ଏଇ ଭାରତରେ

ବହୁ ସମୟରେ ତୃଣମୂଳ ସ୍ତରରେ କେତେକ କୃଷକ ଚାଷରେ କିଛି ଅଭିନବ ପଦ୍ଧତି ଆପଣାଇ ଫସଲ ଉପତ୍ାଦନ କରିଥାଆନ୍ତି; ଯାହା ସେମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥାଏ। ଏଭଳି ଜଣେ ଚାଷୀ ହେଉଛନ୍ତି କେରଳର ସି.ଭି. ଭର୍ଗିସ। ଓ୍ବାୟନାଡ଼ାର ଏହି ଚାଷୀ କମ୍‌ ଜାଗାରେ ଭର୍ଟିକାଲ ମେସ୍‌ ଟାଓ୍ବାର ପଦ୍ଧତିରେ କେବଳ ଶୁଖିଲା ପତ୍ର ଉପଯୋଗ କରି ଜୈବିକ ପଦ୍ଧତିରେ ପ୍ରଚୁର ଟମାଟୋ, ଗାଜର, ଆଳୁ ଓ ପରିବା ଉପତ୍ାଦନ କରୁଛନ୍ତି। ଭର୍ଟିକାଲ ମେସ୍‌ ଟାଓ୍ବାର ପଦ୍ଧତିରେ ସେ ୫ ଫୁଟ୍‌ ଉଚ୍ଚ ଓ ୨ ଇଞ୍ଚ ଫାଙ୍କ ଥିବା ଗୋଲାକାର ତା’ର ଜାଲି ଭିତରେ ଶୁଖିଲା ପତ୍ର ସହ ଗୋବର ଖତ, ନିମ କେକ୍‌ ଆଦି ବ୍ୟବହାର କରିଥାଆନ୍ତି। ଏଥିରେ ଖୁବ୍‌ କମ୍‌ ମାଟି ସେ ଦେଉଛନ୍ତି। ଗଛରେ ପାଣି ଦେବା ଲାଗି ଏହା ମଧ୍ୟରେ ଏକ ଛିଦ୍ରଯୁକ୍ତ ପିଭିସି ପାଇପ ରଖାଯାଉଛି। ଏହା ଦ୍ୱାରା ଚାଷରେ କମ୍‌ ପାଣି ଲାଗୁଛି। ୨୦୨୦ର ଶେଷ ଭାଗରେ ଭର୍ଗିସ ଏଭଳି ୨୦ଟି ଟାଓ୍ବାରରେ ଚାଷ ଆରମ୍ଭ କରିଥିଲେ। ଏବେ ଏଥିତ୍ରୁ ସେ ଯାହା ପରିବା ଉପତ୍ାଦନ କରୁଛନ୍ତି ସେଥିରେ ପରିବାରର ଆବଶ୍ୟକତା ପୂରଣ କରିବା ପରେ ବଳକା ପରିବା ବିକ୍ରି କରୁଛନ୍ତି। ତାଙ୍କର ଏହି ପଦ୍ଧତି କମ୍‌ ଜାଗାରେ ଘର ଅଗଣା ଓ ବାଲ୍‌କୋନିରେ ଚାଷ କରୁଥିବା ଲୋକଙ୍କ ପାଇଁ ଏକ ନୂଆ ବାଟ ଦେଖାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri