ଜଳ ସଙ୍କଟ ଏବେ ଜଳ ସଂରକ୍ଷଣରେ ଅଭିନବ ଉପାୟ ଖୋଜିବାକୁ ବାଧ୍ୟ କରିଛି। ଏଥିପାଇଁ ସରକାର ହୁଅନ୍ତୁ ବା ବ୍ୟକ୍ତିବିଶେଷ, ପ୍ରାକୃତିକ ଜଳାଶୟର ସଂରକ୍ଷଣ ପାଇଁ ଅଣ୍ଟା ଭିଡିଛନ୍ତି। କିନ୍ତୁ ଗୁଜରାଟର ଅମିତ୍ ଜୋଷୀଙ୍କ ବର୍ଷା ଜଳ ସଂରକ୍ଷଣ ପଦ୍ଧତି ଏବେ ବେଶ୍ ଆଦୃତ ହେବାରେ ଲାଗିଛି। ସେ ଛାତ ଉପରୁ ସଂଗୃହୀତ ବର୍ଷା ଜଳକୁ ଫିଲଟର କରି ସଂରକ୍ଷିତ ରଖିବାର ଉପାୟ ଆବିଷ୍କାର କରିଛନ୍ତି। ଏଥିରେ ସେ ବର୍ଷା ଜଳକୁ ‘ନିରେନ୍’ ଫିଲଟର ମାଧ୍ୟମରେ ଫିଲଟର କରି ବ୍ୟବହାର ଉପଯୋଗୀ କରୁଛନ୍ତି। ଏହା ଶସ୍ତାରେ ହେଉଛି। ଏବେ ସୁଦ୍ଧା ଅମିତ୍ ୧୦ କୋଟି ଲିଟର ବର୍ଷା ପାଣି ବଞ୍ଚାଇ ସାରିଲେଣି। ଅମିତ ରହନ୍ତି ଗାନ୍ଧୀନଗରରେ। ବର୍ଜ୍ୟ ପରିଚାଳନାରେ ୧୭ ବର୍ଷ ଚାକିରି ପରେ ତାକୁ ଛାଡି ଏବେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛନ୍ତି। ତାଙ୍କ ଦ୍ୱାରା ଆବିଷ୍କୃତ ‘ନିରେନ’ ଫିଲଟର ସିଷ୍ଟମରେ ଦୁଇ ପର୍ଯ୍ୟାୟରେ ଜଳ ଫିଲଟର ହେଉଛି। ଫିଲଟର ପରେ ପାଣି ପାଇପ ମାଧ୍ୟମରେ ସ୍ବତନ୍ତ୍ର କୁଣ୍ଡରେ ଗଚ୍ଛିତ ରହୁଛି। ପରେ ଏହାକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଉଛି। ବହୁବର୍ଷ ଗବେଷଣା ପରେ ୨୦୧୮ ସେ ଏହି ବ୍ୟବସ୍ଥାର ଆବିଷ୍କାର କରିଥିଲେ। କିନ୍ତୁ ୨୦୨୦ରେ ଏହି ଫିଲଟର ପଦ୍ଧତିରେ ବର୍ଷାଜଳ ସଂରକ୍ଷଣ ଆରମ୍ଭ କରିଥିଲେ ଓ ଏବେ ସୁଦ୍ଧା ବିଭିନ୍ନ ଅଞ୍ଚଳରେ ୧୦୦୦ ପରିବାର ଉପକୃତ ହେବା ସହ ଉତ୍ତର ଆମେରିକାରେ ୨୦୦ ପରିବାର ଏହି ପଦ୍ଧତିରେ ବର୍ଷାଜଳ ସଂଗ୍ରହ କରି ଫିଲଟର କରୁଛନ୍ତି। ତାଙ୍କ ପଦ୍ଧତିରେ ବିଦ୍ୟୁତ ଆବଶ୍ୟକ ପଡୁନି। ଇନଓ୍ବାଟର ପଦ୍ଧତିଠାରୁ ଏହା ୪୦ରୁ ୬୦% ଶସ୍ତା ହେଉଛି।
ଏଇ ଭାରତରେ
ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…
ସବୁକିଛି ବଦଳାଇବା ଠିକ୍ କି
ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…
ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ
କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ…
ହିମାଳୟକୁ ଜଗ
ଗୋଟେ ଧାରଣା ଥିଲା ଯେ, ପାହାଡ଼ କିମ୍ବା ପର୍ବତ ଅତ୍ୟନ୍ତ ମଜଭୁତ ଓ ଝୁଙ୍କିବା ଲାଗି ଅନେକ ଶହ ବର୍ଷ ଲାଗେ। ତିବ୍ବତ ସୀମାନ୍ତ କେନ୍ଦ୍ରୀୟ ନେପାଳର…
ଏଇ ଭାରତରେ
ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…
ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ
ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…
ସମୟ ବ୍ୟାଙ୍କ୍ର ସେବାପୁଞ୍ଜି
ବ୍ୟାଙ୍କ୍ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…
ଗରିବ ହୋଇ ରହିବୁ
ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…
Archives

