ଏଇ ଭାରତରେ

ବାଦ୍ୟଯନ୍ତ୍ର ପ୍ରତି ଏକ ପରିବାରର ଆସକ୍ତି ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ପରିବାର ରହୁଛନ୍ତି କେରଳର ପାଲକ୍କଡଠାରୁ ୧୫ କି.ମି. ଦୂର ପେରୁଭେମ୍ବା ଗାଁରେ। ୨୦୦ ବର୍ଷରୁ ଊର୍ଦ୍ଧ୍ୱ ହେବ ପିଢ଼ି ପରେ ପିଢ଼ି ଏହି ପରିବାରର ସଦସ୍ୟମାନେ ମୃଦଙ୍ଗ ତିଆରି କରୁଛନ୍ତି। ଏମାନେ ଏକ୍‌ ଓ ଥାଗ୍‌ ନାମକ ଦୁଇ ପ୍ରକାର ମୃଦଙ୍ଗ ନିର୍ମାଣ କରୁଛନ୍ତି। ଏହାର ଓଜନ ୯-୧୨ କେ.ଜି. ହୋଇଥାଏ ଓ ୧୫,୦୦୦ରୁ ୨୦,୦୦୦ ଟଙ୍କା ମଧ୍ୟରେ ଏହାକୁ ବିକ୍ରି କରାଯାଏ। ତୃତୀୟ ପିଢ଼ିର ପି.ଆର୍‌. କସୁମାନିଙ୍କ ହାତ ତିଆରି ମୃଦଙ୍ଗ ବଜାଇ ଡ.କୁଜାଲମାନମ ରାମକ୍ରିଷ୍ଣନ ବହୁ ରୋକର୍ଡର ଅଧିକାରୀ ହୋଇଛନ୍ତି। କେବଳ ଭାରତ ନୁହେଁ କାନାଡ଼ା,ମାଲେସିଆ, ଆମେରିକା, ସିଙ୍ଗାପୁର ଏବଂ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ କସୁମାନିଙ୍କ ମୃଦଙ୍ଗ ବିକ୍ରି ହେଉଛି। ମୃଦଙ୍ଗ ସହ ସେ ମାଦଳ, ତବଲା, ତିମିଲା, ଚେଣ୍ଡା, ଇଡାକ୍କା ଆଦି ବାଦ୍ୟଯନ୍ତ୍ର ମଧ୍ୟ ତିଆରି କରୁଛନ୍ତି। କସୁମାନି ପେରୁଭେମ୍ବାର ଗ୍ରାମବାସୀଙ୍କୁ ଉତ୍ସାହିତ କରିବା ସହ ଏସବୁ ବାଦ୍ୟଯନ୍ତ୍ର ନିର୍ମାଣ କରିବାରେ ନିୟୋଜିତ କରିଛନ୍ତି। ତେବେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ବହୁ ଗ୍ରାମବାସୀ ଅନ୍ୟ ପେସା ଆପଣାଇଥିବା ବେଳେ ଏବେ ମାତ୍ର ୩୦ଜଣ ଏହି ବୃତ୍ତିରେ ରହିଛନ୍ତି। କସୁମାନିଙ୍କ ସହ ଏହି ଦାୟିତ୍ୱ ନେବାକୁ ପରିବାରର ଚତୁର୍ଥ ପିଢ଼ିରେ ତାଙ୍କ ପୁଅ ରାଜେଶ କେ. ନିଜକୁ ପ୍ରସ୍ତୁତ କରିସାରିଛନ୍ତି। କଳାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ତାଙ୍କ ପାରିବାରିକ ପେସାକୁ ବଞ୍ଚାଇ ରଖିବାକୁ ରାଜେଶ ଆଗେଇ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri