ଏଇ ଭାରତରେ

କର୍ତ୍ତବ୍ୟ ହିଁ ଭଗବାନ, ଏହା ଉପଲବ୍ଧି କରିଛନ୍ତି ତାମିଲନାଡୁର ପୋଷ୍ଟମ୍ୟାନ ଡି. ଶିବନ୍‌। ଦୀର୍ଘ ୩୫ ବର୍ଷ ହେବ କାର୍ଯ୍ୟ କରିବା ପରେ ନିକଟରେ ଅବସର ନେଇଛନ୍ତି। ତାଙ୍କୁ ଏବେ ବୟସ ୬୫। ପ୍ରତିଦିନ ପାହାଡ଼ିଆ ରାସ୍ତାରେ ଜଙ୍ଗଲ ମଧ୍ୟରେ ନଦୀ, ଝରଣା ପାର ହୋଇ ଲୋକଙ୍କ ପାଖରେ ଚିଠି ଏବଂ ଚା’ଚାରା ରୋପଣ କରୁଥିବା ଶ୍ରମିକ ଓ ଗ୍ରାମବାସୀଙ୍କ ନିକଟରେ ପେନ୍‌ସନ ପହଞ୍ଚାଉଥିଲେ। ସେ ନୀଳଗିରି ମାଉଣ୍ଟେନ ରେଲଓ୍ବେ ଟ୍ରାକ୍‌ କଡ଼େ କଡ଼େ ଚାଲି ଚାଲି ୧୫ କି.ମି ଯାଆନ୍ତିି। ଟନେଲ ଭିତରେ ୪୦ ମିନିଟ ଗଲା ପରେ ପହଞ୍ଚିଥାନ୍ତି ପ୍ରଥମ ଗାଁରେ। ପରେ ୨୦ ମିନିଟ୍‌ ଚାଲିଲେ ପହଞ୍ଚିଥାନ୍ତି ଏକ ଆଦିବାସୀ ଗାଁରେ। ଏମିତି ସବୁ ଦୁର୍ଗମ ଗାଁକୁ ବୁଲି ବୁଲି ଯିବାକୁ ପଡୁଥିଲା ୧୫ କି.ମି.। ଚାକିିରି କାଳ ମଧ୍ୟରେ କେବେ ବି ସେ ତାଙ୍କ କାର୍ଯ୍ୟଧାରାରେ ପରିବର୍ତ୍ତନ କରି ନ ଥିଲେ। କୋନ୍ନୁରରେ ରହନ୍ତି ଶିବନ୍‌। ସେ ୧୯୮୫ରେ ଷ୍ଟାମ୍ପ ଭେଣ୍ଡର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ୨୫ ବର୍ଷ ଏହି କାର୍ଯ୍ୟ କରିବା ପରେ ହିଲଗ୍ରୋଭ ବ୍ରାଞ୍ଚ ପୋଷ୍ଟ ଅଫିସରେ ଗ୍ରାମୀଣ ଡାକ ସେବକ ଭାବେ ନିଯୁକ୍ତି ପାଇଥିଲେ। ପ୍ରତିଦିନ ୧୦ଟାରେ ତାଙ୍କ ଘର ପାଖରୁ ୧୦ କି.ମି. ଦୂର ହିଲ୍‌ଗ୍ରୋଭ ପୋଷ୍ଟ ଅଫିସକୁ ଯାଇଥାନ୍ତି। ଘରୁ ୪ କି.ମି. ବସ୍‌ରେ ଯିବା ପରେ ବାକି ବାଟ ଚା’ ବଗିଚା ଭିତରେ ଚାଲି ଚାଲି ଯାଆନ୍ତି। ପ୍ଲାଣ୍ଟେସନ ଶ୍ରମିକଙ୍କର ବଞ୍ଚିବାର ଏକମାତ୍ର ରାହା ପେନସନ ହୋଇଥିବାରୁ ସେମାନଙ୍କ ନିକଟରେ ଏହା ପହଞ୍ଚାଇବା ଜରୁରୀ ହୋଇଥାଏ ବୋଲି କହନ୍ତି ଶିବନ୍‌। ତାଙ୍କର ଏଭଳି କର୍ତ୍ତବ୍ୟବୋଧ ତଥା ଦୁଃସାହସିକ କାର୍ଯ୍ୟ ସଭିଙ୍କ ପାଇଁ ପ୍ରେରଣାଦାୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri