ଏଇ ଭାରତରେ

ଶିକ୍ଷକ ଓ ପିଲାମାନେ ଚାଷ କରି ସ୍କୁଲର ଭିତ୍ତିଭୂମି ମଜଭୁତ କରିବା କଥା ଶୁଣିଥିଲେ, କିନ୍ତୁ ସ୍କୁଲରେ ବର୍ଷାଜଳ ସଂରକ୍ଷଣ କରି ଏହାର ବହୁବିଧ ଉପଯୋଗ କରାଯିବା କଥା କେବେ ଜାଣିଥିତ୍ଲେ କି। ଏମିତି କାର୍ଯ୍ୟ କରାଯାଉଛି ଗୁଜରାଟର ମରୁଡ଼ି ପ୍ରବଣ ଭଦୋଦରାରେ। ଭଦୋଦରା ଜିଲାପାଳ ଶାଲିନୀ ଅଗ୍ରଓ୍ବାଲ ଜିଲାର ସ୍କୁଲଗୁଡ଼ିକରେ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା କରି ସେ ଅଞ୍ଚଳରେ ଭୂତଳ ଜଳ ସ୍ତର ବୃଦ୍ଧି କରିବା ସହ ଜଳ ସଙ୍କଟ ଦୂର କରିବା ପାଇଁ ଜୋର୍‌ସୋର୍‌ରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଆଗାମୀ କିଛି ବର୍ଷ ମଧ୍ୟରେ ଏହାକୁ ଫିଲଟର କରାଯାଇ ପାନୀୟ ଜଳ ଭାବେ ବ୍ୟବହାର କରାଯିବାର ଯୋଜନା ରଖିଛନ୍ତି ଶାଲିନୀ। ସ୍କୁଲ ଛାତରୁ ପାଣି ସଂଗ୍ରହ ହେଉଛି। ଏବେ ୮% ବର୍ଷାଜଳ ସଂରକ୍ଷଣ କରାଯାଉଛି ଓ ଆଗକୁ ପରିମାଣ ବୃଦ୍ଧି କରାଯିବା ଲକ୍ଷ୍ୟ ରଖାଯାଇଛି। ଏବେ ୧୦୭୧ଟି ସ୍କୁଲକୁ ଏଥିପାଇଁ ଚୟନ କରାଯାଇ ସେଥିତ୍ରୁ ୩୭ଟିରେ ବର୍ଷାଜଳ ସଂରକ୍ଷଣ ଭିତ୍ତିଭୂମି ପ୍ରତିଷ୍ଠା କରାଯାଇ ସାରିଲାଣି। ବର୍ଷାଜଳ ନିଧି ଯୋଜନା ମାଧ୍ୟମରେ ଏବେ ୯୬୩ ସ୍କୁଲରେ କାର୍ଯ୍ୟ ଜାରି ରହିଛି। ଏହାଦ୍ୱାରା ୧୦ କୋଟି ଲିଟର ପାଣି ସଂରକ୍ଷିତ ହେବା ସହ ୧.୮ ଲକ୍ଷ ପିଲା ଉପକୃତ ହୋଇପାରିବେ ବୋଲି କହନ୍ତି ଶାଲିନୀ। ପ୍ରତ୍ୟେକଟି ବର୍ଷାଜଳ ଅମଳ ପଦ୍ଧତି ପାଇଁ ୩.୫ ଲକ୍ଷ ଟଙ୍କା ବ୍ୟୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri