ଏଇ ଭାରତରେ

ମୃତ୍ୟୁ ପରେ ଉପଯୁକ୍ତ ମର୍ଯ୍ୟାଦା ପାଇବା ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର। କିନ୍ତୁ ଏବେ ମହାମାରୀ ସମୟରେ ଅନେକାଂଶରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଥିବା ଲକ୍ଷ୍ୟକରି କୋଭିଡ୍‌ ମୃତକଙ୍କୁ ମର୍ଯ୍ୟାଦା ସହ କବର ବା ସମାଧି ଦେଉଛନ୍ତି ବେଙ୍ଗାଲୁରୁର ନିକୋଲି ଚେରିୟନ୍‌ ଓ ତାଙ୍କ ସମ୍ପର୍କୀୟ ଭାଇ ଟିନା ଚେରିୟନ। ନିକୋଲିଙ୍କ ବୟସ ୨୦ ହୋଇଥିବା ବେଳେ ଟିନାଙ୍କ ବୟସ ୨୧। ନିକୋଲି ସେଣ୍ଟ ଯୋଶେଫ୍‌ କଲେଜ୍‌ ଅଫ୍‌ ଆର୍ଟରେ ପଢ଼ୁଛନ୍ତି ଓ ଟିନା କସ୍ତୁରବା ମେଡିକାଲ କଲେଜ, ମାଙ୍ଗାଲୋରର ଶେଷବର୍ଷ ଛାତ୍ର। ଅନ୍‌ଲାଇନ୍‌ କ୍ଲାସ୍‌ ସାରିବା ପରେ ଅପରାହ୍ନରେ ଦୁହେଁ ନିକଟସ୍ଥ କବରସ୍ଥଳୀ ଅଭିମୁଖେ ବାହାରି ଯାଉଛନ୍ତି। ତାଙ୍କ ସାଙ୍ଗରେ ଥାଆନ୍ତି ୩୮ ବର୍ଷୀୟ ସାମୁଏଲ୍‌ ଯୋଶେଫ୍‌। ଏମାନେ କବରସ୍ଥଳୀରେ ପହଞ୍ଚି ପିପିଇ କିଟ୍‌ ପରିଧାନ କରନ୍ତି। ପରେ ଆମ୍ବୁଲାନ୍ସରୁ ଶବ ବାହାର କରିନେଇ କଫିନ୍‌ରେ ରଖିବା ସହ ଉପଯୁକ୍ତ ମର୍ଯ୍ୟାଦା ସହ କବର ଦେଉଛନ୍ତି। ପ୍ରତିଦିନ ହାରାହାରି ୨୦ଟି ମୃତଦେହକୁ କବର ଦେଉଛନ୍ତି। ଦିନେ ଦିନେ ଏହା ୨୫ ଟପିଯାଉଛି। ନିକୋଲିଙ୍କ ଏଭଳି ମହତ୍‌ କାର୍ଯ୍ୟ ସହ ଏବେ ମୋଟ୍‌ ୬ ଜଣ ଲୋକ ଯୋଡ଼ି ହୋଇଛନ୍ତି। ମୃତଦେହକୁ କବର ଗାତ ନିକଟକୁ ନେବାପରେ ଧର୍ମଯାଜକ ପ୍ରାର୍ଥନା କରୁଛନ୍ତି ଓ ପରେ ଏମାନେ କବର ଦେଉଛନ୍ତି। ନିକୋଲିଙ୍କ ପିତା ଜଣେ ସମାଜସେବୀ। ସେ ନିକୋଲିଙ୍କୁ ଏହି କାର୍ଯ୍ୟ ପାଇଁ ଉତ୍ସାହିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri