ଏଇ ଭାରତରେ

ରାସ୍ତାରେ ଯିବା ସମୟରେ ଛକ ବଜାରରେ ଆମେ ଅସହାୟ ପିଲାମାନଙ୍କୁ ଦେଖି ଚାଲିଯାଉ। କିନ୍ତୁ ବାରାଣସୀର ଦମ୍ପତି ଆଶିଷ ଓ ପୂଜା ସିଂଙ୍କର ସେମାନଙ୍କ ପ୍ରତି ଚିନ୍ତାଧାରା ଭିନ୍ନ ରହିଛି। ଆଶିଷ ଜଣେ ଡାକ୍ତର ଓ ତାଙ୍କ ବୟସ ୪୩। ସେ ଓ ତାଙ୍କ ସ୍ତ୍ରୀ୍‌ ଦୀର୍ଘ ୨୦ ବର୍ଷ ହେବ ବାରାଣସୀର ବିଭିନ୍ନ ସ୍ଥାନରୁ ନିଶାସକ୍ତ ଅସହାୟ ପିଲାମାନଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ଲାଗିଛନ୍ତି। ଏଯାବତ ଦୁହେଁ ଏଭଳି ୫୦ ଜଣ ପିଲାଙ୍କୁ ଉଦ୍ଧାର କରିସାରିଛନ୍ତି। ପ୍ରଥମେ ୨୦୦୨ରେ ସେମାନେ ବାରାଣସୀ ରେଲଓ୍ବେ ଷ୍ଟେଶନ ନିକଟରୁ ୩ ଜଣ ପିଲାଙ୍କୁ ଉଦ୍ଧାର କରି ନିଜ ଘରେ ରଖିଥିଲେ। ପିଲାମାନଙ୍କୁ ଉଦ୍ଧାର କରିବାରେ ଦମ୍ପତିଙ୍କୁ ବିଭିନ୍ନ ଅଞ୍ଚଳର ଥାନା ମଧ୍ୟ ସହଯୋଗ କରୁଛି। ପରେ ସେ ୨୦ ଜଣ ପିଲାଙ୍କୁ ନିଜ ଘରେ ରଖି ‘କୁମ୍ଭ’ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ସେମାନଙ୍କ ସେବା କରିଥିତ୍ଲେ। ସେମାନଙ୍କ ନିଶାଭ୍ୟାସ ଛଡ଼ାଇବା ସହ ଶିକ୍ଷାପ୍ରଦାନ କରିବାର ବ୍ୟବସ୍ଥା କରିଥିଲେ। ୨୦୦୯ରେ ସେମାନେ ୩ ଏକର ଜମିରେ କୁମ୍ଭ ଗ୍ରାମ ନିର୍ମାଣ କରି ସେଠାରେ ଏବେ ୫୦ ଜଣ ପିଲାଙ୍କୁ ଥଇଥାନ କରିଛନ୍ତି। ଜମି ଓ ଘର ପାଇଁ ତାଙ୍କୁ ଦେଶ ବିଦେଶରୁ ଅନୁଦାନ ମିଳୁଛି। ପ୍ରଥମେ ଯେଉଁ ଘରେ ପିଲାମାନଙ୍କୁ ସେମାନେ ଥଇଥାନ କରିଥିଲେ ସେଠାରେ ଆଶିଷ ରୋଗୀ ଚିକିତ୍ସା କରୁଛନ୍ତି । କୁମ୍ଭ ଗ୍ରାମରେ ସେମାନେ ମହିଳାଙ୍କୁ ସିଲାଇ, ଧୂପକାଠି ତିଆରି, ମାଟିପାତ୍ର ଗଢା ସହ ସ୍ବାବଲମ୍ବୀ ହେବା ଭଳି ଅନ୍ୟସବୁ କାର୍ଯ୍ୟ ଉପରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟ ଆଖିରେ ବଞ୍ଚିବା

ଡ. ସୁବାସ ଚନ୍ଦ୍ର ପାତ୍ର ମଣିଷ ନିଜ ଆଖିରେ ଦେଖେ, କିନ୍ତୁ ଅନ୍ୟ ଆଖିରେ ବଞ୍ଚେ। ନିଜ ଆଖିରେ ସେ ତା’ର ଦୈହିକ ପ୍ରତିଫଳନ ଦେଖିପାରେ,...

ନ୍ୟାୟପାଳିକାକୁ କରାୟତ୍ତ କରିବାର ଷଡ଼ଯନ୍ତ୍ର

କେଦାର ମିଶ୍ର ଗତ ୬ ଜାନୁୟାରୀରେ ଭାରତର ଆଇନ ମନ୍ତ୍ରୀ କିରଣ ରିଜିଜୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଦାବି କରିଛନ୍ତି ଯେ, ଦେଶର...

ପଶୁତ୍ୱର ଆକ୍ରମଣ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ   ମଣିଷ ମୂଳତଃ ଗୋଟିଏ ପଶୁ ଏବଂ ପ୍ରକୃତିଗତ ଭାବରେ ଆହାର-ନିଦ୍ରା-ଭୟ-ମୈଥୁନର ଆଦିମ ସମ୍ବେଗ ଅନ୍ୟାନ୍ୟ ପଶୁ ଭଳି ତାହାର ଜୀବନକୁ ମଧ୍ୟ...

କୃଷି ଓ କୃଷକକୁ ମୁକ୍ତ କର

ନଟବର ଖୁଣ୍ଟିଆ କରୋନା ଭୂତାଣୁ ଚାଇନାର ଉହାନ ସହରରୁ ଗତବର୍ଷ ଡିସେମ୍ବରରେ ଜନ୍ମନେଇ ଆଜି ସାରା ବିଶ୍ୱରେ ତା’ର କାୟାବିସ୍ତାର କରି ବିଶ୍ୱରେ କୋକୁଆ ଭୟ...

ଟାଇମ୍‌ ବ୍ୟାଙ୍କ

ଡ. ମୌସୁମୀ ପରିଡ଼ା ‘ଟାଇମ୍‌ ବ୍ୟାଙ୍କ୍‌’ ଯୋଜନାରେ ସମୟକୁ ଜମା ରଖି ଆବଶ୍ୟକବେଳେ ସେହି ନିର୍ଦ୍ଦିଷ୍ଟ ସମୟକୁ ନିଜ ପାଇଁ ବିନିଯୋଗ କରାଯାଇପାରେ। ଏହି ଯୋଜନା...

ଏଇ ଭାରତରେ

ବୟସ ୧୭, କିନ୍ତୁ ବିଚାର ଅତି ଉଚ୍ଚ। ଏମିତି ଜଣେ ଝିଅ ହେଉଛନ୍ତି ହରିୟାଣାର ଦୌଲତପୁର ଗାଁ ନିବାସୀ ଅଞ୍ଜୁ ବର୍ମା। ସେ ତାଙ୍କ ପିତା...

ଏଇ ଭାରତରେ

ବର୍ଜ୍ୟର ପୁନଃ ଉପଯୋଗ କରି କୃଷି ସମସ୍ୟା ଦୂର କରିବାରେ ରାଜସ୍ଥାନର ନାରାୟଣ ଗୁଜ୍ଜର ଓ ପୁରନ ସିଂଙ୍କ ପ୍ରୟାସ ନିଶ୍ଚିତ ନିଆରା। ବୋରଜ ଗାଁର...

ଖରାପ ଖବରବେଳେ ଲୁଚୁଛନ୍ତି

୨୦୦୪ରେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲାବେଳେ ପଣ୍ୟଦ୍ରବ୍ୟ ରପ୍ତାନି ଥିଲା ୬୩ ବିଲିୟନ ଡଲାର(ଆମେରିକୀୟ)। ୨୦୧୪ରେ ସିଂ ଦାୟିତ୍ୱ ଛାଡ଼ିବାବେଳେ ଭାରତର ଉକ୍ତ...

Advertisement
Archives

Model This Week