ଏଇ ଭାରତରେ

ମାତ୍ର ୧ ଟଙ୍କା ନେଇ ପିଲାମାନଙ୍କୁ ପଢ଼ାଉଛନ୍ତି ବିହାରର ଶିକ୍ଷକ ଲୋକେଶ ଶରନ। ସେତିକି ନୁହେଁ ସେ ବାହାରକୁ ଗଲାବେଳେ ସାଙ୍ଗରେ ଚକ୍‌, ଡଷ୍ଟର ଏବଂ କଲମ ନେଉଛନ୍ତି ଓ ଯେଉଁଠି ପିଲାମାନଙ୍କୁ ପଢୁଥିବାର ଦେଖନ୍ତି ସେଠାରେ ସେ ସେମାନଙ୍କୁ ପଢାରେ ସାହାଯ୍ୟ କରୁଛନ୍ତି। ଲୋକେଶଙ୍କ ଗାଁରେ ତାଙ୍କ ବାପାଙ୍କ ଦ୍ୱାରା ସ୍ଥାପିତ ବାଲ୍‌ ସୈନିକ ବିଦ୍ୟାଳୟରେ ସେ ପଢାଉଥିଲେ। ୧୯୮୮ରେ ସେ ବିଏଡ୍‌ ଡିଗ୍ରୀ ହାସଲ କରିଥିଲେ। କିନ୍ତୁ ୨୦୧୩ରେ ଏହି ସ୍କୁଲ ବନ୍ଦ ହୋଇଯିବା ପରେ ପିଲାମାନେ ପାଖ ଗାଁକୁ ପଢିବାକୁ ଗଲେ। ସେବେଠାରୁ ସେ ତାଙ୍କ ଘର ବାରଣ୍ଡାରେ ଏଭଳି ଉପାୟରେ ୪୦ ଜଣ ପିଲାଙ୍କୁ ପଢ଼ାଇବାରେ ଲାଗିଛନ୍ତି। ପ୍ରତିଦିନ ସ୍କୁଲ ପୂର୍ବରୁ ଓ ପରେ ହିଁ ପିଲାମାନଙ୍କୁ ପଢ଼ାନ୍ତି। ଲୋକେଶଙ୍କ ବୟସ ୬୧। ପିଲାମାନଙ୍କୁ ପଢାଇବା ସହ ସେହି ଅଞ୍ଚଳର କେଉଁ ସ୍କୁଲରେ କ’ଣ ଅସୁବିଧା ରହିଛି ସେ ସମ୍ପର୍କରେ ଅନୁଧ୍ୟାନ କରି ସ୍ଥାନୀୟ ପ୍ରଶାସନକୁ ଅବଗତ କରୁଛନ୍ତି। ସେ ୧୯୯୧ରୁ ୨୦୧୩ ଯାଏ ଦିନରେ ପିଲାମାନଙ୍କୁ ପଢାଇ ରାତିରେ ଏକ ଖବରକାଗଜରେ ମଧ୍ୟ ସାମ୍ବାଦିକତା କରୁଥିତ୍ଲେ। କିନ୍ତୁ ଏବେ ସାମ୍ବାଦିକତା ଛାଡି ସବୁ ସମୟ ପିଲାମାନଙ୍କ ପାଇଁ ଦେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri