ଏଇ ଭାରତରେ

୧୨ ହଜାର ଫୁଟରୁ ଅଧିତ୍କ ଉଚ୍ଚରେ ଥିବା ଏକ ହ୍ରଦର ପୁନରୁଦ୍ଧାର କରିବା ସହ ପ୍ରତିଦିନ ଏହାକୁ ସଫା କରିବାରେ ଉଦାହରଣ ସୃଷ୍ଟି କରିଛନ୍ତି ସିକିମ୍‌ର ସଜ୍ଞା ଲାମ୍ବା। ଟୁରିଷ୍ଟମାନଙ୍କୁ ଗାଇଡ୍‌ କରିବା ସହ ସେ ଏହି କାର୍ଯ୍ୟ କରିଥାନ୍ତି। ସଜ୍ଞାଙ୍କ ବୟସ ୩୭। ସେ ଓ ତାଙ୍କ ଟିମ୍‌ ଟସୋମଗୋ ହ୍ରଦରୁ ୨୦ ଟ୍ରକ୍‌ ବର୍ଜ୍ୟ ସଫା କରିବାରେ ସକ୍ଷମ ହୋଇଛନ୍ତି। ସଜ୍ଞା ୨୦୦୮ରୁ ଟସୋମଗୋ ପୁଖ୍‌ରି ସଂରକ୍ଷଣ ସମିତିରେ କାର୍ଯ୍ୟ କରୁଛନ୍ତି। ୧୨,୪୦୬ ଫୁଟ ଉଚ୍ଚରେ ତଥା ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ଭାବେ ଜଣାଶୁଣା ଟସୋମଗୋ ହ୍ରଦ ପାଖରେ ବି ଏକ ଓ୍ବେଷ୍ଟ ଟ୍ରିଟ୍‌ମେଣ୍ଟ ଓ ରିସାଇକ୍ଲିଂ ୟୁନିଟ୍‌ ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଛିି। ଏହାଦ୍ୱାରା ବର୍ଜ୍ୟର ପୁନଃ ଉପଯୋଗ କରାଯାଇପାରୁଛି। ଟସୋମଗୋ ହ୍ରଦର ଲମ୍ବ ୧.୫ କି.ମି. ଏବଂ ଚଉଡ଼ା ୫୦୦ମିଟର। ଗ୍ୟାଙ୍ଗ୍‌ଟକଠାରୁ ୪୦କି.ମି. ଦୂରରେ ଥିବା ଏହି ହ୍ରଦ ଉପରେ ପାଖାପାଖି ୩୦୦ ପରିବାର ନିର୍ଭର କରନ୍ତି। ଏଣୁ ସଜ୍ଞା ଲାମ୍ବାଙ୍କ ପ୍ରୟାସ ଯୋଗୁ ଲୋକମାନେ ବି ଉପକୃତ ହେଉଛନ୍ତି। ପ୍ରତିଦିନ ସକାଳ ୮ଟା ଓ ଅପରାହ୍ନ ୪ଟାରେ ବର୍ଜ୍ୟ ସଂଗ୍ରହ କରାଯାଏ। ବର୍ଜ୍ୟ ସ୍ଥାନାନ୍ତର ପାଇଁ ଆବଶ୍ୟକ ଖର୍ଚ୍ଚ ସେ ଟୁରିଷ୍ଟମାନଙ୍କଠାରୁ ପାଇଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri