ଏଇ ଭାରତରେ

ଅନଗ୍ରସର ଅଞ୍ଚଳରେ ରହୁଥିବା ଲୋକମାନେ କିଭଳି ସୁବିଧାରେ ଖାଦ୍ୟ ପାଇ ପାରିବେ ସେହି ବ୍ୟବସ୍ଥା କରିଛନ୍ତି କୋଏମ୍ବାଟୁରର ଏକ ଦମ୍ପତି। ପ୍ରଭୁ ଓ ତାଙ୍କ ସ୍ତ୍ରୀ ବ୍ରିନ୍ଦା କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ ଏବଂ ତେଲଙ୍ଗାନାର ବିଭିନ୍ନ ଅଞ୍ଚଳରେ ରହୁଥିବା ଅଭାବୀ ପରିବାରଙ୍କ ନକଟରେ ସୋଡା ଓ ସ୍ନାକ୍ସ ପହଞ୍ଚାଉଛନ୍ତି। ବିଭିନ୍ନ ସ୍ବାଦରେ ଓ ପୂରା କମ୍‌ ଦାମରେ ଏଗୁଡ଼ିକୁ ସେମାନେ ଯୋଗାଇ ଦେଉଛନ୍ତି। ଏହାର ମୂଲ୍ୟ ରଖିଛନ୍ତି ମାତ୍ର ୫ ଟଙ୍କା। ଲୋକମାନେ ବି ଏହା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ଗରିବ ଲୋକମାନଙ୍କ କ୍ରୟ କ୍ଷମତା ବୃଦ୍ଧି କରିବାରେ ଏହା ସହାୟକ ହୋଇପାରୁଛି ବୋଲି କହନ୍ତି ପ୍ରଭୁ। ସେମାନେ ଟିଏବିପି ସ୍ନାକ୍ସ ଆଣ୍ଡ୍‌ ବିଭରେଜ୍‌ କମ୍ପାନୀ ପ୍ରତିଷ୍ଠା କରି ସ୍ନାକ୍ସ ଓ ମୃଦୁପାନୀୟ ପ୍ରସ୍ତୁତ କରୁଛନ୍ତି। ଏହାଦ୍ୱାରା ହଜାର ହଜାର ଲୋକଙ୍କୁ ନିଯୁକ୍ତି ଦେବାରେ ସକ୍ଷମ ହୋଇଛନ୍ତି। ଗ୍ରମାଞ୍ଚଳର ଅଭାବୀ ପରିବାର ନିକଟରେ ସହଜରେ କିଭଳି ଏହି ଖାଦ୍ୟ ପହଞ୍ଚିପାରିବ ତା’ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏହି କାର୍ଯ୍ୟ ସେମାନେ ୫ ବର୍ଷ ହେବ କରୁଛନ୍ତି। କିନ୍ତୁ ଗତ ଦୁଇବର୍ଷ ହେବ ଏହାକୁ ବ୍ୟାପକ କରିଛନ୍ତି। ଗତବଷର୍ର୍ ସେମାନେ ଏଥିରୁ ୩୫ କୋଟି ଟଙ୍କା ରୋଜଗାର କରିଥିଲେ। ଏହି ରୋଜଗାରରୁ ସେମାନେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟୟ କରୁଛନ୍ତି, ଯେଉଁଥିରେ ଅସହାୟମାନେ ବେଶ୍‌ ଉପକୃତ ହୋଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନର୍ସ ଭାବେ ଦୀର୍ଘ ୪୦ବର୍ଷ ଧରି ସାଇକେଲରେ ଉତ୍ତର ପଶ୍ଚିମବଙ୍ଗର ଚା’ବଗିଚା ଅଞ୍ଚଳକୁ ଯାଇ ଆଦିବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସହ ସେଠାରେ ଅନେକ କିଛି ପରିବର୍ତ୍ତନ ଆଣିବାରେ…

କାହିଁକି ଏ ନୈରାଶ୍ୟବୋଧ

କାର୍ଯ୍ୟ ପଛରେ ନିହିତ ଥାଏ କାରଣଟିଏ। ମଣିଷ ଏହି କାରଣଟି ପାଇଁ ଧାଉଁଥାଏ କାର୍ଯ୍ୟ ପଛରେ। ଲକ୍ଷ୍ୟ ଥାଏ ସଫଳତା ପାଇଁ। ତେବେ ମଣିଷ କେବେକେବେ ସଫଳତାକୁ…

ଭାସୁକୁଟି

ସକାଳ ହେଲେ ଯେପରି କୁଆକୋଇଲି ରାବଦେଇ ଡାକନ୍ତି, ସେପରି ଭାସୁକୁଟି ମଧ୍ୟ ଆରମ୍ଭ ହୁଏ ଗାଁରେ। ନଦୀ, ପୋଖରୀ ନିକଟରେ ଅବା ପାଇପ ମୂଳରେ ପାଣି ଭରୁଥିବା…

ଇରାନ୍‌ ଯୁଦ୍ଧ ଓ ବିଶ୍ୱ ଅର୍ଥବ୍ୟବସ୍ଥା

ଇରାନ୍‌ ଉପରେ ଆମେରିକା-ଇସ୍ରାଏଲ୍‌ର ବାରମ୍ବାର ଆକ୍ରମଣ ଆର୍ଥିକ ବଜାର ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟରେ ଅଧିକ ଅସମାନତାକୁ ସ୍ପଷ୍ଟ କରିଛି। ଏଭଳି ସଙ୍କଟ ବିଶ୍ୱ ଅର୍ଥବ୍ୟବସ୍ଥାକୁ କିପରି…

ତାମିଲ ରାମାୟଣ

କମ୍ୱରାମାୟଣମ୍‌ (କମ୍ୱ ରାମାୟଣ) ତାମିଲ ସାହିତ୍ୟର ସବୁଠାରୁ ପ୍ରସିଦ୍ଧ ରଚନାଗୁଡ଼ିକ ମଧ୍ୟରୁ ଅନ୍ୟତମ। ନବମ ଶତାବ୍ଦୀ ପାଖାପାଖିରେ ଚୋଳ ରାଜାମାନଙ୍କ ସମୟରେ ତାମିଲନାଡୁର କବି କମ୍ୱନ ଏହାକୁ…

ଏମିତି ଏ ବଡ଼ଦାଣ୍ଡେ

ପିଲାଦିନରୁ ଶ୍ରୀଜଗନ୍ନାଥଙ୍କର ଅନେକ ଜଣାଣ ଓ ଭଜନ ମୋର ମନେରହିଛି। ସ୍କୁଲ ଓ କଲେଜରେ ପଢ଼ୁଥିଲା ବେଳେ ମୁଁ ଗୀତ ଗାଉଥିଲି। ଜଗନ୍ନାଥ ଜଣାଣ ଗାଇ ଖୁସି…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ସମାଜ ବିଭକ୍ତୀକରଣର ଅନ୍ତୁଡ଼ିଶାଳ

ସ୍ବାଧୀନୋତ୍ତର ଭାରତର ସରକାରମାନେ ଶିକ୍ଷାର ପ୍ରସାର ଦିଗରେ କାମ କରିଚାଲିଛନ୍ତି। ବହୁ ଶିକ୍ଷା କମିଶନ ବସିଛି। ବହୁ ଆଇନ ପ୍ରଣୟନ ହୋଇଛି। ସେଥିମଧ୍ୟରୁ ବିଳମ୍ବରେ ହେଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri