ଜଳ ସଙ୍କଟ ଏବେ ଜଳ ସଂରକ୍ଷଣରେ ଅଭିନବ ଉପାୟ ଖୋଜିବାକୁ ବାଧ୍ୟ କରିଛି। ଏଥିପାଇଁ ସରକାର ହୁଅନ୍ତୁ ବା ବ୍ୟକ୍ତିବିଶେଷ, ପ୍ରାକୃତିକ ଜଳାଶୟର ସଂରକ୍ଷଣ ପାଇଁ ଅଣ୍ଟା ଭିଡିଛନ୍ତି। କିନ୍ତୁ ଗୁଜରାଟର ଅମିତ୍ ଜୋଷୀଙ୍କ ବର୍ଷା ଜଳ ସଂରକ୍ଷଣ ପଦ୍ଧତି ଏବେ ବେଶ୍ ଆଦୃତ ହେବାରେ ଲାଗିଛି। ସେ ଛାତ ଉପରୁ ସଂଗୃହୀତ ବର୍ଷା ଜଳକୁ ଫିଲଟର କରି ସଂରକ୍ଷିତ ରଖିବାର ଉପାୟ ଆବିଷ୍କାର କରିଛନ୍ତି। ଏଥିରେ ସେ ବର୍ଷା ଜଳକୁ ‘ନିରେନ୍’ ଫିଲଟର ମାଧ୍ୟମରେ ଫିଲଟର କରି ବ୍ୟବହାର ଉପଯୋଗୀ କରୁଛନ୍ତି। ଏହା ଶସ୍ତାରେ ହେଉଛି। ଏବେ ସୁଦ୍ଧା ଅମିତ୍ ୧୦ କୋଟି ଲିଟର ବର୍ଷା ପାଣି ବଞ୍ଚାଇ ସାରିଲେଣି। ଅମିତ ରହନ୍ତି ଗାନ୍ଧୀନଗରରେ। ବର୍ଜ୍ୟ ପରିଚାଳନାରେ ୧୭ ବର୍ଷ ଚାକିରି ପରେ ତାକୁ ଛାଡି ଏବେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛନ୍ତି। ତାଙ୍କ ଦ୍ୱାରା ଆବିଷ୍କୃତ ‘ନିରେନ’ ଫିଲଟର ସିଷ୍ଟମରେ ଦୁଇ ପର୍ଯ୍ୟାୟରେ ଜଳ ଫିଲଟର ହେଉଛି। ଫିଲଟର ପରେ ପାଣି ପାଇପ ମାଧ୍ୟମରେ ସ୍ବତନ୍ତ୍ର କୁଣ୍ଡରେ ଗଚ୍ଛିତ ରହୁଛି। ପରେ ଏହାକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଉଛି। ବହୁବର୍ଷ ଗବେଷଣା ପରେ ୨୦୧୮ ସେ ଏହି ବ୍ୟବସ୍ଥାର ଆବିଷ୍କାର କରିଥିଲେ। କିନ୍ତୁ ୨୦୨୦ରେ ଏହି ଫିଲଟର ପଦ୍ଧତିରେ ବର୍ଷାଜଳ ସଂରକ୍ଷଣ ଆରମ୍ଭ କରିଥିଲେ ଓ ଏବେ ସୁଦ୍ଧା ବିଭିନ୍ନ ଅଞ୍ଚଳରେ ୧୦୦୦ ପରିବାର ଉପକୃତ ହେବା ସହ ଉତ୍ତର ଆମେରିକାରେ ୨୦୦ ପରିବାର ଏହି ପଦ୍ଧତିରେ ବର୍ଷାଜଳ ସଂଗ୍ରହ କରି ଫିଲଟର କରୁଛନ୍ତି। ତାଙ୍କ ପଦ୍ଧତିରେ ବିଦ୍ୟୁତ ଆବଶ୍ୟକ ପଡୁନି। ଇନଓ୍ବାଟର ପଦ୍ଧତିଠାରୁ ଏହା ୪୦ରୁ ୬୦% ଶସ୍ତା ହେଉଛି।
ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ
ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…
ପୁରୁଷ, ନାରୀ ଓ ସଭ୍ୟତା
ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…
ଚିତାରେ ସତୀ
ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…
ଏଇ ଭାରତରେ
ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…
ରୋଜଗାରିଆ ଝିଅ ଓ ବେକାର ପୁଅ
ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…
ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା
ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…
ଯେତିକି ପାରିବ ସେତିକି
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…
ଏଇ ଭାରତରେ
ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…
Archives

