ଏଇ ଭାରତରେ

ରାସ୍ତାରେ ଯିବା ସମୟରେ ଛକ ବଜାରରେ ଆମେ ଅସହାୟ ପିଲାମାନଙ୍କୁ ଦେଖି ଚାଲିଯାଉ। କିନ୍ତୁ ବାରାଣସୀର ଦମ୍ପତି ଆଶିଷ ଓ ପୂଜା ସିଂଙ୍କର ସେମାନଙ୍କ ପ୍ରତି ଚିନ୍ତାଧାରା ଭିନ୍ନ ରହିଛି। ଆଶିଷ ଜଣେ ଡାକ୍ତର ଓ ତାଙ୍କ ବୟସ ୪୩। ସେ ଓ ତାଙ୍କ ସ୍ତ୍ରୀ୍‌ ଦୀର୍ଘ ୨୦ ବର୍ଷ ହେବ ବାରାଣସୀର ବିଭିନ୍ନ ସ୍ଥାନରୁ ନିଶାସକ୍ତ ଅସହାୟ ପିଲାମାନଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ଲାଗିଛନ୍ତି। ଏଯାବତ ଦୁହେଁ ଏଭଳି ୫୦ ଜଣ ପିଲାଙ୍କୁ ଉଦ୍ଧାର କରିସାରିଛନ୍ତି। ପ୍ରଥମେ ୨୦୦୨ରେ ସେମାନେ ବାରାଣସୀ ରେଲଓ୍ବେ ଷ୍ଟେଶନ ନିକଟରୁ ୩ ଜଣ ପିଲାଙ୍କୁ ଉଦ୍ଧାର କରି ନିଜ ଘରେ ରଖିଥିଲେ। ପିଲାମାନଙ୍କୁ ଉଦ୍ଧାର କରିବାରେ ଦମ୍ପତିଙ୍କୁ ବିଭିନ୍ନ ଅଞ୍ଚଳର ଥାନା ମଧ୍ୟ ସହଯୋଗ କରୁଛି। ପରେ ସେ ୨୦ ଜଣ ପିଲାଙ୍କୁ ନିଜ ଘରେ ରଖି ‘କୁମ୍ଭ’ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ସେମାନଙ୍କ ସେବା କରିଥିତ୍ଲେ। ସେମାନଙ୍କ ନିଶାଭ୍ୟାସ ଛଡ଼ାଇବା ସହ ଶିକ୍ଷାପ୍ରଦାନ କରିବାର ବ୍ୟବସ୍ଥା କରିଥିଲେ। ୨୦୦୯ରେ ସେମାନେ ୩ ଏକର ଜମିରେ କୁମ୍ଭ ଗ୍ରାମ ନିର୍ମାଣ କରି ସେଠାରେ ଏବେ ୫୦ ଜଣ ପିଲାଙ୍କୁ ଥଇଥାନ କରିଛନ୍ତି। ଜମି ଓ ଘର ପାଇଁ ତାଙ୍କୁ ଦେଶ ବିଦେଶରୁ ଅନୁଦାନ ମିଳୁଛି। ପ୍ରଥମେ ଯେଉଁ ଘରେ ପିଲାମାନଙ୍କୁ ସେମାନେ ଥଇଥାନ କରିଥିଲେ ସେଠାରେ ଆଶିଷ ରୋଗୀ ଚିକିତ୍ସା କରୁଛନ୍ତି । କୁମ୍ଭ ଗ୍ରାମରେ ସେମାନେ ମହିଳାଙ୍କୁ ସିଲାଇ, ଧୂପକାଠି ତିଆରି, ମାଟିପାତ୍ର ଗଢା ସହ ସ୍ବାବଲମ୍ବୀ ହେବା ଭଳି ଅନ୍ୟସବୁ କାର୍ଯ୍ୟ ଉପରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri