ଏଇ ଭାରତରେ

ଜଳ ସଙ୍କଟ ଏବେ ଜଳ ସଂରକ୍ଷଣରେ ଅଭିନବ ଉପାୟ ଖୋଜିବାକୁ ବାଧ୍ୟ କରିଛି। ଏଥିପାଇଁ ସରକାର ହୁଅନ୍ତୁ ବା ବ୍ୟକ୍ତିବିଶେଷ, ପ୍ରାକୃତିକ ଜଳାଶୟର ସଂରକ୍ଷଣ ପାଇଁ ଅଣ୍ଟା ଭିଡିଛନ୍ତି। କିନ୍ତୁ ଗୁଜରାଟର ଅମିତ୍‌ ଜୋଷୀଙ୍କ ବର୍ଷା ଜଳ ସଂରକ୍ଷଣ ପଦ୍ଧତି ଏବେ ବେଶ୍‌ ଆଦୃତ ହେବାରେ ଲାଗିଛି। ସେ ଛାତ ଉପରୁ ସଂଗୃହୀତ ବର୍ଷା ଜଳକୁ ଫିଲଟର କରି ସଂରକ୍ଷିତ ରଖିବାର ଉପାୟ ଆବିଷ୍କାର କରିଛନ୍ତି। ଏଥିରେ ସେ ବର୍ଷା ଜଳକୁ ‘ନିରେନ୍‌’ ଫିଲଟର ମାଧ୍ୟମରେ ଫିଲଟର କରି ବ୍ୟବହାର ଉପଯୋଗୀ କରୁଛନ୍ତି। ଏହା ଶସ୍ତାରେ ହେଉଛି। ଏବେ ସୁଦ୍ଧା ଅମିତ୍‌ ୧୦ କୋଟି ଲିଟର ବର୍ଷା ପାଣି ବଞ୍ଚାଇ ସାରିଲେଣି। ଅମିତ ରହନ୍ତି ଗାନ୍ଧୀନଗରରେ। ବର୍ଜ୍ୟ ପରିଚାଳନାରେ ୧୭ ବର୍ଷ ଚାକିରି ପରେ ତାକୁ ଛାଡି ଏବେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛନ୍ତି। ତାଙ୍କ ଦ୍ୱାରା ଆବିଷ୍କୃତ ‘ନିରେନ’ ଫିଲଟର ସିଷ୍ଟମରେ ଦୁଇ ପର୍ଯ୍ୟାୟରେ ଜଳ ଫିଲଟର ହେଉଛି। ଫିଲଟର ପରେ ପାଣି ପାଇପ ମାଧ୍ୟମରେ ସ୍ବତନ୍ତ୍ର କୁଣ୍ଡରେ ଗଚ୍ଛିତ ରହୁଛି। ପରେ ଏହାକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଉଛି। ବହୁବର୍ଷ ଗବେଷଣା ପରେ ୨୦୧୮ ସେ ଏହି ବ୍ୟବସ୍ଥାର ଆବିଷ୍କାର କରିଥିଲେ। କିନ୍ତୁ ୨୦୨୦ରେ ଏହି ଫିଲଟର ପଦ୍ଧତିରେ ବର୍ଷାଜଳ ସଂରକ୍ଷଣ ଆରମ୍ଭ କରିଥିଲେ ଓ ଏବେ ସୁଦ୍ଧା ବିଭିନ୍ନ ଅଞ୍ଚଳରେ ୧୦୦୦ ପରିବାର ଉପକୃତ ହେବା ସହ ଉତ୍ତର ଆମେରିକାରେ ୨୦୦ ପରିବାର ଏହି ପଦ୍ଧତିରେ ବର୍ଷାଜଳ ସଂଗ୍ରହ କରି ଫିଲଟର କରୁଛନ୍ତି। ତାଙ୍କ ପଦ୍ଧତିରେ ବିଦ୍ୟୁତ ଆବଶ୍ୟକ ପଡୁନି। ଇନଓ୍ବାଟର ପଦ୍ଧତିଠାରୁ ଏହା ୪୦ରୁ ୬୦% ଶସ୍ତା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri