ଏଇ ଭାରତରେ

ବିଶ୍ୱାସରେ ସବୁ କିଛି ସମ୍ଭବ- ଏହି ଉକ୍ତିଟି ଏକ ମନ୍ତ୍ର ପାଲଟିଯାଇଛି ମିଜୋରାମର ଶେଲିଂ ଗାଁର କୃଷକମାନଙ୍କ କ୍ଷେତ୍ରରେ। ସେମାନେ ବିଶ୍ୱାସରେ ଦୋକାନ ଚଳାଇ ବିନା ସମସ୍ୟାରେ ରୋଜଗାର କରିଆସୁଛନ୍ତି। ଦୋକାନଗୁଡ଼ିକରେ କେହି ରହନ୍ତି ନାହିଁ। ଏହି ବ୍ୟବସ୍ଥାରେ ବହୁ ପୂର୍ବରୁ ଏକ ପ୍ରକାର ସାମାଜିକ ଦୂରତା ଜାରି ରହିଥିତ୍ବା ଲକ୍ଷ୍ୟ କରାଯାଏ। ଆଜିଓ୍ବାଲା ଜିଲାର ଶେଲିଂ ଗାଁ ପାଖଦେଇ ଯାଇଥିତ୍ବା ରାଜପଥ କଡ଼ରେ ବାଉଁଶ ନିର୍ମିତ କୁଡ଼ିଆରେ ଚାଲୁଥିବା ଏହି ଦୋକାନଗୁଡ଼ିକ ନଜରରେ ପଡ଼େ। ଏଥିରେ ପରିବା, ଫଳ, ଶୁଖୁଆ ଏବଂ ମଧୁରଜଳ ଗେଣ୍ଢା ରଖାଯାଇଥାଏ। କିନ୍ତୁ ଏହି ଜିନିଷଗୁଡ଼ିକୁ ବିକ୍ରି କରିବା ପାଇଁ ଦୋକାନରେ କୌଣସି ବ୍ୟକ୍ତିଙ୍କୁ ଦେଖିବାକୁ ପାଇବେ ନାହିଁ। କୃଷି ଶ୍ରମିକମାନଙ୍କୁ କାମରେ ଲଗାଇବା ଲାଗି କୃଷକମାନଙ୍କ ପାଖରେ ସମ୍ବଳର ଅଭାବ ରହିଥିବା ଯୋଗୁ ସେମାନେ କିମ୍ବା ସେମାନଙ୍କ ପରିବାରର କୌଣସି ସଦସ୍ୟ ଦୋକାନରେ ନ ରହି କାମରେ ଲାଗିଯାଆନ୍ତି। କୃଷକମାନେ ପ୍ରତିଦିନ ସେମାନଙ୍କ କ୍ଷେତକୁ ଯିବା ପୂର୍ବରୁ ଦୋକାନରେ ପରିବା, ଫଳ ଆଦି ରଖିଦେଇଯାଆନ୍ତି। ସେଠାରେ ସେମାନେ ସବୁ ସାମଗ୍ରୀର ମୂଲ୍ୟ ଏକ ସାଇନ୍‌ବୋର୍ଡରେ ଲେଖି ଝୁଲାଇ ଦିଅନ୍ତି। ନିକଟରେ ବି ପେମେଣ୍ଟ ବକ୍ସ ରଖିଦିଅନ୍ତି; ଯେଉଁଥିରେ ଗ୍ରାହକମାନେ ଜିନିଷ ନେବା ପରେ ଟଙ୍କା ରଖିତ୍ଥାନ୍ତି। ଦିନସାରା ଦୋକାନଗୁଡ଼ିକ ଖୋଲା ରହେ ଓ ଗ୍ରହକମାନେ ସାମଗ୍ରୀ ନେଇଥାଆନ୍ତି। ଯଦି ଖୁଚୁରା ଦରକାର ପଡ଼େ, ତେବେ ଗ୍ରାହକମାନେ ତାହା ପେମେଣ୍ଟ ବକ୍ସରୁ ନେଇଥାଆନ୍ତି। ବହୁ ସମୟରେ ଲୋକମାନେ ଏଭଳି ବ୍ୟବସ୍ଥା ଦେଖି କୃଷକମାନଙ୍କ ପାଇଁ ଅଧିକ ଟଙ୍କା ବି ପେମେଣ୍ଟ ବକ୍ସରେ ରଖି ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri