ଏଇ ଭାରତରେ

କଥାରେ ଅଛି ଯାହାକୁ ରଖିବେ ଅନନ୍ତ କେ କରି ପାରେ ବଳବନ୍ତ। ଠିକ୍‌ ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ଲଚ୍ଛାରୀ ଗାଁରେ। ମାତ୍ର ୪ ବର୍ଷର ବାଳକଟିଏ ୯୦ ଫୁଟ ଏକ ବୋରୱେଲ ଭିତରୁ ସୁରକ୍ଷିତଭାବେ ଉଦ୍ଧାର ହେବା ପରେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ଗାଁରେ ୪ ବର୍ଷର ବାଳକ ଅନିଲ ଅନ୍ୟ ସାଙ୍ଗମାନଙ୍କ ସହିତ ଖେଳୁଥିବାବେଳେ ସେଠାରେ ଥିବା ଏକ ବୋରୱେଲରେ ହଠାତ୍‌ ପଡ଼ି ଯାଇଥିଲା। ଏକଥା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ପ୍ରଥମେ ଅନିଲକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ଏହାପରେ ଖବର ପାଇ ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍‌ ଟିମ୍‌ ମଧ୍ୟ ସାମିଲ ହୋଇଥିଲା। ଶେଷରେ ବହୁ ଉଦ୍ୟମ ପରେ ପ୍ରାୟ ୧୬ ଘଣ୍ଟାର ପରିଶ୍ରମ ପରେ ଅନିଲକୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଅନିଲ ବୋରୱେଲ ଭିତରୁ ବାହାରିବା ପରେ ବି ସମ୍ପୂର୍ଣ୍ଣ ସୁସ୍ଥ ଥିଲା। ତେବେ ଉଦ୍ଧାର ପରେ ପିଲାଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାକ ପରେ ତା’ର ଚିକିତ୍ସା କରାଯାଇଥିଲା। ଡାକ୍ତରଙ୍କ କହିବା ଅନୁସାରେ ଅନିଲ ସମ୍ପୂର୍ଣ୍ଣ ସୁସ୍ଥ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟକରି ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି ଡା. ଏମ. ରେଗି ଏବଂ ଡା.ଲଳିତା ରେଗି । ଏକ ଡାକ୍ତର ଦମ୍ପତି ତାମିଲନାଡୁର...

ଗାଈ ଖାଇଲେ ଫେରାଦି

ମନ-ମାନଚିତ୍ର/ ଡ. ନରହରି ବେହେରା ଦୁଲେଇ ନାନୀର ଗାଈ ମିଟିର ଗୁଣ ବିଷୟରେ ଆମ ଗାଁର ଯାହାକୁ ପଚାରିଦେଲେ ସେ ନିମିଷକେ ବିନା ପ୍ରସ୍ତୁତିରେ ଓଗାଳି...

ଅପେକ୍ଷାରତ

ତଥାଗତ ସତପଥୀ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଅଯୋଧ୍ୟା ବିବାଦର ଚୂଡ଼ାନ୍ତ ରାୟ ୯ ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି। ୨.୭୭ ଏକର...

ନିଶାର ଦଶା

ଡ. ସତ୍ୟନାରାୟଣ ମିଶ୍ର ଆଧୁନିକ ସଭ୍ୟତାରେ ନିଶା ସେବନ ହେଉଛି ଏକ ମାରାତ୍ମକ ସାମାଜିକ ବ୍ୟାଧି ଓ ଅପରାଧ। ଏହା କର୍କଟ ରୋଗ ଭଳି ଦିନକୁ...

ଏଇ ଭାରତରେ

ସହକର୍ମୀଙ୍କୁ କାନ୍ଧରେ ଶ୍ମଶାନ ପର୍ଯ୍ୟନ୍ତ ବୋହିନେଲେ ମହିଳା ଅଙ୍ଗନଓ୍ବାଡ଼ି କର୍ମୀ। ମଧ୍ୟପ୍ରଦେଶର କଟ୍‌ନି ଜିଲାରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଯାହା ସମସ୍ତଙ୍କ ଆଖିରେ...

ନୂଆ କରୋନା ଭୂତାଣୁ

କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇ ଉଭାହେଲାଣି। ରାଜ୍ୟ ତଥା ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିଚାଲିଛି। ମହାରାଷ୍ଟ୍ର, ଗୁଜରାଟ, ପଞ୍ଜାବରେ ଏହାର ରୂପ...

ଏଇ ଭାରତରେ

ପରିବାର ପାଇଁ ବୋଝ ପାଲଟି ବୃଦ୍ଧାଶ୍ରମରେ ଜୀବନ କାଟୁଥିତ୍ବା ମା’ବାପାମାନଙ୍କୁ କିନ୍ତୁ ଅନାଥ ଶିଶୁମାନେ ବୋଝ ଲାଗୁନାହାନ୍ତି। ବୟସର ଅପରାହ୍ଣରେ ଏମାନେ ଅନାଥ ଶିଶୁଙ୍କୁ କୋଳେଇ...

ଏଇ ଭାରତରେ

ସରକାରୀ ଚାକିରିରୁ ଅବସର ଗ୍ରହଣ ଦିନ କେଉଁ କର୍ମଚାରୀଙ୍କୁ ଖୁସି ଲାଗେ ତ, କାହାର ମନ ବିଷାଦରେ ଭରିଯାଏ। ଖୁସି ଲାଗେ ଏଇଥିପାଇଁ, କିଛିବର୍ଷ ରୁଟିନବନ୍ଧା...

Advertisement


Archives

Model This Week

Why Dharitri