ଏଇ ଭାରତରେ

ଜୀବନର ନିଶା କାହାର କେମିତି ଥାଇପାରେ, କିନ୍ତୁ ୮୪ ବର୍ଷୀୟ କାମେଗୌଡାଙ୍କ ନିଶା ସମ୍ପୂର୍ଣ୍ଣ ଭିନ୍ନ। ସେ ପୋଖରୀ ଖୋଳିବାରେ ଆନନ୍ଦ ପାଆନ୍ତି। କାମେଗୌଡାଙ୍କ ଘର କର୍ନାଟକ ମନ୍ଦ୍ୟା ଜିଲା ଦାସନାଡୋଡି ଗାଁରେ। କୁଣ୍ଡିନିବେଟା ପାହାଡ଼ ପାଦଦେଶରେ ରହିଥିବା ଏହି ଗାଁ ସମେତ ପୂରା ଅଞ୍ଚଳରେ ବର୍ଷସାରା ଜଳ ସଙ୍କଟ ଲାଗି ରହେ। ବର୍ଷାଦିନେ ବି କମ୍‌ ବର୍ଷା ହୋଇଥାଏ। ଜଳ ସଙ୍କଟ ଦୂର କରିବା ଲାଗି କାମେଗୌଡା ତାଙ୍କ ଗାଁ ଓ ଆଖପାଖ ଅଞ୍ଚଳରେ ଏକୁଟିଆ ୧୬ଟି ପୋଖରୀ ଖୋଳିଛନ୍ତି। ଏହା ଯୋଗୁ ତାଙ୍କ ଅଞ୍ଚଳରେ କେବେ ବି ଜଳ ସଙ୍କଟ ଦେଖାଯାଉନି। ସେ ଜଣେ କ୍ଷୁଦ୍ର ଚାଷୀ ଓ ମେଣ୍ଢା ପାଳିଛନ୍ତି। ପ୍ରତିଦିନ ମେଣ୍ଢା ଚରାଇବା ପାଇଁ ପାହାଡ଼କୁ ଯାଉଥିବା ସମୟରେ ଜୀବଜନ୍ତୁମାନେ ପିଇବାକୁ ପାଣି ପାଉ ନ ଥିବା ଲକ୍ଷ୍ୟ କରିବା ପରେ ସେ ପୋଖରୀ ଖୋଳିବା ଆରମ୍ଭ କରିଥିଲେ । ଆଦୌ ସ୍କୁଲ ଦୁଆରମୁହଁ ମାଡି ନ ଥିବା କାମେଗୌଡା ଯାହା ହାସଲ କରିଛନ୍ତି ସେଥିପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ‘ମନ କି ବାତ୍‌’ରେ ପ୍ରଶଂସା କରିଛନ୍ତି। ତାଙ୍କୁ ଲେକ୍‌ ମ୍ୟାନ ବା ହ୍ରଦ ମଣିଷ ବୋଲି କୁହାଯାଉଛି। ସେ ବଡିଭୋରରୁ ଘରୁ ବାହାରି ଯାଆନ୍ତି ଓ ପୋଖରୀ ଖୋଳି ସନ୍ଧ୍ୟାରେ ଫେରନ୍ତି। ପୋଖରୀ ଖୋଳିବା ପାଇଁ ଆବଶ୍ୟକ ଯନ୍ତ୍ରପାତି କିଣିବାରେ ନିଜ ପକେଟରୁ ବ୍ୟୟ କରନ୍ତି। କେବଳ ସେ ପୋଖରୀ ଖୋଳିଛନ୍ତି ତାହା ନୁହେଁ, ଏହାର ଚାରିପାଖରେ ବିଭିନ୍ନ ପ୍ରକାର ଗଛ ବି ଲଗାଇଛନ୍ତି। ପୋଖରୀକୁ ସେ ତାଙ୍କ ପରିବାର ସଦସ୍ୟ ବୋଲି ମନେକରନ୍ତି ଓ କେତୋଟିର ନାମ ତାଙ୍କ ନାତି ନାତୁଣୀଙ୍କ ନାମରେ ନାମିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରି ବରକୋଳି

ଝିଅ ଅଳି କରି କହିଲା, ବାପା ବରକୋଳି ଆଣିବ। କଲିକତି କୋଳି ନୁହଁ, ଦେଶୀ କୋଳି। ବଜାରରେ ଆଖି ବୁଲେଇଲି। ସବୁଠି ଦେଖିଲି ବଡ ବଡ...

ସ୍ବର୍ଗକୁ ନିଶୁଣି ନାହିଁ

ନିରଞ୍ଜନ ସାହୁ ସ୍ବର୍ଗକୁ ନିଶୁଣି ନାହିଁ’। ଏଇ କଥାପଦକ ଆପଣ କେବେ ନା କେବେ ଶୁଣିଥିବେ। ହୁଏତ ତତ୍‌କ୍ଷଣାତ୍‌ ଧାରଣା ହୋଇଥିବ ଏହା ଯେପରି ଏକ...

ହିଂସା ନିନ୍ଦନୀୟ, ପ୍ରତିବାଦ ସ୍ୱାଗତଯୋଗ୍ୟ

ଭାରତର ପ୍ରତିରକ୍ଷା କ୍ଷେତ୍ରରେ ନିଯୁକ୍ତି ସଂକ୍ରାନ୍ତୀୟ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ଏବେ ବିଷମ ସ୍ଥିତି ସୃଷ୍ଟି କରିଛି। ସେନାରେ ୪ ବର୍ଷିଆ ଅସ୍ଥାୟୀ ନିଯୁକ୍ତିକୁ...

ଲୋକସଚେତନତା ଓ ଦାୟିତ୍ୱ

ଡ. ମୌସୁମୀ ପରିଡ଼ା ସାରରେ ଅନେକ ଘଟଣା ଦୁର୍ଘଟଣା ଘଟୁଛି। ସ୍ଥିତି ବଦଳିଯାଉଛି, ହେଲେ ଲୋକମାନଙ୍କ ମାନସିକତା ବଦଳୁନି। ଏପଟେ ଗାଡ଼ିରେ କୋଭିଡଜନିତ ସତର୍କତା ଅବଲମ୍ବନ...

ଯଥାର୍ଥ ଶିକ୍ଷିତ

ଦ୍ୱିତୀ ଚନ୍ଦ୍ର ସାହୁ ଗାଁର ପ୍ରବେଶ ପଥରେ ବନ୍ଧା ହୋଇଛି ବାଉଁଶ ଠିକ୍‌ ଜଙ୍ଗଲ ବିଭାଗର ଅସ୍ଥାୟୀ ଫାଟକ ଭଳି ା କାଳେ କିଏ ଭିତରକୁ...

ଖାଦ୍ୟ ସୈନିକ

ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ତିନୋଟି କୃଷି ଆଇନକୁ ଘୋର ବିରୋଧ କରି କୃଷକମାନେ ରାଜଧାନୀ ଦିଲ୍ଲୀକୁ ଏକରକମ ଘେରାଉ କରି ରଖିଛନ୍ତି। ଡିସେମ୍ବର ୮ରେ...

ଏଇ ଭାରତରେ

ପିଲାମାନେ ଟଙ୍କାଟିଏ ପାଇଲେ ବଜାରରୁ ବିସ୍କୁଟ କି ଚକୋଲେଟ କିଣିଦିଅନ୍ତି। କିନ୍ତୁ ଏମିତି ପିଲା ଅଛନ୍ତି ଯେଉଁମାନେ ତାଙ୍କ ପକେଟ୍‌ ଖର୍ଚ୍ଚ ସଞ୍ଚୟ କରି ଚଳାଉଛନ୍ତି...

ଏଇ ଭାରତରେ

ଉତ୍ତରଭାରତରେ ଗହମ ଓ ଧାନ ଖୁଣ୍ଟା ପୋଡ଼ି ଯୋଗୁ ବାୟ ପ୍ରଦୂଷଣ ହେଉଛି ଓ ସ୍ୱାସ୍ଥ୍ୟକୁ ଅତ୍ୟଧିକ ପ୍ରଭାବିତ କରୁଛି। ଏହାକୁ ରୋକିବା ଲାଗି ସରକାରଙ୍କ...

Advertisement
Archives

Model This Week