ଏଇ ଭାରତରେ

ପିଲାଦିନେ ଦୁଃଖ କଷ୍ଟ ସହିଥିବା ବ୍ୟକ୍ତି ହିଁ ଦୁଖୀ ଓ ଅସହାୟଙ୍କ ପେଟ କଥା ଚିନ୍ତା କରିପାରନ୍ତି, ଯାହା କରୁଛନ୍ତି ଦିଲ୍ଲୀର ସରିତା କଶ୍ୟପ। ନିଜ ରୋଜଗାରର ସିଂହଭାଗ ବ୍ୟୟକରି ସେ ଗୃହହୀନ, ଜରିଗୋଟାଳି ଏବଂ ଭୋକିଲା ପିଲାଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ସରିତାଙ୍କ ବୟସ ୪୩। ପିଲାଦିନେ ତାଙ୍କ ଘରପାଖ ଗୁରୁଦ୍ୱାରା ଲଙ୍ଗରେ ଲୋକମାନଙ୍କୁ ଖାଇବାକୁ ଦିଆଯିବା ଦେଖିବା ପରେ ସେ ମଧ୍ୟ ଏଭଳି କାର୍ଯ୍ୟ କରିବାକୁ ବିଚାର କରିଥିଲେ। ପଢ଼ାଶେଷ ପରେ ଘର ଚଳାଇବା ଲାଗି ସେ ଅଟୋମୋବାଇଲ ସେଲ୍ସମ୍ୟାନ ଭାବେ ଚାକିରି କରିଥିତ୍ଲେ । ହେଲେ ଗରିବଙ୍କୁ ଭୋଜନ ଦେବା ପାଇଁ ୨୦୧୯ରେ ତାହା ଛାଡିଦେଇ ସେବେଠାରୁ ଏହି ସେବା ଜାରି ରଖିଛନ୍ତି। ସିଙ୍ଗଲ୍‌ ମଦର ଭାବେ ସରିତା ବଡିଭୋରରୁ ଉଠି ରାଜମା ଓ ରାଇସ ଖାଦ୍ୟ ପ୍ରସ୍ତୁତ କରି ନିଜ ସ୍କୁଟରରେ ତାହାକୁ ଦିଲ୍ଲୀର ପୀରଘଡ଼ିରେ ଥିବା ତାଙ୍କ ‘ଆଣ୍ଟି ଷ୍ଟଲ୍‌’କୁ ନିଅନ୍ତି। ସେ ୬୦% ଖାଦ୍ୟ ଲୋକମାନଙ୍କୁ ବିକ୍ରି କରିବା ପରେ ଆଉ ୪୦% ଗୃହହୀନ ଓ ଭୋକିଲା ପିଲାମାନଙ୍କୁ ଖାଇବାକୁ ଦିଅନ୍ତି। ଫୁଲ୍‌ ପ୍ଲେଟ୍‌କୁ ୬୦ ଟଙ୍କାରେ ବିକି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳାଇ ଅସହାୟମାନଙ୍କୁ ମାଗଣାରେ ଖାଇବାକୁ ଦେବାରେ ଖର୍ଚ୍ଚ କରିଥାଆନ୍ତି ସରିତା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଦରକାରୀ କପଡ଼ାରୁ ବିଭିନ୍ନ ବ୍ୟବହାରଯୋଗ୍ୟ ଜିନିଷ ତିଆରି କରିବା ସହ ୪୦ ଜଣ ମହିଳାଙ୍କୁ ନିଯୁକ୍ତି ଦେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି କେରଳର ସଞ୍ଜୁ...

ଏଇ ଭାରତରେ

‘ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ’ ଭାଗବତର ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦିତ ହୋଇଛି ଜଣେ ୮ ବର୍ଷର ବାଳକଙ୍କ କ୍ଷେତ୍ରରେ। ଛତିଶଗଡ଼ର ଜସପୁର...

ଭାଷାର ମର୍ଯ୍ୟାଦା: ସଂସଦରୁ ସଡ଼କଯାଏ

ବର୍ଣ୍ଣମାଳାକୁ ଶବ୍ଦ, ଶବ୍ଦ ସମୂହକୁ ବାକ୍ୟ ଓ ବାକ୍ୟ ସମୁଦାୟକୁ ଭାଷା କହନ୍ତି। ସୁତରାଂ ଭାଷା ବ୍ୟକ୍ତିର ପରିଚୟ। ଭାଷା କ୍ଷେତ୍ରରେ ବେଶ୍‌ ମହତ୍ତ୍ୱ ରଖେ...

ଏଇ ଭାରତରେ

ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ପ୍ରକ୍ରିୟାରେ କେବଳ କଲେଜ ପିଲାମାନେ ଭାଗ ନେଉଛନ୍ତି। କିନ୍ତୁ ସ୍କୁଲରେ ନିର୍ବାଚନ ହେବା ଶୁଣିଛନ୍ତି କି? ଛତିଶଗଡ଼ର କୋରବା ଅନ୍ତର୍ଗତ ଗଡକଟରା...

ଏଇ ଭାରତରେ

ଭାରତକୁ ବର୍ଜ୍ୟମୁକ୍ତ କରିବାର ପ୍ରୟାସ କିିଛି କମ୍‌ କଥା ନୁହେଁ। ଦିଲ୍ଲୀର ରିପୁ ଦାମନ ବେଲ୍‌ଭି ଏମିତି କାର୍ଯ୍ୟରେ ଲାଗିଛନ୍ତି। ସେ ଭାରତର ବିଭିନ୍ନ ସହରରେ...

ପ୍ରକୃତିମାତାଙ୍କୁ ବ୍ୟକ୍ତିତୁଲ୍ୟ ଅଧିକାର

ଗତ ଏପ୍ରିଲ ୧୯ ତାରିଖ (୨୦୨୨) ଦିନ ମଦୁରାଇସ୍ଥିତ ମାଡ୍ରାସ୍‌ ଉଚ୍ଚ ନ୍ୟାୟାଳୟ ବେଞ୍ଚ ବିଚାରପତି ଏସ୍‌. ଶ୍ରୀମଥି ପରିବେଶପ୍ରେମୀମାନଙ୍କ ପାଇଁ ପ୍ରଦାନ କରିଛନ୍ତି ଏକ...

Dillip Cherian

ଖର୍ଚ୍ଚ କମାଇବ ରେଲ୍‌ଓ୍ବେ

କୋଭିଡ୍‌-୧୯ ମହାମାରୀ ଯୋଗୁ ରେଲ୍‌ଓ୍ବେର ଆୟ ଗୁରୁତର ଭାବରେ ହ୍ରାସ ପାଇଛି। ତେଣୁ ଏହା ନାନା ଉପାୟରେ ଖର୍ଚ୍ଚକାଟ କରିବାକୁ ନିଷ୍ପତ୍ତି ନେଇଛି। ସେଥି ମଧ୍ୟରେ...

ପାରାଙ୍କ ବୁଦ୍ଧିମତ୍ତା

ମାନେକା ଗାନ୍ଧୀ ଗାଈ ଭାରି ବୁଦ୍ଧିଆ ବୋଲି ଆମେ ସମସ୍ତେ ଜାଣିଥିବାବେଳେ ଖୁବ୍‌ କମ୍‌ ଲୋକ ପାରାର ଦକ୍ଷତା ଓ ବୁଦ୍ଧିମତ୍ତା ସମ୍ପର୍କରେ ଜାଣନ୍ତି। ପାରା...

Advertisement
Archives

Model This Week