ଏଇ ଭାରତରେ

ଉତ୍ତରପ୍ରଦେଶର ଦୁଇ ଭାଇ ମୁକେଶ ଏବଂ ଚନ୍ଦ୍ରମୌଳି ପାଣ୍ଡେ ବର୍ଷକୁ ଦୁଇ ଶହ କୁଇଣ୍ଟାଲ ଗୋବର୍ଜ୍ୟ (ଗୋବର, ନଷ୍ଟ ହେଉଥିବା ନଡ଼ା ଓ ଘାସ)ରୁ ଜିଆଖତ ପ୍ରସ୍ତୁତ କରି ୨୦ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି। ସେମାନେ ୨୦୧୭ରେ ନବଚେତନ ଆଗ୍ରୋ ସେଣ୍ଟର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ଏହି ଦୁଇ ଭାଇ ମିର୍ଜାପୁର ଜିଲା ଶିଖର ବ୍ଲକର ୨୧ଟି ଗାଁରେ ଗୋବର୍ଜ୍ୟ ସଂଗ୍ରହ କରି ସେଥିରୁ ଜିଆଖତ ପ୍ରସ୍ତୁତ କରୁଛନ୍ତି। ଏହି ଗାଁଗୁଡ଼ିକରୁ ଗୋ ବର୍ଜ୍ୟ ସଂଗ୍ରହ କରିବା ପାଇଁ ୨୭ ଜଣଙ୍କୁ ବି ନିଯୁକ୍ତି ଦେଇଛନ୍ତି। ଜିଆଖତକୁ ସେମାନେ ଦେଶର ବିଭିନ୍ନ ସ୍ଥାନରେ ବିକ୍ରି କରିବା ସହ ମାଲଡେଭିସ, ଶ୍ରୀଲଙ୍କା ଏବଂ ନେପାଳକୁ ରପ୍ତାନି କରୁଛନ୍ତି। ଶିଖର ବ୍ଲକର ଗାଁଗୁଡ଼ିକରେ ଲୋକମାନେ ବହୁଳ ଭାବେ ଗୋବର ଗ୍ୟାସକୁ ଜାଳେଣି ଇନ୍ଧନ ଭାବେ ଉପଯୋଗ କରୁଥିଲେ। କିନ୍ତୁ ଉଜ୍ୱଳା ଯୋଜନାରେ ସବସିଡିରେ ଏଲ୍‌ପିଜି ସିଲିଣ୍ଡର ପାଇବା ପରେ ଗାଁଗୁଡ଼ିକରେ ଗୋ-ବର୍ଜ୍ୟ ଠୁଳ ହେବାରେ ଲାଗିଲା। ପୂରା ପରିବେଶ ପ୍ରଦୂଷିତ ହୋଇଗଲା। ଏହାକୁ ଦୂର କରିବା ଲାଗି ମୁକେଶ ଓ ଚନ୍ଦ୍ରମୌଳି ଗୋବର୍ଜ୍ୟରୁ ଜିଆଖତ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। କୃଷକଙ୍କଠାରୁ ଯେତିକି ଗୋବର୍ଜ୍ୟ ସଂଗ୍ରହ କରୁଛନ୍ତି ତା’ବଦଳରେ ୬୦% ଖତ ଦେଇ ସେମାନଙ୍କୁ ଜୈବିକ କୃଷି କରିବାକୁ ଉତ୍ସାହିତ କରିଆସୁଛନ୍ତି। ଦୁଇ ଭାଇ ଆଇଆଇଟି କାନପୁର, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ନ୍ୟାଶନାଲ ବ୍ୟାଙ୍କ ଫର ଏଗ୍ରିକଲଚର ଅଣ୍ଡର ରୁରାଲ ଡେଭେଲପମେଣ୍ଟରୁ ଏହି ଖତ ପ୍ରସ୍ତୁତି ସମ୍ପର୍କରେ ପ୍ରଶିକ୍ଷଣ ନେଇଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri