ଏଇ ଭାରତରେ

ମାତ୍ର ୧ ଟଙ୍କା ନେଇ ପିଲାମାନଙ୍କୁ ପଢ଼ାଉଛନ୍ତି ବିହାରର ଶିକ୍ଷକ ଲୋକେଶ ଶରନ। ସେତିକି ନୁହେଁ ସେ ବାହାରକୁ ଗଲାବେଳେ ସାଙ୍ଗରେ ଚକ୍‌, ଡଷ୍ଟର ଏବଂ କଲମ ନେଉଛନ୍ତି ଓ ଯେଉଁଠି ପିଲାମାନଙ୍କୁ ପଢୁଥିବାର ଦେଖନ୍ତି ସେଠାରେ ସେ ସେମାନଙ୍କୁ ପଢାରେ ସାହାଯ୍ୟ କରୁଛନ୍ତି। ଲୋକେଶଙ୍କ ଗାଁରେ ତାଙ୍କ ବାପାଙ୍କ ଦ୍ୱାରା ସ୍ଥାପିତ ବାଲ୍‌ ସୈନିକ ବିଦ୍ୟାଳୟରେ ସେ ପଢାଉଥିଲେ। ୧୯୮୮ରେ ସେ ବିଏଡ୍‌ ଡିଗ୍ରୀ ହାସଲ କରିଥିଲେ। କିନ୍ତୁ ୨୦୧୩ରେ ଏହି ସ୍କୁଲ ବନ୍ଦ ହୋଇଯିବା ପରେ ପିଲାମାନେ ପାଖ ଗାଁକୁ ପଢିବାକୁ ଗଲେ। ସେବେଠାରୁ ସେ ତାଙ୍କ ଘର ବାରଣ୍ଡାରେ ଏଭଳି ଉପାୟରେ ୪୦ ଜଣ ପିଲାଙ୍କୁ ପଢ଼ାଇବାରେ ଲାଗିଛନ୍ତି। ପ୍ରତିଦିନ ସ୍କୁଲ ପୂର୍ବରୁ ଓ ପରେ ହିଁ ପିଲାମାନଙ୍କୁ ପଢ଼ାନ୍ତି। ଲୋକେଶଙ୍କ ବୟସ ୬୧। ପିଲାମାନଙ୍କୁ ପଢାଇବା ସହ ସେହି ଅଞ୍ଚଳର କେଉଁ ସ୍କୁଲରେ କ’ଣ ଅସୁବିଧା ରହିଛି ସେ ସମ୍ପର୍କରେ ଅନୁଧ୍ୟାନ କରି ସ୍ଥାନୀୟ ପ୍ରଶାସନକୁ ଅବଗତ କରୁଛନ୍ତି। ସେ ୧୯୯୧ରୁ ୨୦୧୩ ଯାଏ ଦିନରେ ପିଲାମାନଙ୍କୁ ପଢାଇ ରାତିରେ ଏକ ଖବରକାଗଜରେ ମଧ୍ୟ ସାମ୍ବାଦିକତା କରୁଥିତ୍ଲେ। କିନ୍ତୁ ଏବେ ସାମ୍ବାଦିକତା ଛାଡି ସବୁ ସମୟ ପିଲାମାନଙ୍କ ପାଇଁ ଦେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri