ଏଇ ଭାରତରେ

ଚାକିରି ଛାଡ଼ି ଅନ୍ୟମାନଙ୍କୁ ରୋଜଗାର ଦେବାର ଲକ୍ଷ୍ୟ ନେଇ ଭିନ୍ନ ପେସା ଆପଣାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଗୁଜରାଟର ପ୍ରତୀକ ଘୋଡ ଅନ୍ୟତମ। ସେ ୧୪ ବର୍ଷ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରିବା ପରେ ତାହା ଛାଡ଼ି ମହୁଚାଷ କରୁଛନ୍ତି। ଏଥିପାଇଁ ‘ବି ବେସ ପ୍ରାଇଭେଟ ଲମିଟେଡ୍‌’ ଆରମ୍ଭ କରିଛନ୍ତି। ସେ ମହୁ ଉପତ୍ାଦନ କରିବା ସହ ମହୁମାଛିଙ୍କ ସୁରକ୍ଷା ଲାଗି ମଧ୍ୟ କାର୍ଯ୍ୟ କରୁଛନ୍ତି। ମହୁଚାଷ କିଭଳି ବ୍ୟାପକ ହୋଇପାରିବ ଓ ଶୁଦ୍ଧ ମହୁ ଉପତ୍ାଦନ ହେବ ସେହି ଲକ୍ଷ୍ୟ ନେଇ ଏହି କ୍ଷେତ୍ରକୁ ଆସିଥିବା କୁହନ୍ତି ୩୮ ବର୍ଷୀୟ ପ୍ରତୀକ। ୨୦୧୯ରେ ପ୍ରତୀକ ପ୍ରଥମେ ୩୦୦ ମହୁବାକ୍ସ କିଣି ଚାଷରେ ୧୫ ଲକ୍ଷ ଟଙ୍କା ନିବେଶ କରିଥିଲେ। ବର୍ଷକ ମଧ୍ୟରେ ସେ ୪ ଟନ୍‌ ମହୁ ବିକ୍ରି କରି ୧୫ ଲକ୍ଷ ଟଙ୍କା ରୋଜଗାର କରିସାରିଛନ୍ତି। କେବଳ ଏତିକି ନୁହେଁ ୨୦୨୧ରେ ସେ ୫୦ ଲକ୍ଷ ଟଙ୍କା ରୋଜଗାର କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି। ୧୫ ଦିନରେ ପ୍ରତ୍ୟେକ ପର୍ଯ୍ୟାୟରେ ମହୁରୁ ୬ ଲକ୍ଷ ଟଙ୍କା ପାଉଛନ୍ତି। ପ୍ରତୀକ ପ୍ରଥମେ ମହୁଚାଷୀଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ବହୁ ତଥ୍ୟ ଓ ବ୍ୟବହାରିକ କୌଶଳ ଉପରେ ଜ୍ଞାନ ହାସଲ କରିଥିଲେ। ତାଙ୍କର ନିଜସ୍ବ ଜମି ନ ଥିଲେ ବି ଅନ୍ୟ ଚାଷୀମାନଙ୍କ ସହ ମିଶି ସେ ଏହି ଚାଷ କରୁଛନ୍ତି। ଫଳରେ ଅନେକ ଚାଷୀ ପୂୂର୍ବାପେକ୍ଷା ଅଧିକ ରୋଜଗାର କରିପାରୁଛନ୍ତି। ସେ ଅଦା, କମଳା, ତୁଳସୀ, ମଧୁରି, ସଜନା, ୟୁକାଲିପଟାସ, ଲିଚୁ, ସାର୍ଫୋନ ଆଦି ୧୧ ପ୍ରକାର ସ୍ବାଦର ମହୁ ଉପତ୍ାଦନ କରୁଛନ୍ତି। ବିଦେଶକୁ ମହୁ ରପ୍ତାନି କରିବା ପାଇଁ ପ୍ରତୀକ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri