ଏଇ ଭାରତରେ

ଉତ୍ତରପ୍ରଦେଶର ଦୁଇ ଭାଇ ମୁକେଶ ଏବଂ ଚନ୍ଦ୍ରମୌଳି ପାଣ୍ଡେ ବର୍ଷକୁ ଦୁଇ ଶହ କୁଇଣ୍ଟାଲ ଗୋବର୍ଜ୍ୟ (ଗୋବର, ନଷ୍ଟ ହେଉଥିବା ନଡ଼ା ଓ ଘାସ)ରୁ ଜିଆଖତ ପ୍ରସ୍ତୁତ କରି ୨୦ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି। ସେମାନେ ୨୦୧୭ରେ ନବଚେତନ ଆଗ୍ରୋ ସେଣ୍ଟର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ଏହି ଦୁଇ ଭାଇ ମିର୍ଜାପୁର ଜିଲା ଶିଖର ବ୍ଲକର ୨୧ଟି ଗାଁରେ ଗୋବର୍ଜ୍ୟ ସଂଗ୍ରହ କରି ସେଥିରୁ ଜିଆଖତ ପ୍ରସ୍ତୁତ କରୁଛନ୍ତି। ଏହି ଗାଁଗୁଡ଼ିକରୁ ଗୋ ବର୍ଜ୍ୟ ସଂଗ୍ରହ କରିବା ପାଇଁ ୨୭ ଜଣଙ୍କୁ ବି ନିଯୁକ୍ତି ଦେଇଛନ୍ତି। ଜିଆଖତକୁ ସେମାନେ ଦେଶର ବିଭିନ୍ନ ସ୍ଥାନରେ ବିକ୍ରି କରିବା ସହ ମାଲଡେଭିସ, ଶ୍ରୀଲଙ୍କା ଏବଂ ନେପାଳକୁ ରପ୍ତାନି କରୁଛନ୍ତି। ଶିଖର ବ୍ଲକର ଗାଁଗୁଡ଼ିକରେ ଲୋକମାନେ ବହୁଳ ଭାବେ ଗୋବର ଗ୍ୟାସକୁ ଜାଳେଣି ଇନ୍ଧନ ଭାବେ ଉପଯୋଗ କରୁଥିଲେ। କିନ୍ତୁ ଉଜ୍ୱଳା ଯୋଜନାରେ ସବସିଡିରେ ଏଲ୍‌ପିଜି ସିଲିଣ୍ଡର ପାଇବା ପରେ ଗାଁଗୁଡ଼ିକରେ ଗୋ-ବର୍ଜ୍ୟ ଠୁଳ ହେବାରେ ଲାଗିଲା। ପୂରା ପରିବେଶ ପ୍ରଦୂଷିତ ହୋଇଗଲା। ଏହାକୁ ଦୂର କରିବା ଲାଗି ମୁକେଶ ଓ ଚନ୍ଦ୍ରମୌଳି ଗୋବର୍ଜ୍ୟରୁ ଜିଆଖତ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। କୃଷକଙ୍କଠାରୁ ଯେତିକି ଗୋବର୍ଜ୍ୟ ସଂଗ୍ରହ କରୁଛନ୍ତି ତା’ବଦଳରେ ୬୦% ଖତ ଦେଇ ସେମାନଙ୍କୁ ଜୈବିକ କୃଷି କରିବାକୁ ଉତ୍ସାହିତ କରିଆସୁଛନ୍ତି। ଦୁଇ ଭାଇ ଆଇଆଇଟି କାନପୁର, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ନ୍ୟାଶନାଲ ବ୍ୟାଙ୍କ ଫର ଏଗ୍ରିକଲଚର ଅଣ୍ଡର ରୁରାଲ ଡେଭେଲପମେଣ୍ଟରୁ ଏହି ଖତ ପ୍ରସ୍ତୁତି ସମ୍ପର୍କରେ ପ୍ରଶିକ୍ଷଣ ନେଇଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri