ଏଇ ଭାରତରେ

ଗୁଆହାଟି ଆଇଆଇଟି ଗବେଷକମାନେ ଏକ ପ୍ରକାର ବର୍ନର ବିକାଶ କରିଛନ୍ତି, ଯାହା ଇନ୍ଧନ ବାବଦରେ ଖର୍ଚ୍ଚ ୪୦ ପ୍ରତିଶତ କମାଇପାରୁଛି। ଏହି ବର୍ନରର ନାମ ରଖାଯାଇଛି ପୋରୋସ ରାଡିଆଣ୍ଟ ବର୍ନର (ପିଆରବି)। ଏହା ଏଲ୍‌ପିଜି, ବୟୋଗ୍ୟାସ୍‌ ଏବଂ କିରୋସିନ ଭଳି ଇନ୍ଧନ କ୍ଷେତ୍ରରେ ସମ୍ପୂର୍ଣ୍ଣ ଉପଯୋଗୀକ୍ଷମ। ଏହାକୁ ବ୍ୟବସାୟିକ ତଥା ଘରୋଇ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ। ଗୁଆହାଟି ଆଇଆଇଟିର ପ୍ରାଧ୍ୟାପକ ପି. ମୁଥୁକୁମାର ଓ ତାଙ୍କ ସାଥୀ ଗବେଷକମାନଙ୍କ ଦ୍ୱାରା ଏହି ବର୍ନର ପ୍ରସ୍ତୁତ କରାଯାଇଛି। ଏଥିରୁ ବିଷାକ୍ତ କାର୍ବନ ମନୋକ୍ସାଇଡ ଏବଂ ନାଇଟ୍ରୋଜେନ ଡାଇଅକ୍ସାଇଡ ଗ୍ୟାସ୍‌ ନିର୍ଗମନ ବି ହ୍ରାସ ପାଉଛି। ଏହି ବର୍ନର ତିଆରି କରିବାରେ ଆଲୁମିଲିୟମ ଏବଂ ସିଲିକନ ବ୍ୟବହାର କରାଯାଇଛି, ଯାହା ଅତ୍ୟଧିକ ଉତ୍ତାପ ସହନ କରିପାରିବ। ଏଥିରେ ଖୁବ୍‌ଶୀଘ୍ର ରୋଷେଇ ହେଉଛି । ପାରମ୍ପରିକ ବର୍ନରଠାରୁ ୩୦ ପ୍ରତିଶତ ସମୟ ବଞ୍ଚାଯାଇପାରିବ ବୋଲି କହନ୍ତି ମୁଥୁ କୁମାର। ଏହି ବର୍ନରକୁ ପରୀକ୍ଷାଗାର ଏବଂ ରୋଷେଇ ଘରେ ବି ପରୀକ୍ଷା କରାଯାଇଛି। ଏହା ଭାରତ ସରକାରଙ୍କ ବିଆଇଏସ୍‌ ଷ୍ଟାଣ୍ଡାର୍ଡର ସର୍ତ୍ତ ବି ପୂରଣ କରିପାରିଛି। ଏହି ବର୍ନର ତିଆରି କରି ବିକ୍ରି କରିବା ଲାଗି ବୈଜ୍ଞାନିକମାନେ ଏକ କମ୍ପାନୀ ସହ ଚୁକ୍ତି ସ୍ବାକ୍ଷର କରିଛନ୍ତି । ଏଣୁ ଖୁବ୍‌ଶୀଘ୍ର ଏହା ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri