ଚାକିରିରୁ ଅବସର ନେବା ପରେ ଗଛର ମୋହରେ ପଡ଼ିଯାଇଛନ୍ତି ବେଙ୍ଗାଲୁରୁର ଇଞ୍ଜିନିୟର ନଟରାଜ ଉପାଧ୍ୟାୟ। ସେ ତାଙ୍କ ଘରର ୧୫୦୦ ବର୍ଗଫୁଟ ଅଗଣାରେ ୩୦୦ ପ୍ରକାରର ୧୭୦୦ ଗଛ ଲଗାଇଛନ୍ତି। କମ୍ ଜାଗାରେ ଏତେ ଅଧିକ ଗଛ କିପରି ଲଗାଯାଇଛି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ଏଭଳି ଜଙ୍ଗଲ ସୃଷ୍ଟି କରିବା ଲାଗି ନଟରାଜ ଭିନ୍ନ ଉପାୟ ଆପଣାଇଛନ୍ତି। ସେ ଡ୍ରମ୍ରେ କେବଳ ଖତ ଭର୍ତ୍ତିକରି ଗଛ ଲଗାଇଛନ୍ତି। ଏହାଦ୍ୱାରା ଗଛ ମଧ୍ୟ ୧୫ ଫୁଟ ଉଚ୍ଚତା ଯାଏ ବଢ଼ିପାରିଛି। ଘର ଚାରିପାଖ ଅଗଣାରେ ଜଙ୍ଗଲ ସୃଷ୍ଟି କରିବା ଦ୍ୱାରା ସେଠାରେ ଏବେ ୫୦ ପ୍ରକାରର ପ୍ରଜାପତି ରହିଛନ୍ତି। ଏହାବାଦ୍ ପାଖାପାଖି ୨୦ ପ୍ରଜାତିର ପକ୍ଷୀ ବସା ବାନ୍ଧିଛନ୍ତି। ଉଦୁପିର ପରମପାଲିରେ ଜନ୍ମିତ ନଟରାଜଙ୍କ କୃଷି ପ୍ରତି ପିଲାବେଳୁ ଆଗ୍ରହ ଥିଲା। ଏଣୁ ଇଞ୍ଜିନିୟର ବୃତ୍ତିରୁ ଅବସର ନେବାପରେ ସେ ୨୦୧୨ରେ ବେଙ୍ଗାଲୁରୁର ବିବେକାନନ୍ଦନଗରସ୍ଥିତ ତାଙ୍କ ଘରେ ମିନି ଜଙ୍ଗଲ ସୃଷ୍ଟି କରିବା ଲାଗି ଡ୍ରମରେ ଗଛ ଲଗାଇବା ଆରମ୍ଭ କରିଥିଲେ। ସେ ୫୫ ଲିଟର ଡ୍ରମରେ ଏହିସବୁ ଗଛ ବଢ଼ାଇଛନ୍ତି।
ପ୍ରଜାପତି ପ୍ରଭାବ
ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…
ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା
ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…
ସଂଜ୍ଞା ବଦଳିପାରେ
ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…
ସୁନା, କଳି ଓ ଅର୍ଥନୀତି
ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…
ସମୁଦ୍ରର ନୂଆ ଭୂଗୋଳ
ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…
ନିର୍ବାଚନ ପରେ
ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…
ଏଇ ଭାରତରେ
ଦିଲ୍ଲୀ-ଏନ୍ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…
ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ
ର୍ତ୍ତମାନ ସମୟର ସବୁଠାରୁ ଉଦ୍ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍ଆର୍ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…
Archives

