ଚାପରେ ଶିକ୍ଷା ଓ ଶୈଶବ

ଦ୍ୱିତୀ ଚନ୍ଦ୍ର ସାହୁ

‘ଦାଦା! ଯାହା ସବୁ ପଢିଥିଲି, ସେ ସବୁ ଏବେ କାଟିଦେଲେ। ପ୍ରାୟ ସବୁ ୟୁନିଟ୍‌ର ପାଠ କଟିଗଲା। ମୁଣ୍ଡ ଟେନ୍‌ସନ ହୋଇଗଲା ଦାଦା!’ ନିକଟରେ ୩୦ ପ୍ରତିଶତ ପାଠ୍ୟକ୍ରମ କଟିବା ପରେ ପରିବର୍ତ୍ତିତ ପାଠ୍ୟସୂଚୀ ଦେଖି ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଝିଆରୀ ହଠାତ୍‌ ଏମିତି କହିଲା। ଅଧିକା ଆଲୋଚନା କରି ଭାରାକ୍ରାନ୍ତ କରିବା ଅପେକ୍ଷା କେବଳ କହିଲି- ”କ’ଣ କରିବା, ପରିସ୍ଥିତି ହିଁ ସେଇଆ। ଆମକୁ ଆଡ୍‌ଜଷ୍ଟ ହେବାକୁ ହେବ। ଆଉ ଟିକେ ଅଧିକ ପରିଶ୍ରମ କର ମାଆ!“ ତାକୁ କହିଦେଲି ସତ। କିନ୍ତୁ ଏଭଳି ବ୍ୟତିକ୍ରମ ପିଲାଙ୍କ ମାନସିକ ସ୍ଥିତିକୁ ଦୋହଲେଇ ଦେବ ଏଥିରେ ସନ୍ଦେହ ନାହିଁ। ଏମିତିରେ ପ୍ରତ୍ୟକ୍ଷ ଶିକ୍ଷାଦାନ ଅଭାବରୁ ଯେନତେନ ଅନ୍‌ଲାଇନ ଶିକ୍ଷାଦାନ ଓ ବିଭିନ୍ନ ଅନ୍‌ଲାଇନ ଟ୍ୟୁଟୋରିଆଲରେ ଦିନରାତି ଏକ କରି ପଢୁଥିବା ପିଲାଟି ପକ୍ଷେ ଏଇ ପରିବର୍ତ୍ତନ ସହଜରେ ଗ୍ରହଣୀୟ ହୋଇପାରିନି। ଅଥଚ ପିଲାଙ୍କ ଚାପମୁକ୍ତି ଲାଗି ଏମିତି ପାଠ୍ୟସୂଚୀରେ ପରିବର୍ତ୍ତନ ଅଣାଯାଇଛି। ଇଏ ତ ଗଲା କଲେଜ ପଢୁଆ ପିଲାଙ୍କ ଅବସ୍ଥା। ତଳ ଶ୍ରେଣୀରେ ପଢୁଥିବା ପିଲାମାନେ ବି କମ୍‌ ଚାପରେ ନାହାନ୍ତିି। ସକାଳୁ ଉଠି ମୁହଁ ଧୋଇବା ମାତ୍ରେ ବାପାମାଆ ଦେଉଛନ୍ତି ମୋବାଇଲ ଏବଂ ଅନ୍‌ଲାଇନ କ୍ଲାସରେ ଯୋଗଦେବାକୁ ତାଗିଦ୍‌। ଆଖିରୁ ନିଦ ଛାଡ଼ି ନ ଥିବା ପିଲାଟି ମୋବାଇଲରେ ମୁହଁ ମାଡି ଆରମ୍ଭ କରିବ ପାଠପଢ଼ା। ସେଥିରେ ବି ନାନା ବ୍ୟତିକ୍ରମ। କେତେବେଳେ ଲିଙ୍କ୍‌ ରହୁଥିବ ତ କେତେବେଳେ କଟିଯାଉଥିବ। ଲିଙ୍କ୍‌ ଥିଲେ ବି ଯୋଗଦେଇଥିବା ଅନେକ ପିଲା ନିଜର ଭିଡିଓ ଓ ଅଡିଓକୁ ବନ୍ଦ ନ କରିବା କାରଣରୁ କୋଳାହଳ ବଢୁଥିବ। ବିଚରା ପିଲାଟି ସେପଟୁ ଶିକ୍ଷକଙ୍କୁ ଦେଖୁଥିବ। କିନ୍ତୁ ଭଲରେ ଶୁଣିପାରୁ ନ ଥିବ। ତା’ପରେ ଆସିବ କିଛି ଭିଡିଓ। ତାକୁ ଦେଖି ସାରିଥିବ କି ନା ପଛକୁ ପଛ ଆସିଯାଇଥିବ ମେଞ୍ଚାଏ ଗୃହକାର୍ଯ୍ୟ। ସେସବୁକୁ ସାରୁ ସାରୁ ମଧ୍ୟାହ୍ନ ଟପିଯିବ। ଖାଇବା ପିଇବାରେ ଆଉ ମନ ନ ଥିବ। ଏସବୁ ସରିଲେ ପିଲାଙ୍କ ଆଉ ଗୋଟେ ଅଭ୍ୟାସ ଏବେ ଅଭିଭାବକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଚାରିକାନ୍ଥ ଭିତରେ ଆବଦ୍ଧ ଥିବା ପିଲାଟି ନିଜକୁ ଟିକେ ହାଲକା କରିବା ପାଇଁ ପୁଣି ସେଇ ମୋବାଇଲ ଭିତରେ ପଶି ଯିବାକୁ ଆଗ୍ରହ ଦେଖାଉଛି। ବିଭିନ୍ନ ଗେମ୍‌ ଭିତରେ ଏକ ନିଶାଖୋର ମଣିଷଟି ଭଳି ଘଣ୍ଟା ଘଣ୍ଟା ସମୟ ଦେଉଛି। ବିଚରା ଅଭିଭାବକ ସବୁ ଦେଖୁଛି, ଜାଣୁଛି, ଅଥଚ କିଛି ବି ଆକଟ କରିପାରୁନି। କାରଣ ସେଇ ଘର ଭିତରେ ରହୁଥିବା ପିଲାଟି ପାଇଁ ବିକଳ୍ପ ମନୋରଞ୍ଜନର ଖୋରାକ କିଛି ଆଉ ନାହିଁ। ଟିଭିରେ କାର୍ଟୁନ ଦେଖିବ ନ ହେଲେ ମୋବାଇଲରେ ୟୁ ଟ୍ୟୁବ୍‌ କିମ୍ବା ଭିଡିଓ ଗେମ୍‌ ଖେଳିବ। ଗପ ବହି ପଢିବାକୁ ଆଉ ପିଲାଙ୍କ ଆଗ୍ରହ କାହିଁ। କରୋନା ପାଇଁ ପ୍ରତ୍ୟକ୍ଷ ଶିକ୍ଷାଦାନ ବାଧାପ୍ରାପ୍ତ ହେତୁ ପିଲାଙ୍କ ମାନସିକତା ବଦଳିଛି। ହାତରେ ଥିବା ମୋବାଇଲଟି ତା’ର ଆଖି ଉପରେ ପ୍ରଭାବ ପକାଇବା ସହ ସୃଜନଶୀଳତାକୁ ନଷ୍ଟ କରୁଛି। ଥିଲାବାଲା ଘରର ଇଏ ଚିତ୍ର। ଗରିବ ପରିବାରର ଚିତ୍ର ଆହୁରି କରୁଣ। ନ ଥିଲା ବାଲା ପରିବାର ତା’ର ପିଲାକୁ ଅନ୍‌ଲାଇନ କ୍ଲାସ ଲାଗି ମୋବାଇଲ ଦେବା ଦୂରର କଥା ମୁଠେ ଭଲ କରି ଖାଇବାକୁ ଦେବା ପାଇଁ ସଂଘର୍ଷ କରୁଛି। କରୋନାଜନିତ ପରିସ୍ଥିତିରେ ଉଜୁଡି ଯାଇଛି ବେଉସା। ରୋଜଗାର ବନ୍ଦ। ଯାହା ସବୁ ସଞ୍ଚୟ ଥିଲା ସରି ସରି ଆସୁଛି। ଅନେକେ ନିଜର ପୂର୍ବ ରୋଜଗାର ଛାଡି ଅନ୍ୟ ରୋଜଗାର ପାଇଁ ମାଧ୍ୟମ ବଦଳେଇଛନ୍ତି। ଅଥଚ ତାହା ଆୟ ପାଇଁ ଯଥେଷ୍ଟ ନୁହଁ। ପରିବାରର ଏଇ ସ୍ଥିତି ହେତୁ ଗାଁ ଗହଳିରେ କିଶୋର କିଶୋରୀମାନେ ପାଠକୁ ଏଡେଇ ବଞ୍ଚିବାର ମୋହରେ ଆୟ ଲାଗି ନିଜେ ଖଟିବାକୁ ଯାଉଛନ୍ତି। ନିକଟରେ ୟୁନେସ୍କୋର ତଥ୍ୟକୁ ଆଧାର କରି ସେଭ୍‌ ଦି ଚିଲଡ୍ରେନ ନାମକ ଶିଶୁ ମଙ୍ଗଳ ସଂସ୍ଥା ପକ୍ଷରୁ କୁହାଯାଇଛି ବିଦ୍ୟାଳୟ କେବେ ଖୋଲିବ ଏବଂ ଆଗାମୀ ଶିକ୍ଷାଦାନ ବ୍ୟବସ୍ଥାର ଠିକ୍‌ ରୂପରେଖ କ’ଣ ହେବ ସ୍ଥିରୀକୃତ ହୋଇପାରୁନି। ସେପଟେ ବିଶ୍ୱବ୍ୟାପୀ ୧୬୦ କୋଟି ପିଲାଙ୍କ ସ୍କୁଲ ଓ କଲେଜ ଯିବା ବନ୍ଦ କରିଦିଆଯାଇଛି। ସେହିପରି କୋଭିଡ୍‌ଜନିତ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବିଶ୍ୱବ୍ୟାପୀ ପ୍ରାୟ ୧୨ କୋଟି ପିଲା ଅଭାବ ମଧ୍ୟକୁ ଟାଣି ହୋଇଯାଇଛନ୍ତି। ଘରର ବୋଝ କମାଇବା ପାଇଁ ପ୍ରାୟ ୯୭ଲକ୍ଷ ଛାତ୍ରୀଛାତ୍ର ସ୍ଥାୟୀ ଭାବେ ଆଉ ବିଦ୍ୟାଳୟକୁ ଫେରିବାର ସମ୍ଭାବନା ନାହିଁ। ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତା ବଢେଇଛି। ଘରେ ଥିବା ଶିଶୁଟିର ମାନସିକ ଚାପ ବୃଦ୍ଧି ପାଇଛି। ଅଭିଭାବକ କିଛି କହିଲେ ପିଲାଙ୍କ ଭିତରେ ପ୍ରତିକ୍ରିୟା ସୃଷ୍ଟି ହେଉଛି। ଚିଡିଚିଡା ହେଉଛି ସେ। ଶାନ୍ତଶିଷ୍ଟ ପିଲାଟି ବି ତୁରନ୍ତ ପ୍ରତିକ୍ରିୟାଶୀଳ ହୋଇ ଉଠୁଛି। ଅନେକ ମଧ୍ୟବିତ୍ତ ପରିବାରର ବାପାମାଆ ଏଇ ପରିସ୍ଥିତିରେ ପେଟପାଟଣା ଚିନ୍ତାରେ ପିଲାଙ୍କୁ ବିଶେଷ ସମୟ ଦେଇପାରୁ ନାହାନ୍ତି। ପିଲାଙ୍କ ମାନସିକ ସ୍ଥିତିକୁ ବୁଝିବା ଓ ସେଇ ଅନୁସାରେ କାମ କରିବା ଲାଗି ଘରେ କାହା ପାଖରେ ସମୟ ନାହିଁ। କାରଣ ବଡମାନେ ବି ନିଜ ବୃତ୍ତି ଓ ପ୍ରବୃତ୍ତିଜନିତ ସମସ୍ୟାକୁ ନେଇ ମାନସିକ ଚାପରେ ରହୁଛନ୍ତି। ପିତାମାତା ଚାହୁଁଛନ୍ତି ତାଙ୍କ ପିଲା ଘରୁ ନ ବାହାରୁ ଓ କରୋନାରେ ସଂକ୍ରମିତ ନ ହେଉ। ଅଥଚ ପ୍ରାୟତଃ ସମସ୍ତେ ଅନ୍ୟଦିଗକୁ ଭୁଲିଯାଉଛନ୍ତି ବିଦ୍ୟାଳୟରେ ସାଙ୍ଗସାଥୀ ମେଳରେ ନିଜକୁ ହଜାଇ ମସ୍ତିରେ ଆନନ୍ଦ ପାଉଥିବା ପିଲାଟି ବାସ୍ତବରେ ଘରେ ତା’ର ବିକଳ୍ପ କ’ଣ ପାଇଛି! ସମସ୍ତ ବ୍ୟସ୍ତତା ଭିତରେ ଅଭିଭାବକମାନେ ପ୍ରତି ମୁହୂର୍ତ୍ତରେ ନିଜକୁ ପ୍ରଶ୍ନ କରିବା ଆବଶ୍ୟକ, ଆଉ ପିଲାଙ୍କୁ ପୂର୍ବାପେକ୍ଷା ଯଥେଷ୍ଟ ସମୟ ଦେବା ଆବଶ୍ୟକ। ନ ହେଲେ ହୁଏତ ଆଗାମୀ ପିଢି ପାଇଁ ଏକ ଭିନ୍ନ ମାନସିକତାର ପିଲାଙ୍କୁ ତିଆରି କରିବା। ଯେଉଁଠି ପିଲା ତ ଥିବେ, ଶୈଶବ କିନ୍ତୁ ହଜିଯାଇଥିବ!
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା,
ମୋ-୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?