଆଜି ୫୦ତମ...

Advertisement
Archives

Model This Week