ଏଇ ଭାରତରେ

ବହୁ ସମୟରେ ତୃଣମୂଳ ସ୍ତରରେ କେତେକ କୃଷକ ଚାଷରେ କିଛି ଅଭିନବ ପଦ୍ଧତି ଆପଣାଇ ଫସଲ ଉପତ୍ାଦନ କରିଥାଆନ୍ତି; ଯାହା ସେମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥାଏ। ଏଭଳି ଜଣେ ଚାଷୀ ହେଉଛନ୍ତି କେରଳର ସି.ଭି. ଭର୍ଗିସ। ଓ୍ବାୟନାଡ଼ାର ଏହି ଚାଷୀ କମ୍‌ ଜାଗାରେ ଭର୍ଟିକାଲ ମେସ୍‌ ଟାଓ୍ବାର ପଦ୍ଧତିରେ କେବଳ ଶୁଖିଲା ପତ୍ର ଉପଯୋଗ କରି ଜୈବିକ ପଦ୍ଧତିରେ ପ୍ରଚୁର ଟମାଟୋ, ଗାଜର, ଆଳୁ ଓ ପରିବା ଉପତ୍ାଦନ କରୁଛନ୍ତି। ଭର୍ଟିକାଲ ମେସ୍‌ ଟାଓ୍ବାର ପଦ୍ଧତିରେ ସେ ୫ ଫୁଟ୍‌ ଉଚ୍ଚ ଓ ୨ ଇଞ୍ଚ ଫାଙ୍କ ଥିବା ଗୋଲାକାର ତା’ର ଜାଲି ଭିତରେ ଶୁଖିଲା ପତ୍ର ସହ ଗୋବର ଖତ, ନିମ କେକ୍‌ ଆଦି ବ୍ୟବହାର କରିଥାଆନ୍ତି। ଏଥିରେ ଖୁବ୍‌ କମ୍‌ ମାଟି ସେ ଦେଉଛନ୍ତି। ଗଛରେ ପାଣି ଦେବା ଲାଗି ଏହା ମଧ୍ୟରେ ଏକ ଛିଦ୍ରଯୁକ୍ତ ପିଭିସି ପାଇପ ରଖାଯାଉଛି। ଏହା ଦ୍ୱାରା ଚାଷରେ କମ୍‌ ପାଣି ଲାଗୁଛି। ୨୦୨୦ର ଶେଷ ଭାଗରେ ଭର୍ଗିସ ଏଭଳି ୨୦ଟି ଟାଓ୍ବାରରେ ଚାଷ ଆରମ୍ଭ କରିଥିଲେ। ଏବେ ଏଥିତ୍ରୁ ସେ ଯାହା ପରିବା ଉପତ୍ାଦନ କରୁଛନ୍ତି ସେଥିରେ ପରିବାରର ଆବଶ୍ୟକତା ପୂରଣ କରିବା ପରେ ବଳକା ପରିବା ବିକ୍ରି କରୁଛନ୍ତି। ତାଙ୍କର ଏହି ପଦ୍ଧତି କମ୍‌ ଜାଗାରେ ଘର ଅଗଣା ଓ ବାଲ୍‌କୋନିରେ ଚାଷ କରୁଥିବା ଲୋକଙ୍କ ପାଇଁ ଏକ ନୂଆ ବାଟ ଦେଖାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ମୋହ

ରବିନାରାୟଣ ସାମଲ ସାମ୍ରାଜ୍ୟବାଦୀ ଆମେରିକା ଆଫଗାନିସ୍ତାନରୁ ପଳାୟନ କଲା ପରେ ଆତଙ୍କବାଦୀ ତାଲିବାନ ନିରୀହ ଲୋକଙ୍କ ରକ୍ତରେ ହୋଲି ଖେଳି ଏହାକୁ ଦଖଲ କରିନେଲା। ଏଭଳି...

ଉଚ୍ଚଶିକ୍ଷାରେ ବୈଷମ୍ୟ

ଡ. ସୁବାସ ଚନ୍ଦ୍ର ପାତ୍ର ଓଡ଼ିଶା ସରକାର ନାରୀଙ୍କୁ ସମ୍ମାନ ଓ ମହିଳା ସଶକ୍ତୀକରଣ କଥା ଜୋର୍‌ ପାଟିରେ କହୁଥିଲାବେଳେ ଉଚ୍ଚଶିକ୍ଷା କ୍ଷେତ୍ରରେ ନାରୀ ଶିକ୍ଷାନୁଷ୍ଠାନକୁ...

କରୋନା ଓ ଯୁବପିଢ଼ି

ଡା. ବାସୁଦେବ ପ୍ରଧାନ   ମଣିଷ ତିନିଟି ଅବସ୍ଥା ଦେଇ ଗତି କରେ- ବାଲ୍ୟ, ଯୌବନ ଓ ଜରା। ଏଇ ତିନିଟି ଅବସ୍ଥା ମଧ୍ୟରେ ଯୌବନାବସ୍ଥା...

ମେଧାବୀ ଅପରାଧୀ

ଓଡ଼ିଆରେ କଥା ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନ ଥିଲେ ସବୁ ଅସାର’। ଜଣେ ଯେତେ ପ୍ରତିଭାସମ୍ପନ୍ନ ହୋଇଥିଲେ ମଧ୍ୟ ତାଙ୍କର ଚାରିତ୍ରିକ...

ଏଇ ଭାରତରେ

ଦୁଇ ମହିଳାଙ୍କୁ ପସନ୍ଦ ଆସିଲା ଗୋଟିଏ ପୋଷାକ। ତାହାକୁ କିିଣିବା ପାଇଁ ଉଭୟେ ଚପଲରେ ପିଟାପିଟି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଝିମିଟି ଖେଳରୁ...

ବାପଧନ! ବୁଢ଼ାକୁ ‘ବୁଢ଼ା’ ଡାକନି

ଡ. ନିଖିଳାନନ୍ଦ ପାଣିଗ୍ରାହୀ ବିଶିଷ୍ଟ ଲେଖକ ଓ ସ୍ତମ୍ଭକାର ଜଗ ସୁରୈୟା(ଜନ୍ମ:୧୯୪୬) ଗୋଟିଏ ସ୍ତମ୍ଭରେ ଲେଖିଛନ୍ତି ”ବିଭିନ୍ନ ସୂତ୍ରରୁ ବାରମ୍ବାର ଆମକୁ ମନେପକାଇ ଦିଆଯାଉଛି ଯେ,...

ବିରୋଧ କଲେ ଜେଲ

ଦୀର୍ଘ ୨୦ ବର୍ଷ ପରେ ୨୦୦୨ ଗୁଜରାଟ ଦଙ୍ଗା ସ୍ମୃତି ପୁଣି ଉଜ୍ଜୀବିତ ହୋଇଛି। ସୁପ୍ରିମକୋର୍ଟ ୨୪ ଜୁନ୍‌ ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୋଧ୍ରା...

ମୋ ଗାଁର ବାଟ ଓ ସାର୍‌ଙ୍କ ଛାଟ

ମନ-ମାନଚିତ୍ର/ଡ. ନରହରି ବେହେରା ସମୟର ଆହ୍ବାନରେ ଆଜି ଅଧିକାଂଶ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତମାନେ ଗାଁ ଛାଡ଼ି ଦୂରଦୂରାନ୍ତ ସହରରେ ବାସ କରୁଛନ୍ତି। ବୃତ୍ତି ଚାପରେ ମୁଁ...

Advertisement
Archives

Model This Week