ଏଇ ଭାରତରେ

ପ୍ରଗତି ଏକ ସ୍ବପ୍ନ ଯାହା କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଅନୁଭବ କରିହୁଏ, ହାସଲ ମଧ୍ୟ କରାଯାଇପାରେ। ଜଣେ ପ୍ରକୃତ ସଂସ୍କାରକ ନିକଟରେ ଏଭଳି ସ୍ବଭାବର କେବେ ବି ଅଭାବ ରହେ ନାହିଁ। ଯାହା ଦେଖିବାକୁ ମିଳିଛି ଜ୍ୟୋତି ତ୍ୟାଗରଞ୍ଜନଙ୍କଠାରେ। ସେ ଟେକ୍ନୋଲୋଜି ଉପଯୋଗ କରି ଦୁର୍ଗମ ଅଞ୍ଚଳରେ ଶିକ୍ଷାର ବିକାଶ କରିବାରେ ଲାଗିଛନ୍ତି। ଦେଶର ସବୁ ଅଞ୍ଚଳରେ ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାର ମାନରେ ଥିବା ପାର୍ଥକ୍ୟ ଦୂର କରିବା ପାଇଁ ଅଭିଯାନ ଜାରି ରଖିଛନ୍ତି। ୨୦୧୩ ରେ ଜ୍ୟୋତି ‘ମେଘଶାଳା ଟ୍ରଷ୍ଟ’ ଗଠନ କରି ତା’ ମାଧ୍ୟମରେ ଏହା କରୁଛନ୍ତି।
ଭାରତ ଓ ଆଫ୍ରିକାରେ ବହୁବର୍ଷ ଧରି ଗଣିତ ଓ ପଦାର୍ଥ ବିଜ୍ଞାନ ପଢାଇବା ପରେ ଅବସର ନେଇଛନ୍ତି ଓ ଏବେ ଅବଶିଷ୍ଟ ଜୀବନ ସରକାରୀ ସଂସ୍ଥାଗୁଡିକରେ ଶିକ୍ଷାର ମାନ ବୃଦ୍ଧି କରିବା ଲାଗି କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ଜ୍ୟୋତି। ମେଘଶାଳା ଟ୍ରଷ୍ଟ ଅଧୀନରେ ‘ସ୍କୁଲ ଇନ ଦି ବ୍ଲାଉଡ୍ସ’ ସଂସ୍ଥା କ୍ଲାଉଡ କମ୍ପ୍ୟୁଟିଂ ଆଧାରିତ ପ୍ଲାଟଫର୍ମ ମାଧ୍ୟମରେ ଶିକ୍ଷକମାନଙ୍କୁ ଏକ ଅଭିନବ ଶୈକ୍ଷିକ ପଦ୍ଧତି ତଥା ଶିକ୍ଷାରେ ଥିବା ସମସ୍ୟାର ସମାଧାନ କରିବାର ପ୍ରୟାସ କରୁଛନ୍ତି। ଏହାଦ୍ୱାରା ଶିକ୍ଷା ପଦ୍ଧତିରେ ଉନ୍ନତି ହେବା ସହ ପିଲାମାନେ ମଧ୍ୟ ପଢିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ଅଭିଭାବକଙ୍କ ମତକୁ ଆଧାର କରି କହିଛନ୍ତି ଜ୍ୟୋତି। ଜ୍ୟୋତିଙ୍କ ଅବିଶ୍ରାନ୍ତ ପ୍ରୟାସ ଯୋଗୁ ସିଆଚେନଠାରୁ କନ୍ୟାକୁମାରୀ ମଧ୍ୟରେ ୧୮,୦୦୦ ଶିକ୍ଷକଙ୍କର ଏକ ନେଟଓ୍ବର୍କ ସୃଷ୍ଟି ହୋଇପାରିଛି।
ପ୍ରତ୍ୟେକ ଶିକ୍ଷକଙ୍କ ସହ ଅତିକମରେ ୩୦ ଜଣ ଛାତ୍ରଙ୍କୁ ଯୋଡି ପାରିଛନ୍ତି ଜ୍ୟୋତି। ଏବେ ପିଲାଙ୍କ ସଂଖ୍ୟା ୫.୪ ଲକ୍ଷରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri