ଏଇ ଭାରତରେ

ଅଭାବ ସମୟରେ ବସ୍ତିବାସିନ୍ଦା, ଦିନମଜୁରିଆ, ଟ୍ୟାକ୍ସିଚାଳକ ଏବଂ ଗୃହହୀନମାନେ ଦିନକର ରୋଜଗାର ବନ୍ଦ କରିବାକୁ ଚାହଁୁ ନ ଥିବାରୁ କୋଭିଡ୍‌ ଟିକାକରଣରେ ବେଶି ସାମିଲ ହୋଇପାରୁ ନାହାନ୍ତି। ଏହାକୁ ଲକ୍ଷ୍ୟ କରି ବେଙ୍ଗାଲୁରୁର ଡ. ଶ୍ୱେତା ଅଗ୍ରଓ୍ବାଲ ‘ମାଇଁ ଭ୍ୟାକ୍‌’ ଷ୍ଟାର୍ଟଅପ୍‌ ମାଧ୍ୟମରେ ସହରର ବିଭିନ୍ନ ସ୍ଥାନରେ ଶିବିର ଆୟୋଜନ କରି ଏମାନଙ୍କୁ ମାଗଣାରେ କୋଭିଡ୍‌ ଟିକା ଦେଉଛନ୍ତି। ଏଥିରେ ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍‌ପି) ସହଯୋଗ କରୁଛି। ଡିସେମ୍ବର ୨୦୨୦ରେ ଡ. ଅଗ୍ରଓ୍ବାଲ ତାଙ୍କର ଦୁଇ ବନ୍ଧୁଙ୍କ ସହ ମାଇଁ ଭ୍ୟାକ୍‌ ଷ୍ଟାର୍ଟଅପ୍‌ ଆରମ୍ଭ କରି ଘରେ ବୟସ୍କ ଏବଂ ପିଲାମାନଙ୍କୁ ପୋଲିଓ, ହେପାଟାଇଟିସ୍‌- ଏ ଆଣ୍ଡ୍‌ ବି ଏବଂ ଫ୍ଲୁ ଭାଇରସ୍‌ ଆଦି ଟିକା ଦେବା ଆରମ୍ଭ କରିବା ପରେ ଏବେ ଏହା ମାଧ୍ୟମରେ କୋଭିଡ୍‌ ଟିକାକରଣ ଅଭିଯାନ ଚଳାଇଛନ୍ତି। ଏଥିପାଇଁ ନର୍ସ, ଡାକ୍ତର ଏବଂ ଟେକ୍‌ନିସିଆନଙ୍କ ସମେତ ୧୦୦ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ବେଙ୍ଗାଲୁରୁ ବ୍ୟତୀତ ଟିକାକରଣ ଅଭିଯାନକୁ ମୁମ୍ବାଇ ଏବଂ ପୁଣେକୁ ସମ୍ପ୍ରସାରଣ କରାଯାଇଛି ଓ ୩ଟି ସହରରେ ୪୦ଟି କ୍ୟାମ୍ପ ଆୟୋଜନ କରାଯାଇ ଏବେ ସୁଦ୍ଧା ୬,୦୦୦ ଲୋକଙ୍କୁ ମାଗଣାରେ ଟିିକା ଦିଆଯାଇଛି। ଅଧିକ ଟିକା ଉପଲବ୍ଧ ହେଲେ ଦୈନିକ ୩୦୦୦ ଲୋକଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଛି ଓ ହାଇଦ୍ରାବାଦ ଏବଂ ଚେନ୍ନାଇରେଏହି ଅଭିଯାନକୁ ଆରମ୍ଭ କରାଯିବାର ଯୋଜନା କରାଯାଇଛି ବୋଲି କୁହନ୍ତି ଡ. ଅଗ୍ରଓ୍ବାଲ।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲ ରାମାୟଣ

କମ୍ୱରାମାୟଣମ୍‌ (କମ୍ୱ ରାମାୟଣ) ତାମିଲ ସାହିତ୍ୟର ସବୁଠାରୁ ପ୍ରସିଦ୍ଧ ରଚନାଗୁଡ଼ିକ ମଧ୍ୟରୁ ଅନ୍ୟତମ। ନବମ ଶତାବ୍ଦୀ ପାଖାପାଖିରେ ଚୋଳ ରାଜାମାନଙ୍କ ସମୟରେ ତାମିଲନାଡୁର କବି କମ୍ୱନ ଏହାକୁ…

ଏମିତି ଏ ବଡ଼ଦାଣ୍ଡେ

ପିଲାଦିନରୁ ଶ୍ରୀଜଗନ୍ନାଥଙ୍କର ଅନେକ ଜଣାଣ ଓ ଭଜନ ମୋର ମନେରହିଛି। ସ୍କୁଲ ଓ କଲେଜରେ ପଢ଼ୁଥିଲା ବେଳେ ମୁଁ ଗୀତ ଗାଉଥିଲି। ଜଗନ୍ନାଥ ଜଣାଣ ଗାଇ ଖୁସି…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ସମାଜ ବିଭକ୍ତୀକରଣର ଅନ୍ତୁଡ଼ିଶାଳ

ସ୍ବାଧୀନୋତ୍ତର ଭାରତର ସରକାରମାନେ ଶିକ୍ଷାର ପ୍ରସାର ଦିଗରେ କାମ କରିଚାଲିଛନ୍ତି। ବହୁ ଶିକ୍ଷା କମିଶନ ବସିଛି। ବହୁ ଆଇନ ପ୍ରଣୟନ ହୋଇଛି। ସେଥିମଧ୍ୟରୁ ବିଳମ୍ବରେ ହେଲେ ମଧ୍ୟ…

ଚାଲ ଫେରିବା ଗାଁକୁ

ଗ୍ରାମାଞ୍ଚଳ ଓ ଗ୍ରାମ୍ୟ ଜୀବନ କାହାକୁ ଆକୃଷ୍ଟ ନ କରେ! ମୋ ଜନ୍ମସ୍ଥାନଟି ହେଉଛି ରାଜ୍ୟର ଉପକୂଳବର୍ତ୍ତୀ ବ୍ରାହ୍ମଣୀ ନଦୀକୂଳ ଆଳି ମାଣିକପାଟଣା। ଗଁାଦିନର ସ୍ମୃତି ଅନେକ।…

ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦିଲ୍ଲୀର କୃଷ୍ଣ କୁମାର। ଏଭଳି ପିଲାଙ୍କୁ ସେ ରାସ୍ତାକଡ଼ରେ ପଢ଼ାଉଛନ୍ତି। ସ୍କୁଲ କହିଲେ ଭଲ ଘର…

ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି…

ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri