ଏଇ ଭାରତରେ

ଜମ୍ମୁ-କଶ୍ମୀରର ସାହସିନୀ ମହିଳା ଆଲିଆ ମୀର। ସେ ଶିକ୍ଷକତା ଛାଡ଼ି ପ୍ରାଣୀ ସୁରକ୍ଷାରେ ଲାଗିଛନ୍ତି। ରହନ୍ତି ଶ୍ରୀନଗରରେ। ଗଣିତରେ ସ୍ନାତକୋତ୍ତର ଡିଗ୍ରୀ ଓ ବି.ଏଡ୍‌. ଶେଷ କରିବା ପରେ ଗଣିତ ଶିକ୍ଷୟିତ୍ରୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଜଣେ ପ୍ରାଣୀ ଚିକିତ୍ସକଙ୍କୁ ବିବାହ କରିବା ପରେ ୨୦୦୨ରେ ଶିକ୍ଷକ ଚାକିରି ଛାଡ଼ି ସେ ଆହତ ତଥା ଅସୁରକ୍ଷିତ ପ୍ରାଣୀମାନଙ୍କୁ ଉଦ୍ଧାର କରିଆସୁଛନ୍ତି। ଲୋକମାନଙ୍କ ଘରୁ ବିଷାକ୍ତ ସାପ ଉଦ୍ଧାର କରୁଛନ୍ତି। ଏହାସହ ପରିତ୍ୟକ୍ତ ଭାଲୁ ଛୁଆମାନଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କ ଯନତ୍ ନେଉଛନ୍ତି ଓ ପରେ ପୁଣି ସେମାନଙ୍କ ମା’ ପଖରେ ଛାଡୁଛନ୍ତି। ବିପଦରେ ପଡୁଥିବା ଚିତାବାଘମାନଙ୍କୁ ଉଦ୍ଧାର କରି ଜଙ୍ଗଲରେ ଛାଡୁଛନ୍ତି ଆଲିଆ। ଏହି କାର୍ଯ୍ୟ ଲାଗି ସେ ଏକ ଟିମ୍‌ ଗଢ଼ିଛନ୍ତି। ପ୍ରାଣୀମାନଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କର ଚିକିତ୍ସା ଓ ଥଇଥାନର ବ୍ୟବସ୍ଥା ଓ୍ବାଇଲ୍ଡଲାଇଫ ଏସ୍‌ଓଏସ୍‌ ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା ମାଧ୍ୟମରେ କରୁଛନ୍ତି। ଗତ ୩ ବର୍ଷ ମଧ୍ୟରେ ଆଲିଆ ଏବଂ ତାଙ୍କ ଟିମ୍‌ ୨ଟି ଚିତାବାଘ, ୨ଟି କଇଁଛ, ୩ଟି ଭାଲୁ, ୬ଟି ମାଙ୍କଡ଼, ୧୬ଟି ଶିକାରୀ ପକ୍ଷୀ ଏବଂ ୮୮ଟି ସାପ ଉଦ୍ଧାର କରିଛନ୍ତି। ସେ ମଧ୍ୟ ଶାଗୁଣା ସୁରକ୍ଷାରେ ଲାଗିଛନ୍ତି। ସ୍ଥାନୀୟ ବନ ବିଭାଗ ସହଯୋଗରେ ପ୍ରାଣୀ ସୁରକ୍ଷା ପାଇଁ ଲୋକମାନଙ୍କୁ ସଚେତନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଚେତନ ହେବାର ବେଳ

ସାଲ୍‌ଭୋଜ ଜିଜେକ୍‌ ନିକଟରେ କାନାଡାର ମନସ୍ତତ୍ତ୍ୱବିତ୍‌ ତଥା ମିଡିଆ ଫିକ୍ସର ଜୋର୍ଡାନ ପିଟରସନ ‘ରୁଷିଆ ବନାମ ୟୁକ୍ରେନ କିମ୍ବା ପାଶ୍ଚାତ୍ୟରେ ଗୃହଯୁଦ୍ଧ’ ଶୀର୍ଷକ ଏକ ଭିଡିଓରେ...

ଚାଲ ଗାଁକୁ ଯିବା

ଦ୍ୱିତୀ ଚନ୍ଦ୍ର ସାହୁ ଘରେ ପିଲା। ସ୍କୁଲରେ ତାଲା। ପିଲାଙ୍କ ନିକଟକୁ ଶିକ୍ଷା ପହଞ୍ଚାଇବା ଲାଗି ସମସ୍ତ ଚେଷ୍ଟା ପରେ ବି ସମସ୍ତଙ୍କ ନିକଟରେ ଶିକ୍ଷା...

ଏକଜୁଟ ହେବାକୁ ପଡ଼ିବ

ଆକାର ପଟେଲ ଦେଶକୁ ବର୍ତ୍ତମାନ ଅନେକ ବିପର୍ଯ୍ୟୟର ସାମ୍‌ନା କରିବାକୁ ପଡ଼ୁଛି। ପ୍ରଥମେ ସ୍ବାସ୍ଥ୍ୟରୁ ଆରମ୍ଭ କରିବା। ଶୁକ୍ରବାର (୪ ଜୁଲାଇ) ୨୨,୦୦୦ ଭାରତୀୟ କୋଭିଡ୍‌...

ରୋଗ ଉପଶମରେ ଯୋଗର ପ୍ରୟୋଗ

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ ଋତୁ ପରିବର୍ତ୍ତନ ତଥା ଜଳବାୟୁ ପରିବର୍ତ୍ତନ ଫଳରେ ଆମେ ଅନେକ ପ୍ରକାର ପୀଡ଼ାର ସମ୍ମୁଖୀନ ହେଉ। ଆମ ମୁଣ୍ଡଠାରୁ ଆରମ୍ଭ କରି...

ଦୌଡ଼ିଲେ ଡାକ୍ତର

ବେଙ୍ଗାଲୁରୁରେ ଟ୍ରାଫିକ୍‌ ଜାମ୍‌ ସମସ୍ତଙ୍କୁ ହନ୍ତସନ୍ତ କରୁଛି। ପ୍ରବଳ ବର୍ଷା ଯୋଗୁ ପାଣି ଜମିଯିବା ଫଳରେ ସେଠାରେ ଗାଡ଼ି ଚଳପ୍ରଚଳ ବାଧାପ୍ରାପ୍ତ ହେଉଛି। ଘରୋଇ ହସ୍ପିଟାଲରେ...

ବାପଧନ! ବୁଢ଼ାକୁ ‘ବୁଢ଼ା’ ଡାକନି

ଡ. ନିଖିଳାନନ୍ଦ ପାଣିଗ୍ରାହୀ ବିଶିଷ୍ଟ ଲେଖକ ଓ ସ୍ତମ୍ଭକାର ଜଗ ସୁରୈୟା(ଜନ୍ମ:୧୯୪୬) ଗୋଟିଏ ସ୍ତମ୍ଭରେ ଲେଖିଛନ୍ତି ”ବିଭିନ୍ନ ସୂତ୍ରରୁ ବାରମ୍ବାର ଆମକୁ ମନେପକାଇ ଦିଆଯାଉଛି ଯେ,...

ଏଇ ଭାରତରେ

ବର୍ଜ୍ୟ ଦେବେ ଓ ତା’ବଦଳରେ ପିଜା ପାଇବେ । ଏମିତି କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ଏହା ସତ। ଅହମଦାବାଦରେ ଦେଖିବାକୁ ମିଳିଛି ଏମିତି...

ଗୌରୀ ନା କାଳୀ

ଦେବଦତ୍ତ ପଟ୍ଟନାୟକ   ସାମାଜିକ ପରମ୍ପରାରେ ବିବାହର ମହତ୍ତ୍ୱ ଅଧିକ। ଝିଅଟିଏ ବିବାହ ପରେ ଯେତେବେଳେ ବାପଘରୁ ଗୋଡ଼ କାଢ଼େ ସେତେବେଳେ ତା’ବାପା ତାକୁ କହେ-ତୁ...

Advertisement
Archives

Model This Week