ଏଇ ଭାରତରେ

ଗୋଟିଏ ବର୍ଷରେ ୨ ଲକ୍ଷ ୩୦ ହଜାର କେ.ଜି. ଆମ୍ବ ଉତ୍ପାଦନ କରିବା କମ୍‌ କଥା ନୁହେଁ। ଗୁଜରାଟର ରାଜେଶ ଶାହାଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି ା କଲମୀ ଗଛରୁ ନୁହେଁ, ଅତି ପୁରୁଣା ବା ବୁଢା ଗଛରୁ ସେ ଆମ୍ବ ଉତ୍ପାଦନ କରି ରେକର୍ଡ କରିଛନ୍ତି ା
ଶାହାଙ୍କ ଆମ୍ବ ବଗିଚାରେ ପାଖାପାଖି ୬୦୦ ଅତି ପୁରୁଣା ଆମ୍ବଗଛ ଅଛି। ଏଗୁଡିକ ସବୁ ୮୦ରୁ ୧୨୫ ବର୍ଷ ପୁରୁଣା।
ଶାହା ଗ୍ରୀଡ୍‌ଲିଂ ପଦ୍ଧତି (ଶାଖା କିମ୍ବା ଗଣ୍ଠିର ଚାରିପାଖରେ ଗୋଲ କରି ଖୋଳି ଛଡାଇ ଦିଆଯାଏ)ରେ ଅଧିକ ଆମ୍ବ ଅମଳ କରୁଛନ୍ତି। ଭଲସାଦରୁ ୪୫ କି.ମି. ଦୂର ଉମରଗାମ ବ୍ଲକର ଫାନସା ଗଁାରେ ୬୫ ଏକର ଆମ୍ବ ଫାର୍ମ ତାଙ୍କ ଜେଜେବାପା କରିଥିଲେ। ୧୮୦ ବର୍ଷ ପୂର୍ବେ ତାଙ୍କ ପୂର୍ବପୁରୁଷ ରାଜସ୍ଥାନରୁ ଭଲସାଦ୍‌କୁ ଆସିଥିଲେ ଓ ଆମ୍ବ ଚାଷ ଆରମ୍ଭ କରିଥିଲେ ା
ଏବେ ବଗିଚାରେ ୧୦୦ଟି ୧୨୫ ବର୍ଷର ଓ ୫୦୦ଟି ୮୦ ବର୍ଷର ଆମ୍ବଗଛ ଅଛି। ଏହାସବୁ ଆଲଫୋନ୍‌ସୋ ଓ କେଶର କିସମ ଆମ୍ବଗଛ ା
ଶାହାଙ୍କ ବୟସ ଏବେ ୬୧। ସେ ୧୫ ବର୍ଷ ବୟସରେ ଆମ୍ବ ଚାଷ ପ୍ରତି ଆଗ୍ରହୀ ହୋଇଥିଲେ ା
ତାଙ୍କ ପୁରୁଣା ବଗିଚାରେ ଥିବା ଗଛ ବ୍ୟତୀତ ନିଜେ ୧୨୦୦ ଆଲଫୋନ୍‌ସ କିସମର ଆମ୍ବଗଛ କଲମୀ କରି ଲଗାଇବା ସହ ମଞ୍ଜିରୁ ଗଛ କରି ୧୭୦୦ ଗଛ ରୋପଣ କରିଛନ୍ତି ା
ଆମ୍ବ ଚାଷରୁ ପ୍ରଚୁର ଉତ୍ପାଦନ କରୁଥିବାରୁ ଗୁଜରାଟ ସରକାର ତାଙ୍କୁ ‘କୃଷି ନା ଚାଷୀ’ ଉପାଧି ଦେଇଛନ୍ତି। ଏହାବାଦ୍‌ କେନ୍ଦ୍ର କୃଷି ମନ୍ତ୍ରାଳୟ ତରଫରୁ ତାଙ୍କୁ ପୁରସ୍କୃତ କରାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri