ଏଇ ଭାରତରେ

ଇଚ୍ଛାଶକ୍ତି ଆଗରେ ସବୁକିଛି ହାର୍‌ମାନେ ଯାହା ପ୍ରମାଣ କରିଛନ୍ତି ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଉତ୍ତରାଖଣ୍ଡର କବିତା ବିଷ୍ଟ୍‌। ୧୯ ବର୍ଷ ବୟସରେ ଏସିଡ୍‌ ଆକ୍ରମଣରେ ସେ ତାଙ୍କ ଦୃଷ୍ଟିଶକ୍ତି ହରାଇଥିତ୍ଲେ। ପରେ ସେ ସୁସ୍ଥ ହୋଇ ୮୨ ଜଣ ଦିବ୍ୟାଙ୍ଗ ଶିଶୁଙ୍କ ସାହାରା ପାଲଟିଯାଇଛନ୍ତି। ଜଣେ ପରାମର୍ଶଦାତା ତଥା ଶିକ୍ଷକ ଭାବେ ମହିଳା ସଶକ୍ତୀକରଣ ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ଆମ୍ବାସାଡର ଭାବେ କାର୍ଯ୍ୟ କରୁଥିତ୍ତ୍ବା ୩୧ ବର୍ଷୀୟା କବିତା ବହୁ ଘାତ ପ୍ରତିଘାତ ମଧ୍ୟରେ ଆଗକୁ ବଢ଼ିଛନ୍ତି। ଘରର ଆର୍ଥିକ ଅବସ୍ଥା ଖରାପ ହେବା ପରେ ସେ ୨୦୦୭ରେ ରୋଜଗାର ଲାଗି ଉତ୍ତରପ୍ରଦେଶର ନୋଇଡାକୁ ଚାଲିଯାଇଥିଲେ। ସେଠାରେ ୨୦୦୮ରେ ସେ ଏସିଡ ଆକ୍ରମଣରେ ତାଙ୍କ ଦୃଷ୍ଟି ଶକ୍ତି ହରାଇଥିଲେ। ସୁସ୍ଥ ହୋଇ କବିତା ଡେରାଡୁନସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭିଜୁଆଲ ହ୍ୟାଣ୍ଡିକ୍ୟାପ୍‌ଡରେ ପ୍ରଶିକ୍ଷଣ ନେବା ପରେ୨୦୧୭ରେ ନୈନିତାଲର ରାମନଗରରେ ସନ୍ଦୀପ ରାଓ୍ବତଙ୍କ ଦ୍ୱାରା ସ୍ଥାପିତ ୟୁ.ଏସ୍‌.ଆର.ଇନ୍ଦୁ ସମିତିି ସ୍କୁଲରେ ପିଲାମାନଙ୍କୁ ପଢ଼ାଇବା ଆରମ୍ଭ କରିଥିତ୍ଲେ। ଏବେ ତାଙ୍କ ଉଦ୍ୟମରେ ୮୨ ଜଣ ପିଲା ଏହି ସ୍କୁଲ୍‌ରେ ପଢୁଛନ୍ତି। କେବଳ ଏହି କାର୍ଯ୍ୟ ନୁହେଁ କବିତା ମଧ୍ୟ ମହିଳାମାନଙ୍କୁ ହସ୍ତକଳା ପ୍ରଶିକ୍ଷଣ ଦେଉଛନ୍ତି। ଏଥିପାଇଁ ଉତ୍ତରାଖଣ୍ଡ ସରକାର ତାଙ୍କୁ ସମ୍ମାନିତ କରିଛନ୍ତି। ଗୁଜରାଟରେ ଆଯୋଜିତ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମରେ ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri