ଏଇ ଭାରତରେ

ଫୁଟ୍‌ବଲ ଖେଳ ମାଧ୍ୟମରେ ଜାତିଗତ ହିଂସା ଓ ବିଦ୍ୱେଷ କମାଇବା ସହ ପିଲାମାନଙ୍କୁ ସ୍କୁଲ୍‌ ଆଣିବାରେ ଲାଗିଛନ୍ତି ମଣିପୁରର ମାଥାନମୀ ହୁଙ୍ଗୟୋ । ତାଙ୍କ ବୟସ ୨୭। ରେକଗନାଇଜ ରାଇଜ ଆଣ୍ଡ ଏମ୍ପାଓ୍ବାର ଆସୋସିଏଶନ (ଆର୍‌ଆର୍‌ଇଏ) ନାମକ ଏନ୍‌ଜିଓ ଗଢ଼ି ତା’ ମାଧ୍ୟମରେ କ୍ରୀଡ଼ା ଓ ଶିକ୍ଷାର ବିକାଶ କରୁଛନ୍ତି । ମୁଖ୍ୟତଃ ମଣିପୁରର ସୀମାନ୍ତରେ ସେ ତାଙ୍କ ଅଭିଯାନ ଜାରି ରଖିଛନ୍ତି । କାମ୍‌ଜୋଙ୍ଗ ଜିଲାର ସୀମାନ୍ତରେ ଥିବା କାମ୍‌ଜୋଙ୍ଗ ହାଇସ୍କୁଲରେ ପ୍ରଥମେ ସେ ଟାଟା ଟ୍ରଷ୍ଟ ସହଯୋଗରେ ଫୁଟ୍‌ବଲ ସେଣ୍ଟର ଖୋଲି ପିଲାଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ ୨୦୧୮ରେ । ପିଲାମାନଙ୍କ ପ୍ରଦର୍ଶନ ଉନ୍ନତ ହେବା ସହ ସେମାନଙ୍କ ମଧ୍ୟରେ ଥିବା ଜାତିଗତ ବିଦ୍ୱେଷ ଦୂର ହେବା ସେ ଲକ୍ଷ୍ୟ ରଖିଥିଲେ । କାରଣ ମଣିପୁରରେ କୁବି ଓ ନାଗା ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଲାଗି ରହିଥିବା ହିଂସା ପିଲାଙ୍କୁ ପ୍ରଭାବିତ କରି ଆସିଛି । ତେବେ ହୁଙ୍ଗୟୋ ଖେଳଦ୍ୱାରା ଏଥିରେ କିଛିଟା ପରିବର୍ତ୍ତନ ଆସିବା ଲକ୍ଷ୍ୟ କରିବା ପରେ ତାଙ୍କ ଅଭିଯାନକୁ ଅନ୍ୟ ସ୍କୁଲଗୁଡିକୁ ସମ୍ପ୍ରସାରଣ କରିବା ଲକ୍ଷ୍ୟ ନେଇ ଆଉ ଦୁଇଟି ସରକାରୀ ସ୍କୁଲକୁ ତାଙ୍କ ଫୁଟ୍‌ବଲ ପ୍ରୋଗ୍ରାମରେ ସାମିଲ କରିଛନ୍ତି। ଏହାଦ୍ୱାରା ଉକ୍ତ ସ୍କୁଲଗୁଡିକରେ ପିଲାଙ୍କ ସଂଖ୍ୟା ୫୦୦ ବୃଦ୍ଧି ପାଇଛି। ଆର୍‌ଆର୍‌ଇଏରେ ଏବେ ୧୪ ଜଣ ପ୍ରଶିକ୍ଷକ ରହି ପ୍ରଶିକ୍ଷଣ ଦେଉଛନ୍ତି। ଏପରିକି ସର୍ବଭାରତୀୟ ଫୁଟ୍‌ବଲ ସଂଘର କେଓ ଭିସୋ ଶ୍ରୀମୟ ମଧ୍ୟ ଏଭଳି କାର୍ଯ୍ୟରେ ହୁଙ୍ଗୟୋଙ୍କ ସହ ସାମିଲ ହୋଇଛନ୍ତି।
ପିଲାମାନଙ୍କୁ ଆବଶ୍ୟକ ଖେଳ ଉପକରଣ ଯୋଗାଇ ଦେଉଛନ୍ତି ହୁଙ୍ଗୟୋ। ସ୍କୁଲ ପରେ ଦେଢଘଣ୍ଟା ପ୍ରଶିକ୍ଷଣ ଦିଆଯାଉଛି। ଫୁଟ୍‌ବଲ, ଭଲିବଲ, ଟେବୁଲ ଟେନିସ ଏବଂ ବ୍ୟାଡ୍‌ମିଣ୍ଟନ ଉପରେ ଏବେ ପ୍ରଶିକ୍ଷଣ ଦିଆଯାଉଛି। ଏଥିରେ ୧୦୦୦ ପିଲା ଭାଗ ନେଉଛନ୍ତି । ଜିଲା, ରାଜ୍ୟ ଓ ଜାତୀୟ ସ୍ତରର ଖେଳାଳି ହେବାରେ ଏମାନଙ୍କ ମଧ୍ୟରୁ ଅନେକ ଯୋଗ୍ୟତା ହାସଲ କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri