ଏଇ ଭାରତରେ

ପ୍ରଗତି ଏକ ସ୍ବପ୍ନ ଯାହା କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଅନୁଭବ କରିହୁଏ, ହାସଲ ମଧ୍ୟ କରାଯାଇପାରେ। ଜଣେ ପ୍ରକୃତ ସଂସ୍କାରକ ନିକଟରେ ଏଭଳି ସ୍ବଭାବର କେବେ ବି ଅଭାବ ରହେ ନାହିଁ। ଯାହା ଦେଖିବାକୁ ମିଳିଛି ଜ୍ୟୋତି ତ୍ୟାଗରଞ୍ଜନଙ୍କଠାରେ। ସେ ଟେକ୍ନୋଲୋଜି ଉପଯୋଗ କରି ଦୁର୍ଗମ ଅଞ୍ଚଳରେ ଶିକ୍ଷାର ବିକାଶ କରିବାରେ ଲାଗିଛନ୍ତି। ଦେଶର ସବୁ ଅଞ୍ଚଳରେ ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାର ମାନରେ ଥିବା ପାର୍ଥକ୍ୟ ଦୂର କରିବା ପାଇଁ ଅଭିଯାନ ଜାରି ରଖିଛନ୍ତି। ୨୦୧୩ ରେ ଜ୍ୟୋତି ‘ମେଘଶାଳା ଟ୍ରଷ୍ଟ’ ଗଠନ କରି ତା’ ମାଧ୍ୟମରେ ଏହା କରୁଛନ୍ତି।
ଭାରତ ଓ ଆଫ୍ରିକାରେ ବହୁବର୍ଷ ଧରି ଗଣିତ ଓ ପଦାର୍ଥ ବିଜ୍ଞାନ ପଢାଇବା ପରେ ଅବସର ନେଇଛନ୍ତି ଓ ଏବେ ଅବଶିଷ୍ଟ ଜୀବନ ସରକାରୀ ସଂସ୍ଥାଗୁଡିକରେ ଶିକ୍ଷାର ମାନ ବୃଦ୍ଧି କରିବା ଲାଗି କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ଜ୍ୟୋତି। ମେଘଶାଳା ଟ୍ରଷ୍ଟ ଅଧୀନରେ ‘ସ୍କୁଲ ଇନ ଦି ବ୍ଲାଉଡ୍ସ’ ସଂସ୍ଥା କ୍ଲାଉଡ କମ୍ପ୍ୟୁଟିଂ ଆଧାରିତ ପ୍ଲାଟଫର୍ମ ମାଧ୍ୟମରେ ଶିକ୍ଷକମାନଙ୍କୁ ଏକ ଅଭିନବ ଶୈକ୍ଷିକ ପଦ୍ଧତି ତଥା ଶିକ୍ଷାରେ ଥିବା ସମସ୍ୟାର ସମାଧାନ କରିବାର ପ୍ରୟାସ କରୁଛନ୍ତି। ଏହାଦ୍ୱାରା ଶିକ୍ଷା ପଦ୍ଧତିରେ ଉନ୍ନତି ହେବା ସହ ପିଲାମାନେ ମଧ୍ୟ ପଢିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ଅଭିଭାବକଙ୍କ ମତକୁ ଆଧାର କରି କହିଛନ୍ତି ଜ୍ୟୋତି। ଜ୍ୟୋତିଙ୍କ ଅବିଶ୍ରାନ୍ତ ପ୍ରୟାସ ଯୋଗୁ ସିଆଚେନଠାରୁ କନ୍ୟାକୁମାରୀ ମଧ୍ୟରେ ୧୮,୦୦୦ ଶିକ୍ଷକଙ୍କର ଏକ ନେଟଓ୍ବର୍କ ସୃଷ୍ଟି ହୋଇପାରିଛି।
ପ୍ରତ୍ୟେକ ଶିକ୍ଷକଙ୍କ ସହ ଅତିକମରେ ୩୦ ଜଣ ଛାତ୍ରଙ୍କୁ ଯୋଡି ପାରିଛନ୍ତି ଜ୍ୟୋତି। ଏବେ ପିଲାଙ୍କ ସଂଖ୍ୟା ୫.୪ ଲକ୍ଷରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri