ସଙ୍କଟରେ ରୋଗୀସେବା, ଡିଏମ୍‌ ପାଠ୍ୟକ୍ରମ

କଟକ ଅଫିସ,୧୮ା୭: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ହେପାଟୋଲୋଜି ଏବଂ ଏଣ୍ଡୋକ୍ରାଇନୋଲୋଜି। କିନ୍ତୁ ଉଭୟ ବିଭାଗ ଏବେ ଡାକ୍ତର ଅଭାବ ସମସ୍ୟା ଦେଇ ଗତି କରୁଛି। ସୁପର ସ୍ପେଶିଆଲିଟି ଥିବା ଏହି ବିଭାଗ ପାଇଁ ଠିକା ନିଯୁକ୍ତିରେ କାମ କରିବାକୁ ଡାକ୍ତର ମଧ୍ୟ ଅମଙ୍ଗ ହେଉଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ବିଭାଗୀୟ ଡାକ୍ତର ନ ଥିବାରୁ ଇନ୍‌ଡୋରକୁ ରୋଗୀ ଆସୁନାହାନ୍ତି। ରୋଗୀସେବା, ଆଇସିୟୁ ଓ ପିଜି ପାଠପଢ଼ା ପ୍ରଭାବିତ ହେବା ସହ ଡିଏମ୍‌ ପାଠ୍ୟକ୍ରମକୁ ବଞ୍ଚାଇରଖିବା ମଧ୍ୟ କଷ୍ଟକର ହୋଇପଡୁଛି।
ଦୁଇ ଦିନ ତଳେ ଏସ୍‌ସିବିର ହେପାଟୋଲୋଜି ବିଭାଗରେ ୪ଶଯ୍ୟା ବିଶିଷ୍ଟ ଆଇସିୟୁ ଲାଗି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁମୋଦନ ଦେଇଛି। ଗତ ବର୍ଷ ଏହି ବିଭାଗକୁ ୨ଟି ଡିଏମ୍‌ ସିଟ୍‌ ପିଜି ପାଠ୍ୟକ୍ରମ ପାଇଁ ଏମ୍‌ସିଆଇ ଅନୁମୋଦନ ମିଳିସାରିଛି। ୩୮ ଶଯ୍ୟାବିଶିଷ୍ଟ ଏହି ବିଭାଗରେ ମାସକୁ ପ୍ରାୟ ୩୦୦ ଇନ୍‌ଡୋର ରୋଗୀ ଓ ଆଉଟ୍‌ଡୋରକୁ ପ୍ରାୟ ୧୫୦୦ ରୋଗୀ ଆସିଥାନ୍ତି। କିନ୍ତୁ ଏ ଯାଏ ଏହି ବିଭାଗରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ହୋଇପାରୁ ନାହିଁ। ୨୦୧୩ରେ ଏମ୍ସ ପାସ୍‌ ଆଉଟ୍‌ ଜଣେ ଡାକ୍ତର ଚୁକ୍ତିଭିତ୍ତିରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗ ଦେଇଛନ୍ତି। ଏହାପରେ ୪ଥର ଚୁକ୍ତିଭିତ୍ତିକ ନିଯୁକ୍ତି ବିଜ୍ଞାପନ ବାହାରିଥିଲେ ମଧ୍ୟ କେହି ଯୋଗ୍ୟ ଡାକ୍ତର ଆବେଦନ କରୁନାହାନ୍ତି ତ ପୁଣି କେବେ ଆବେଦନକାରୀ ସରକାରୀ ଆବଶ୍ୟକତା ଅନୁଯାୟୀ ସର୍ତ୍ତ ପୂରଣ କରିପାରୁ ନାହାନ୍ତି। ୨୦୧୩ରୁ ଠିକା ନିଯୁକ୍ତି ପାଇଥିବା ଉକ୍ତ ଡାକ୍ତରଙ୍କ ପଦବୀ ମଧ୍ୟ ଏଯାଏ ସ୍ଥାୟୀ ହୋଇନାହିଁ। କିନ୍ତୁ ତାଙ୍କର ପଦବୀକୁ ମିଶାଇ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସଂଖ୍ୟା ଏମ୍‌ସିଆଇ ନିକଟରେ ଉପସ୍ଥାପନ ହେବା ପରେ ୨୦୧୯ରେ ଏଠାରେ ଡିଏମ୍‌ କୋର୍ସ ପାଇଁ ଅନୁମତି ମିଳିଛି। ଠିକା ଡାକ୍ତର ଜଣକ ଚାକିରି ଛାଡ଼ିଦେଲେ ବିଭାଗରେ ବଡ଼ ସମସ୍ୟା ଉପୁଜିବା ଆଶଙ୍କା ରହିଛି। ଏବେ ଏହି ଠିକା ଡାକ୍ତରଙ୍କ ବ୍ୟତୀତ ହେପାଟୋଲୋଜି ବିଭାଗରେ କେବଳ ଜଣେ ପ୍ରଫେସର (ବିଭାଗୀୟ ମୁଖ୍ୟ) ଓ ଆଉ ଜଣେ ଆସୋସିଏଟ ପ୍ରଫେସର ଅଛନ୍ତି। ୨ଜଣ ଡାକ୍ତରଙ୍କୁ ନେଇ ଏତେ ସଂଖ୍ୟକ ରୋଗୀ, ଆଇସିୟୁ ଓ ଡିଏମ୍‌ ପାଠ୍ୟକ୍ରମ ପରିଚାଳନା କରିବା କଷ୍ଟସାଧ୍ୟ ହୋଇପଡୁଛି।
ସେହିପରି ଅନ୍ତଃସ୍ରାବ (ଏଣ୍ଡୋକ୍ରାଇନୋଲୋଜି) ବିଭାଗରେ ଏବେ ଜଣେ ମାତ୍ର ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନେଇ ରୋଗୀସେବା ଓ ଡିଏମ୍‌ ପାଠ୍ୟକ୍ରମ ଚାଲିଛି। ଏହି ବିଭାଗରେ ଗତ ମାସ ୩୦ ତାରିଖରେ ବିଭାଗୀୟ ମୁଖ୍ୟ ଚାକିରିରୁ ଅବସର ନେଇଛନ୍ତି। ଗତ ବର୍ଷ ଅନ୍ୟ ଜଣେ ଆସୋସିଏଟ୍‌ ପ୍ରଫେସର ମଧ୍ୟ ସ୍ବେଚ୍ଛାକୃତ ଅବସର ନେଇସାରିଛନ୍ତି। ଫଳରେ ଏହି ବିଭାଗ ପାଇଁ ନେଫ୍ରୋଲୋଜି ବିଭାଗର ଜଣେ ପ୍ରଫେସରଙ୍କୁ ପ୍ରଶାସନିକ ମୁଖ୍ୟ ଦାୟିତ୍ୱରେ ରଖାଯାଇଛି। ଏଠାରେ ମଧ୍ୟ ରୋଗୀସେବା ଓ ପିଜି ପାଠପଢ଼ା ଅବ୍ୟବସ୍ଥା ଭିତରେ ରହିଛି। ୨୦ ଶଯ୍ୟାବିଶିଷ୍ଟ ଏହି ବିଭାଗରେ ମାସକୁ ଆଉଟ୍‌ଡୋରରେ ପ୍ରାୟ ୨୦୦୦ ରୋଗୀ ଆସିଥାନ୍ତି। ବିଭାଗୀୟ ଡାକ୍ତର ନ ଥିବା କାରଣରୁ ଇନ୍‌ଡୋରରେ ଏବେ କେହି ବି ରୋଗୀ ନାହାନ୍ତି। ଇନ୍‌ଡୋରରେ ରୋଗୀ ନ ରହିଲେ ଏଣେ ଡିଏମ୍‌ ପାଠ୍ୟକ୍ରମକୁ ବଞ୍ଚାଇ ରଖିବା ମଧ୍ୟ ସମସ୍ୟା ହେବ।
ଏହି ବିଭାଗରେ ହରମୋନ ଓ ହରମୋନ ଜନିତ ସମସ୍ୟା, ଡାଇବେଟିସ, ଡାଇବେଟିକ ଫୁଟ ଅଲସର, ଥାଇରଏଡ୍‌ ଭଳି ରୋଗର ଚିକିତ୍ସା କରାଯାଉ ଥିବାରୁ ଏହି ବିଭାଗର ଗୁରୁତ୍ୱ ବେଶ୍‌ ଅଧିକ। ଡାକ୍ତର ଅଭାବ ବେଳେ ଜଣେ ପୂର୍ବତନ ଅବସରପ୍ରାପ୍ତ ଡାକ୍ତରଙ୍କ ଫେରିବା ବାଟ ହିଁ ଏହି ବିଭାଗ ପାଇଁ ଏକମାତ୍ର ବିକଳ୍ପ ବୋଲି ଆଲୋଚନା ହେଉଛି। ଏନେଇ ଏସ୍‌ସିବି ପ୍ରିନ୍ସିପାଲ ଡା. ଦତ୍ତେଶ୍ୱର ହୋତା କହିଛନ୍ତି ଯେ, ଆମେ ସରକାରଙ୍କୁ ସମସ୍ୟା ଜଣାଇଛୁ। ସରକାରୀ ନିଷ୍ପତ୍ତି ଆସିବା ଯାଏ ଅପେକ୍ଷା କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଫୋରିୟର ଟ୍ରାନ୍ସଫର୍ମର

ଚିନ୍ତା କରନ୍ତୁ, ଆପଣ ରଥଯାତ୍ରା ଦେଖିବାକୁ ଯାଇଛନ୍ତି, ବାୟୁ ଚାପର ତୀବ୍ର ପରିବର୍ତ୍ତନ ଯୋଗୁ ଆପଣଙ୍କ କାନରେ ଏକ ଗୋଳମାଳିଆ ଓ ପ୍ରକମ୍ପିତ ଶବ୍ଦ ତରଙ୍ଗ ଆସି…

ଗୁଡାରି ଏନଏସିକୁ ମିଳିଲା ଦୁଇ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀ….

ଗୁଡାରି,୩୧।୮(ପ୍ରମୋଦ କୁମାର ପତି ): ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ…

କଂଗ୍ରେସ-TVK ମଧ୍ୟରେ ବଢ଼ିଲା ବିବାଦ, ୨୦୨୯ରେ ରାହୁଲଙ୍କୁ ପିଏମ୍ ପ୍ରାର୍ଥୀ ନକଲେ….

ଚେନ୍ନାଇ,୩୧।୮: ତାମିଲନାଡୁରେ କଂଗ୍ରେସ ଓ TVK ମଧ୍ୟରେ ୨୦୨୯ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। କଂଗ୍ରେସ ନେତା ତଥା ପର୍ଯ୍ୟଟନ…

କିଡ୍‌ନୀ ସୁସ୍ଥ ରଖିବାକୁ ହେଲେ ଆପଣାନ୍ତୁ ଏହି ଉପାୟ…

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ। ଏହା ସୁସ୍ଥ ରହିବା ନିହାତି ଦରକାର। ତେବେ ଏଥିଲାଗି କେତୋଟି ସରଳ ଉପାୟ ରହିଛି। ଆସନ୍ତୁ ସେ…

OSEPAର ବଡ଼ ଘୋଷଣା: ଏହି ଦିନ ହେବ ସମେଟିଭ-୧ ପରୀକ୍ଷା

ଭୁବନେଶ୍ୱର,୩୧।୮: OSEPA ପକ୍ଷରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଛାତ୍ରୀଛାତ୍ରମାନଙ୍କ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ହେବ ବୋଲି ଘୋଷଣା…

ଝିଅର ଫି’ ପାଇଁ ଖାଲି ପାଦରେ ଦୌଡ଼ିଲେ ମା’, ମାରାଥନ୍‌ରେ ଜିତିଲେ ୩ ହଜାର ଟଙ୍କା

ମୁମ୍ବାଇ,୩୧।୮: ଝିଅମାନଙ୍କ ପାଠପଢ଼ା ପାଇଁ ଜଣେ ମା’ଙ୍କ ସଂଘର୍ଷ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଝିଅଙ୍କ ଫି’ ଟଙ୍କା ଯୋଗାଡ଼ କରିବା ପାଇଁ ଖାଲି ପାଦରେ…

୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…

ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ…

ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri