ଏଇ ଭାରତରେ

ବର୍ଜ୍ୟର ପୁନଃ ଉପଯୋଗ କରି କୃଷି ସମସ୍ୟା ଦୂର କରିବାରେ ରାଜସ୍ଥାନର ନାରାୟଣ ଗୁଜ୍ଜର ଓ ପୁରନ ସିଂଙ୍କ ପ୍ରୟାସ ନିଶ୍ଚିତ ନିଆରା। ବୋରଜ ଗାଁର ଏହି ଦୁଇ ଯୁବକ ପରିବା ଓ ଫଳ ଚୋପାରୁ ଜୈବ ଅବଶୋଷଣକାରୀ ପଲିମର ପ୍ରସ୍ତୁତ କରୁଛନ୍ତି। ଏହି ପଲିମର ମରୁଡ଼ିପ୍ରବଣ ଅଞ୍ଚଳରେ କୃଷି କ୍ଷେତ୍ରରେ ଜଳାଭାବ ଦୂର କରୁଛି। ଏହାର ଜଳଧାରଣ କ୍ଷମତା ଅଧିକ ଥିବାରୁ କମ୍‌ ଜଳସେଚନରେ ଚାଷ କରାଯାଇ ପାରୁଛି ଓ ୩୦ରୁ ୪୦ ପ୍ରତିଶତ ଜଳ ବଞ୍ଚାଇ ହେଉଛି। ପଲିମରରେ ଅଧିକ ଜୈବିକ ଓ କମ୍‌ ରାସାୟନିକ ଗୁଣ ରହିଛି। ଏହା ପ୍ରଦୂଷଣମୁକ୍ତ ଓ ସହଜରେ ମାଟିରେ ମିଶିଯାଉଛି। ଏଣୁ ଏହି ପରିବେଶ ଉପଯୋଗୀ ପଲିମରର ନାମ ରଖାଯାଇଛି ‘ଫସଲ ଅମୃତ’। ନାରାୟଣ ଓ ପୁରନ୍‌ ୨୦୧୮ରେ ଇ.ଏଫ୍‌. ପଲିମର ଷ୍ଟାର୍ଟଅପ୍‌ ଗଠନ କରି ତା’ମଧ୍ୟରେ ଫସଲ ଅମୃତ ଉତ୍ପାଦନ କରୁଛନ୍ତି। ଏଥିପାଇଁ ଜୁସ୍‌ ଦୋକାନ, ପରିବା ହାଟ, ହୋଟେଲ, ରେସ୍ତୋରଁା ଓ ୟୁନିଭର୍ସିଟି ଫୁଡ୍‌ କାଉଣ୍ଟରରୁ ଚୋପା ସଂଗ୍ରହ କରାଯାଉଛି। ୧ ଏକର ପାଇଁ ଆବଶ୍ୟକ ପଡୁଛି ୫ କେଜି ପଲିମର। ପଲିମର ପ୍ରସ୍ତୁତ କରିବା ପାଇଁ ବୈଜ୍ଞାନିକ ତଥ୍ୟ ଯୋଗାଉଛି ଉଦୟପୁରସ୍ଥ ମହାରଣା ପ୍ରତାପ ଏଗ୍ରିକଲ୍‌ଚର ୟୁନିଭର୍ସିଟି। ନାରାୟଣ କୃଷି ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ବେଳେ ପୁରନ୍‌ ବିଟେକ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri