ଏଇ ଭାରତରେ

ସେବା କରିବାର ନିଷ୍ଠା ସମ୍ମୁଖରେ ଅର୍ଥର ମୂଲ୍ୟ କିଛି ନୁହେଁ, ଯାହା ପ୍ରମାଣ କରିଛନ୍ତି ଶଶାଙ୍କ ମୋଧିଆ। ସେ ଆମେରିକାର ଇଣ୍ଟରନ୍ୟାଶନାଲ ହେଲ୍‌ଥକେୟାର କମ୍ପାନୀ ବକ୍ସର ଇଣ୍ଟରନ୍ୟାଶନାଲରେ ଚାକିରି କରିଥିଲେ। ଏହାକୁ ଛାଡ଼ି ସେ ଏବେ ଗ୍ରାମାଞ୍ଚଳରେ ରୋଗୀ ସେବାରେ ଲାଗିଛନ୍ତି। କିଡ୍‌ନୀ ଡାଏଲିସିସ କରୁଛନ୍ତି ଓ ତାହା ପୁଣି ଅଧା ଦାମ୍‌ରେ। କିଡ୍‌ନୀ ରୋଗୀମାନଙ୍କୁ ଚିକିତ୍ସା ଯୋଗାଇ ଦେବା ଲାଗି ସେ ୨୦୧୯ରେ ଦି ରିନାଲ ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ମୁଖ୍ୟତଃ ଦ୍ୱିତୀୟ ଏବଂ ତୃତୀୟ ସ୍ତରରେ ଥିବା କିଡ୍‌ନୀ ରୋଗୀଙ୍କ ପାଇଁ ଏହି ସେବା ଉପଲବ୍ଧ ହେଉଛି। ଲକ୍‌ଡାଉନ ସମୟରେ ଡାଏଲିସିସ ପାଇଁ ସମସ୍ୟାରେ ଥିବା ରୋଗୀମାନଙ୍କ ଲାଗି ସେ ଦେବଦୂତ ସାଜିଥିଲେ । ୩୯ ବର୍ଷୀୟ ଶଶାଙ୍କ ୟୁନିଭର୍ସିଟି ଅଫ ଟେକ୍ସାସରେ ବାୟୋମେଡିକାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ସେଠାରେ ବକ୍ସର ଇଣ୍ଟରନ୍ୟାଶନାଲରେ କାର୍ଯ୍ୟ କରୁଥିଲେ। ଏବେ କିଡ୍‌ନୀ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେମାନଙ୍କୁ ସେବା ଯୋଗାଇ ଦେବାରେ ଆର୍ଥିକ ସମସ୍ୟା ଉପୁଜିଥିଲେ ବି ସେ ରୋଗୀମାନଙ୍କଠାରୁ ଗ୍ରହଣ କରୁଥିବା ଅଧା ଫି’ରେ ସବୁ ଖର୍ଚ୍ଚ ତୁଲାଉଛନ୍ତି। ଶଶାଙ୍କଙ୍କୁ ନେଫ୍ରୋଲୋଜିଷ୍ଟ ଡା. ଧନଞ୍ଜୟ ଓକଲ୍‌କର ସହଯୋଗ କରୁଛନ୍ତି। ପ୍ରାୟ ୫୦% ରୋଗୀ ମୁମ୍ବାଇଠାରୁ ୧୦୦କି.ମି. ଦୂରରେ ରହିଛନ୍ତି। ସେମାନଙ୍କୁ ବି ସେ ନିୟମିତ ସେବା ଯୋଗାଇ ଆସୁଛନ୍ତି। କେବଳ ମୁମ୍ବାଇର ଆଖପାଖ ଗ୍ରାମାଞ୍ଚଳ ନୁହେଁ, ବରଂ ଠାଣେ, ପୁଣେ, ନାସିକ, ନାଗପୁରର ସହରତଳି ଅଞ୍ଚଳର ରୋଗୀମାନେ ତାଙ୍କ ଦ୍ୱାରା ଉପକୃତ ହେଉଛନ୍ତି। ଏବେ ୨୦ଟି କେନ୍ଦ୍ରରେ ଶତାଧିକ ରୋଗୀଙ୍କ ଡାଏଲିସିସ କରାଯାଉଥିବାବେଳେ ଆଗକୁ ୧୦୦୦ କେନ୍ଦ୍ରରେ ୧୦,୦୦୦ ରୋଗୀଙ୍କ ପାଇଁ ଉକ୍ତ ସେବା ଉପଲବ୍ଧ କରାଇବାର ଯୋଜନା ରଖିଛନ୍ତି ଶଶାଙ୍କ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri