ଏଇ ଭାରତରେ

ଜମ୍ମୁ-କଶ୍ମୀରର ସାହସିନୀ ମହିଳା ଆଲିଆ ମୀର। ସେ ଶିକ୍ଷକତା ଛାଡ଼ି ପ୍ରାଣୀ ସୁରକ୍ଷାରେ ଲାଗିଛନ୍ତି। ରହନ୍ତି ଶ୍ରୀନଗରରେ। ଗଣିତରେ ସ୍ନାତକୋତ୍ତର ଡିଗ୍ରୀ ଓ ବି.ଏଡ୍‌. ଶେଷ କରିବା ପରେ ଗଣିତ ଶିକ୍ଷୟିତ୍ରୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଜଣେ ପ୍ରାଣୀ ଚିକିତ୍ସକଙ୍କୁ ବିବାହ କରିବା ପରେ ୨୦୦୨ରେ ଶିକ୍ଷକ ଚାକିରି ଛାଡ଼ି ସେ ଆହତ ତଥା ଅସୁରକ୍ଷିତ ପ୍ରାଣୀମାନଙ୍କୁ ଉଦ୍ଧାର କରିଆସୁଛନ୍ତି। ଲୋକମାନଙ୍କ ଘରୁ ବିଷାକ୍ତ ସାପ ଉଦ୍ଧାର କରୁଛନ୍ତି। ଏହାସହ ପରିତ୍ୟକ୍ତ ଭାଲୁ ଛୁଆମାନଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କ ଯନତ୍ ନେଉଛନ୍ତି ଓ ପରେ ପୁଣି ସେମାନଙ୍କ ମା’ ପଖରେ ଛାଡୁଛନ୍ତି। ବିପଦରେ ପଡୁଥିବା ଚିତାବାଘମାନଙ୍କୁ ଉଦ୍ଧାର କରି ଜଙ୍ଗଲରେ ଛାଡୁଛନ୍ତି ଆଲିଆ। ଏହି କାର୍ଯ୍ୟ ଲାଗି ସେ ଏକ ଟିମ୍‌ ଗଢ଼ିଛନ୍ତି। ପ୍ରାଣୀମାନଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କର ଚିକିତ୍ସା ଓ ଥଇଥାନର ବ୍ୟବସ୍ଥା ଓ୍ବାଇଲ୍ଡଲାଇଫ ଏସ୍‌ଓଏସ୍‌ ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା ମାଧ୍ୟମରେ କରୁଛନ୍ତି। ଗତ ୩ ବର୍ଷ ମଧ୍ୟରେ ଆଲିଆ ଏବଂ ତାଙ୍କ ଟିମ୍‌ ୨ଟି ଚିତାବାଘ, ୨ଟି କଇଁଛ, ୩ଟି ଭାଲୁ, ୬ଟି ମାଙ୍କଡ଼, ୧୬ଟି ଶିକାରୀ ପକ୍ଷୀ ଏବଂ ୮୮ଟି ସାପ ଉଦ୍ଧାର କରିଛନ୍ତି। ସେ ମଧ୍ୟ ଶାଗୁଣା ସୁରକ୍ଷାରେ ଲାଗିଛନ୍ତି। ସ୍ଥାନୀୟ ବନ ବିଭାଗ ସହଯୋଗରେ ପ୍ରାଣୀ ସୁରକ୍ଷା ପାଇଁ ଲୋକମାନଙ୍କୁ ସଚେତନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri