ଆଷ୍ଟ୍ରାଜେନିକାକୁ ଅବିଶ୍ୱାସ

ଜେନେଭା, ୧୭ା୩: ଭାରତର ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ ଆଷ୍ଟ୍ରାଜେନିକା ଟିକାର ବ୍ୟବହାର ଉପରେ ଜର୍ମାନୀ, ଇଟାଲୀ, ଫ୍ରାନ୍ସ ସମେତ ୟୁରୋପିଆନ ୟୁନିୟନର ଅନେକ ଦେଶ ସୋମବାର ଅସ୍ଥାୟୀ ଭାବେ ରୋକ ଲଗାଇଛନ୍ତି। ଏହି ଟିକା ନେବା ଦ୍ୱାରା ଶରୀରରେ ରକ୍ତ ଜମାଟ ବାନ୍ଧୁଥିବା ଆଶଙ୍କାରେ ଉକ୍ତ ଦେଶଗୁଡ଼ିକ ଏହି ଟିକାକରଣ ବନ୍ଦ କରାଇଛନ୍ତି। ତେବେ ଆଷ୍ଟ୍ରାଜେନିକା ନିରାପଦ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ସମେତ ୟୁରୋପର ମେଡିସିନ୍‌ ନିରୀକ୍ଷଣ ସଂସ୍ଥାଗୁଡ଼ିକ ପକ୍ଷରୁ କୁହାଯାଇଛି।
ୟୁନିୟନର ପ୍ରମୁଖ ୩ ଦେଶ ଜର୍ମାନୀ, ଇଟାଲୀ ଏବଂ ଫ୍ରାନ୍ସ ପରେ ସ୍ପେନ, ପର୍ତ୍ତୁଗାଲ, ସ୍ଲୋଭେନିଆ ଏବଂ ଲାଟ୍‌ଭିଆ ମଧ୍ୟ ଆଷ୍ଟ୍ରାଜେନିକା ବ୍ୟବହାର ଉପରେ ରୋକ ଲଗାଇଛନ୍ତି। ମଙ୍ଗଳବାର ପର୍ଯ୍ୟନ୍ତ ଫ୍ରାନ୍ସ ଆଷ୍ଟ୍ରାଜେନିକା ଟିକାକରଣ ଅଟକାଇଥିବାବେଳେ ସ୍ପେନ ୨ ସପ୍ତାହ ପାଇଁ ଏହା ଉପରେ ରୋକ ଲଗାଇଛି। ରକ୍ତ ଜମାଟ ବାନ୍ଧୁଥିବା ନେଇ ରିପୋର୍ଟ ଆସିବା ପରେ ଜର୍ମାନୀ ମଧ୍ୟ ସମାନ ପଦକ୍ଷେପ ନେଇଛି। କେବଳ ୟୁରୋପ ନୁହେଁ, ଇଣ୍ଡୋନେସିଆ ମଧ୍ୟ ଅନ୍ୟ ଟିକା ତୁଳନାରେ ଶସ୍ତାରେ ଉପଲବ୍ଧ ଆଷ୍ଟ୍ରାଜେନିକା ଭାକ୍ସିନ ବିଳମ୍ବରେ ପ୍ରଦାନ କରାଯିବାକୁ ଘୋଷଣା କରିଛି। ଏହା ପୂର୍ବରୁ ଆୟର୍ଲାଣ୍ଡ ଏହି ଟିକା ଉପରେ ରୋକ ଲଗାଇବାକୁ କହିଥିଲା।
ଟିକାକରଣ ବନ୍ଦ ନ କରିବାକୁ ଡବ୍ଲ୍ୟୁଏଚ୍‌ଓ କହିଛି। ଆଷ୍ଟ୍ରାଜେନିକା ସୁରକ୍ଷିତ ଏବଂ ଦେଶଗୁଡ଼ିକ ଟିକାକରଣ ବନ୍ଦ ନ କରାଇବାକୁ ଡବ୍ଲ୍ୟୁଏଚ୍‌ଓର ପ୍ରମୁଖ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ ପରାମର୍ଶ ଦେଇଛନ୍ତି। କେବଳ ବ୍ରିଟେନ ୧ କୋଟି ୧୦ ଲକ୍ଷ ଡୋଜ ଆଷ୍ଟ୍ରାଜେନିକା ଟିକା ବ୍ୟବହାର କରିଥିଲେ ମଧ୍ୟ ସେଠାରେ କୌଣସି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇ ନ ଥିବା ଡବ୍ଲ୍ୟୁଏଚ୍‌ଓ କହିଛି। ଅନ୍ୟପକ୍ଷରେ ୟୁରୋପିଆନ ୟୁନିୟନର ମେଡିସିନ୍‌ ଏଜେନ୍ସି ଏହା ଉପରେ ବିଶେଷଜ୍ଞଙ୍କ ସମୀକ୍ଷାକୁ ନେଇ ଗୁରୁବାର ଏକ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛି।

ଭାରି ପଡ଼ିବ ବ୍ରାଜିଲ

ଦ୍ରୁତ କରୋନା ସଂକ୍ରମଣ ଯୋଗୁ ସର୍ବାଧିକ ସଂକ୍ରମିତ ଦେଶ ମଧ୍ୟରେ ଭାରତକୁ ଅତିକ୍ରମ କରି ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ। ଏଭଳି ଭୟଙ୍କର ସ୍ଥିତି ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ବ୍ୟାପକ ପ୍ରଭାବିତ କରିଛି। ବ୍ରାଜିଲରେ ମହମାରୀର ଏଭଳି ସ୍ଥିତି ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି। ଆବଶ୍ୟକ ପଦକ୍ଷେପ ନ ନିଆଗଲେ ବ୍ରାଜିଲ ପୃଥିବୀର ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ବିପଦମୁହଁକୁ ଠେଲିଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତୁରନ୍ତ ବ୍ରାଜିଲ ସରକାର ସଂକ୍ରମଣ ରୋକିବାକୁ ଯୋଜନା କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) କହିଛି।
ସଂକ୍ରମଣକୁ ରାଷ୍ଟ୍ରପତି ଜାଏର ବୋଲସନାରୋଙ୍କ ଅଣଦେଖା ଓ ଏହାକୁ ରୋକିବାକୁ ଜାତୀୟସ୍ତରରେ ଯୋଜନା ପ୍ରସ୍ତୁତ କରିବାରେ ତାଙ୍କ ବିଫଳତାକୁ ଦାୟୀ କରାଯାଉଛି। ଦେଶରେ ଲକ୍‌ଡାଉନ୍‌, କର୍ଫ୍ୟୁ କଟକଣା ଲାଗୁ ନ କରିବାକୁ ବୋଲସନାରୋ ଜିଦ୍‌ ଧରିଛନ୍ତି। ଲକ୍‌ଡାଉନ ହେଲେ ଏହା ଦେଶର ଅର୍ଥନୀତିକୁ ଦୁର୍ବଳ କରିଦେବା ସହ ଗରିବ ଲୋକେ ଅଧିକ ପ୍ରଭାବିତ ହେବେ ବୋଲି ବୋଲସନାରୋ କହିଛନ୍ତି। ସାରା ବିଶ୍ୱରେ ମଙ୍ଗଳବାର ସୁଦ୍ଧା ୧୨୦,୯୨୫,୩୫୭ ସଂକ୍ରମିତ ହୋଇଥିବାବେଳେ ୨,୬୭୫୦୦୯ ଜଣ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧,୫୨୫,୪୭୭ ସଂକ୍ରମିତ ଏବଂ ୨୭୯,୬୦୨ ମୃତକ କେବଳ ବ୍ରାଜିଲର।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri